32.9 C
Balāngīr
Tuesday, May 20, 2025

ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ ୨୦୨୫ ପାଳିତ : ୬୦୬ ଜଣ ପଞ୍ଜିକୃତ ଶ୍ରମିକ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ

Must read

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ସୁବର୍ଣ୍ଣପୁର, (୦୨/୦୫) : ଆ.ପ୍ର: ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଛି । ବିଭିନ୍ନ ଶ୍ରମ ସଂଗଠନ ପକ୍ଷରୁ ଉଭୟ ଶ୍ରମଜୀବୀ ଓ ନିର୍ମାଣ ଶ୍ରମିକଙ୍କ କାର୍ଯ୍ୟ କ୍ଷେତ୍ରରେ ସୁସ୍ଥତା ଓ ନିରାପତ୍ତା ଉପରେ ଗୁରୁତ୍ୱ ପ୍ରଦାନ କରିବାକୁ ଆଲୋଚନା ହୋଇଛି ।WhatsApp Image 2025 05 01 at 21.32.32 ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ ୨୦୨୫ ପାଳିତ : ୬୦୬ ଜଣ ପଞ୍ଜିକୃତ ଶ୍ରମିକ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ

ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଟାଉନହଲଠାରେ ଆଞ୍ଚଳିକ ଶ୍ରମ ଆୟୁକ୍ତ ଡିଲେଶ୍ୱର ଖାଖାଙ୍କ ପରିଚାଳନାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ସମାରୋହରେ ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରମିକ ମାନେ ହିଁ ସମାଜ ଗଠନର ଆଧାର ବୋଲି କହିବା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରମିକଙ୍କ କଲ୍ୟାଣ ପାଇଁ କରାଯାଉଥିବା ଯୋଜନାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ସେ ଏହି ଅବସରରେ ଯୋଜନା ସବୁର ବିଶେଷ ଲାଭ ନେବାକୁ ଜିଲ୍ଲାର ସମସ୍ତ ଶ୍ରମଜୀବୀ ତଥା ଶ୍ରମିକ ମାନଙ୍କୁ ଆହ୍ୱାନ ଦେଇଛନ୍ତି ।

ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ,ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ସୋନପୁର ପୌର ପରିଷଦ ଅଧ୍ୟକ୍ଷା ତାମସୀ ତମସ୍ମିତା ନାଏକ, ସୋନପୁର ଟ୍ରେଡ଼ ୟୁନିଅନ ସମନ୍ୱୟ ସମିତି ଅଧକ୍ଷ ତଥା ଶ୍ରମିକ ନେତା ଗୋବିନ୍ଦ ମହାରଣା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ସହକାରୀ ଶ୍ରମ ଅଧିକାରୀ ସ୍ପିନିତା କୁମାରୀ ଦେବୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଦେଶ ନିର୍ମାଣ ଏବଂ ବିକାଶରେ ନିୟୋଜିତ ଶ୍ରମିକଙ୍କ ନିରବଛିନ୍ନ ଭୂମିକା ଉପରେ ଆଲୋକପାତ କରି କୌଣସି ଜଣେ ମଧ୍ୟ ଯୋଗ୍ୟ ଶ୍ରମ ହିତାଧିକାରୀ ଯେପରି ଯୋଜନାରୁ ବାଦ ନ ରହିବେ ତା ଉପରେ ବିଶେଷ ଗୁରୁତ୍ୱାରୋପ କରିଛନ୍ତି । ଏହି ଅବସରରେ ଅତିଥିବୃନ୍ଦ ଜିଲ୍ଲାର ୬୦୬ ଜଣ ବିଭିନ୍ନ ପଞ୍ଜିକୃତ ଅଣସଂଗଠିତ ତଥା ନିର୍ମାଣ ଶ୍ରମିକଙ୍କୁ ଶିକ୍ଷା,ବିବାହ ଓ ମୃତ୍ୟକାଳୀନ ସହାୟତା ଯୋଜନାରେ ୩କୋଟି ୪ଲକ୍ଷ ୭ହଜାର ଟଙ୍କାର ସ୍ୱତନ୍ତ୍ର ଆର୍ଥିକ ସହାୟତା ଓ ନିର୍ମାଣ ଉପକରଣ ବଣ୍ଟନ କରିଥିଲେ ।

ସମାରୋହରେ ଜିଲ୍ଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀଙ୍କ ସମେତ ଜିଲ୍ଲା ଶ୍ରମ ବିଭାଗ କର୍ମଚାରୀ, ସାମ୍ବାଦିକ, ନେତୃସ୍ଥାନୀୟ ବ୍ୟକ୍ତିବିଶେଷ ପ୍ରମୁଖ ଯୋଗ ଦେଇ ନିର୍ମାଣ ଶ୍ରମିକ ମାନଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର କୋଣ ଅନୁକୋଣରୁ ଶ୍ରମିକ ଏବଂ ବିଭିନ୍ନ ଶ୍ରମିକ ସଂଘର କର୍ମକର୍ତା ଯୋଗଦାନ କରିଥିଲେ।ଆନ୍ତର୍ଜାତୀୟ ଶ୍ରମ ଦିବସ ପାଳନ ଅବସରରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶ୍ରମଜୀବୀ ମାନେ ବେଶ ଉତ୍ସାହିତ ଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ନୂଆପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା: ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍

ନୂଆପଡ଼ା, (୨୦/୦୫) : ଆପ୍ର. : ନୂଆପଡ଼ା ସଦର ଥାନା ଅନ୍ତର୍ଗତ ଏକତା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍ । ଘଟଣାସ୍ଥଳରେ ସ୍ତ୍ରୀ...

ଖଇରକାଠ ଜବତ କଲା ବନ ବିଭାଗ

ବଲାଙ୍ଗିର, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ପୋଲିସ ଗତକାଲି ସନ୍ଧ୍ୟାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ମୁରସିଂବିଟ ନିକଟସ୍ଥ ସିକୁଆଁ ଗାଁରୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଯୋଗେ ବେଆଇନ ଭାବେ...

କାଳବୈଶାଖୀ ବର୍ଷାରେ ବେହାଲ କଟକ ସହର

କଟକ, (୨୦/୦୫) : ଆପ୍ର. : କଟକରେ କାଳବୈଶାଖୀ ପ୍ରଭାବରେ ବର୍ଷା ଜାରି । ଘଡ଼ଘଡ଼ି ସହ ପ୍ରବଳ ବର୍ଷାରେ ବେହାଲ ହୋଇଛି କଟକ ସହର । ପ୍ରବଳ ବର୍ଷା ପାଇଁ ତଳିଆ ଅଞ୍ଚଳରେ...

ବନବାହାଲରେ ୩୫ଟିକିଆ ହାତୀପଲଙ୍କ ଦ୍ଵାରା ପୁଣି ଚାଷୀଙ୍କ ୩ ଏକର ଡ଼ାଳୁଆ ଧାନ ଫସଲ ନଷ୍ଟ

ମୁରିବାହାଲ, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜର ତିଖାଲି ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଆସି ଦୀର୍ଘ ୫ମାସ ହେବ ରହିଯାଇଥିବା ୩୫ଟିକିଆ ହାତୀପଲ ବିଭିନ୍ନ ସମୟରେ ପାର୍ଶ୍ଵବର୍ତ୍ତୀ ବହୁ...