32.9 C
Balāngīr
Saturday, July 12, 2025

ଜିଲ୍ଲା ସ୍ତରୀୟ ବାଳକ ଏବଂ ବାଳିକା ଫୁଟବଲ ଖେଳ ପ୍ରସ୍ତୁତି ବୈଠକ; ସୁରୁଖୁରୁରେ ପରିଚାଳନା ପାଇଁ କମିଟି ଓ ସବ୍ କମିଟି ଗଠିତ

Must read

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୮/୮) : ମୁରିବାହାଲ ବ୍ଲକ ଲେବଡା ପଞ୍ଚାୟତ ସ୍ଥିତ ପାଟଣେଶ୍ୱରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖେଳ ପଡିଆରେ ଚଳିତ ଅଗଷ୍ଟ ୨୧, ୨୨ ଓ ୨୩ତାରିଖ ତିନି ଦିନ ଧରି ଉଭୟ ବାଳକ ଓ ବାଳିକା ବିଭାଗର ଜିଲ୍ଲାସ୍ତରୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।

ଆଜି ଗୁରୁବାର ବିଦ୍ୟାଳୟରେ ଏ ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ଖେଳ ଶିକ୍ଷକ ବିନୋଦ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ମୁରିବାହାଲ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରୀ ମୁଖ୍ୟ ଅତିଥି, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ପାତ୍ର, ପୂର୍ବତନ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଅନ୍ତର୍ଯ୍ୟାମୀ ବିଶ୍ଵାଳ, ବରିଷ୍ଠ ଖେଳ ଶିକ୍ଷକ ହେମନ୍ତ କୁମାର ପ୍ରଧାନ, ଲେବଡା ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ପଣ୍ଡା, ମୁରିବାହାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ସୁନୀଲ କୁମାର ପାତ୍ର, ବ୍ଲକ ଖେଳ ଶିକ୍ଷକ ସମ୍ପାଦକ କୁବେରଲାଲ ବେହେରା, ଦେବଙ୍ଗ ଇନ୍ଦିରା ଗାନ୍ଧୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରାମରତନ ମେହେର ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ ।

ଏହି ପ୍ରତିଯୋଗିତାକୁ ସୁଚାରୁ ରୁପେ ପରିଚାଳନା ତଥା ସମାପନ କରିବା ପାଇଁ ବିଭିନ୍ନ ପ୍ରକାରର କମିଟି ଓ ସବକମିଟି ଗଠନ କରାଯାଇଥିଲା । ଏହି ପ୍ରସ୍ତୁତି ବୈଠକରେ ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଖେଳ ଶିକ୍ଷକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଖେଳ ଶିକ୍ଷକମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ତେନ୍ତୁଳିଖୁଣ୍ଟି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସତ୍ୟ କୁମ୍ଭାର ଧନ୍ୟବାଦ ଦେଇଥିଲେ ।”

- Advertisement -spot_img

More articles

- Advertisement -spot_img

Latest article

ତିନି ଲକ୍ଷ ୫୫ ହଜାର ଟଙ୍କା ର ଚୋରା ଗଞ୍ଜେଇ ଜବତ, ତିନି ଅଭିଯୁକ୍ତ ଗିରଫ

ବଲାଙ୍ଗୀର/ଟିଟିଲାଗଡ଼, (୧୦/୦୭) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ରେଳ ଷ୍ଟେସନ ରୁ ତିନି ଗଞ୍ଜେଇ ଚୋରା ଚାଲାଣ କରୁଥିବା ଯୁବକ ଶହ ତିରିଶ କେଜି ୫୦୦ ଗ୍ରାମ ଗଞ୍ଜେଇ...

ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ: ସଂକ୍ରମିତ ସ୍ଥାନରୁ ୧୦ କି.ମି ମଧ୍ୟରେ କୁକୁଡ଼ା ଦୋକାନ ବନ୍ଦ

ପିପିଲି, (୧୨/୦୭) : ଆପ୍ର. : ରାଜ୍ୟରେ ବଢ଼ିଲାଣି ବାର୍ଡ ଫ୍ଲୁ ଭୟ । ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ। ନମୁନା ପରୀକ୍ଷାରୁ ଆସିଲା ପଜିଟିଭ୍ ରିପୋର୍ଟ । ନH5N1 ଆଭିଏନ୍‌...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ: ସମ୍ୱିଧାନ ବଞ୍ଚାଅ ସମାବେଶରେ ହେବେ ସାମିଲ

ଭୁବନେଶ୍ୱର, (୧୨/୦୭) :ଆପ୍ର. : ଓଡ଼ିଶାରେ ରାହୁଲ । ଭୁବନେଶ୍ବରରେ ପହଞ୍ଚିଲେ ରାହୁଲ ଗାନ୍ଧୀ । ଦିଲ୍ଲୀରୁ ବିମାନରେ ଆସି ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ କଂଗ୍ରେସ ନେତାମାନେ ଭବ୍ୟ ସ୍ବାଗତ କରିଛନ୍ତି...

ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ

ସୋନପୁର, (୧୨/୦୭) : ଆପ୍ର. : ଅଜଣା ଗାଡ଼ିରେ ବାଇକ ପିଟି ହୋଇ ଚାଲିଗଲା ବାଇକ ଚାଳକଙ୍କ ଜୀବନ । ଘଟଣା ଘଟିଛି ସୋନପୁର - ବଲାଙ୍ଗିର ସୀମାନ୍ତ ବିଲେଇସର୍ଡ଼ା ଗ୍ରାମ ନିକଟରେ...

ଘଞ୍ଚ ଜଙ୍ଗଲରୁ ମିଳିଲା ମୃତଦେହ, ପରିଚୟ ଅସ୍ପଷ୍ଟ

ଭଞ୍ଜନଗର, (୧୨/୦୭) : ଆପ୍ର. : ଘଞ୍ଚ ଜଙ୍ଗଲରେ ପୋତା ଯାଇଥିଲା ମୃତଦେହ । ମୃତଦେହ ନିକଟରେ ଲାଗିଛି ଧୂପକାଠି । ପାଖରେ ପଡ଼ିଛି କିଛି ଖଇ, ଚାଉଳ ଏବଂ ଖୁଚୁରା ପଇସା...