ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଫୁଲବାଣୀ, (୨୩/୦୧) : ବେଟି ବଚାଓ, ବେଟି ପଢ଼ାଓ କାର୍ଯ୍ୟକ୍ରମର ୧୦ ବର୍ଷ ପୂର୍ତ୍ତି ଅବସରରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ମୁଖ୍ୟ ଅତିଥି ଭାବେ ଅତିରକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ ଯୋଗଦେଇ ଆୟୋଜିତ ଏକ ସଚେତନତା ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ ।
ଅନ୍ୟତମ ଅତିଥିଭାବେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବିଜୟ ଲକ୍ଷ୍ମୀ ସାହୁ, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ରାଜନ କୁମାର ଦିଗାଲ, ସଭ୍ୟା ମମତା ଦାସ, କିଶୋର ନ୍ୟାୟ ବୋର୍ଡ଼ର ସଭ୍ୟ ଦେବରାଜ ସାହାଣୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରନ୍ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଆକ୍ସନଏଡ଼ର ସନ୍ଧ୍ୟାରାଣୀ ନାୟକ ଏହି ଦିବସ ଅବସରରେ ଶପଥ ପାଥ କରାଇଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏଜେଓ ସରକାରୀ ଉଚ୍ଚ ବିଦ୍ୟାଳୟ, ବାଳିକା ଉଚ୍ଚ ବିଦ୍ୟାଳୟର ଶତାଧିକ ଛାତ୍ରୀମାନେ ଶୋଭାଯାତ୍ରାରେ ସାମିଲ୍ ହୋଇଥିଲେ । ପ୍ଳାକାର୍ଡ଼ ମାଧ୍ୟମରେ ବାଳିକା ଶିଶୁ ମାନଙ୍କର ସାମଗ୍ରୀକ ବିକାଶ, ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଯତ୍ନ, ମାନସିକ ସ୍ୟାସ୍ଥ ଓ ଆଇନଗତ ଅଧିକାର ଉପରେ ସଚେତନ ସୃଷ୍ଟି କରାଯାଇଥିଲା । କାର୍ଯ୍ୟକ୍ରମକୁ ଜିଲା ଶିଶୁ ସୁରକ୍ଷା ୟୁନିଟର ସମସ୍ତ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ ।