ରିପୋର୍ଟ – ବିରଞ୍ଚି ପ୍ରସାଦ ଶତପଥୀ //
ଗୁଣପୁର : ୯/୧/୨୫ ): ଆଜି ଗୁଣପୁର ଗୁଣ୍ଡିଚା ମନ୍ଦିର ନିକଟସ୍ଥ ଆମ୍ବ ତୋଟା ଠାରେ ୧୯୯୮ ଵ୍ୟାଚର ଜିଲ୍ଲା ସ୍ତରୀୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ୧୧ ଟି ବ୍ଲକର ପ୍ରାୟ ୧୦୦ ରୁ ଉର୍ଦ୍ଧ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଏ ବି ଇ ଓ ଗୁଣପୁର କବିତା ଶଵର , ଲକ୍ଷ୍ମୀ ବେହେରା ,ଏ ଵି ଇ ଓ ଚନ୍ଦ୍ରପୁର ଉମାକାନ୍ତ ମିଶାଲ ଓ ବରିଷ୍ଠ ଆଇନଜୀବି ରମେଶ ଚନ୍ଦ୍ର ଲିମା ଯୋଗ ଦେଇଥିଲେ । ସର୍ଵ ପ୍ରଥମେ ପୁଷ୍ପ ,ଚନ୍ଦନ ଓ ବ୍ୟାଡଜ୍ ପିନ୍ଧାଇ ସମସ୍ତ ବନ୍ଧୁ ମାନଙ୍କୁ ସ୍ବାଗତ କରାଯାଇଥିଲା । ତତପରେ ଦିବଂଗତ ବନ୍ଧୁ ମାନଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପରିଚୟ ପ୍ରଦାନ ସହ ଭାବର ଆଦାନ ପ୍ରଦାନ କାର୍ଯ୍ୟକ୍ରମକୁ ଶ୍ରୀ ଫାଲଗୁନି ଶଵର ଅତି ସୁନ୍ଦର୍ ଭାବେ ପରିଚାଳନା କରିଥିଲେ ।
ବନ୍ଧୁ ମାନେ କେକ୍ କାଟିବା ସହ ମନୋରଞ୍ଜନ କାର୍ଯ୍ୟକ୍ରମ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବିମୋହିତ କରିଥିଲା । ରୁଚିକର ବଣ ଭୋଜି ସାଙ୍ଗକୁ ପୁରୁଣା ବନ୍ଧୁ ମାନଙ୍କ ସହ ଭାବର ଆଦାନ ପ୍ରଦାନ ପୁରୁଣା ସ୍ମୃତିକୁ ମନେ ପକାଇ ଦେଇଥିଲା । ଶ୍ରୀ ପ୍ରସାଦ ପାଇଟାଳ , ପୂର୍ଣ୍ଣ ଚନ୍ଦ୍ର ଶଵର , ସିମାଦ୍ରୀ ଶଵର , ଟୁଲୁ ଶଵର , ଗୟା , କୃଷ୍ଣଚନ୍ଦ୍ର ବେହେରା , ସଂଯୁକ୍ତା ରାଣୀ ଗମାଙ୍ଗ , ଲକ୍ଷୀ ଶଵର , ହିରାମଣି କୁମରିକା ,କଳ୍ପଲତା କାର୍ଜୀ , ସୁଧାଂଶୁ ମାଳା ଗମାଙ୍ଗ , ସରସ୍ବତୀ ଶଵର ଏହି କାର୍ଯ୍ୟକ୍ରମର ଦାୟିତ୍ବ ବହନ କରିଥିଲେ । ପରିଶେଷରେ ଏ ବି ଇ ଓ ଉମାକାନ୍ତ ମିଶାଲ ଧନ୍ୟବାଦ ଜଣାଇ ବନ୍ଧୁମିଳନ କାର୍ଯ୍ୟକ୍ରମର ସମାପନ କରିଥିଲେ ।