ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୩୦/୦୧) : ରାୟଗଡା ମାନ୍ୟବର କୋରାପୁଟ ଲୋକସଭା ସାଂସଦ ଶ୍ରୀଯୁକ୍ତ ସପ୍ତଗିରି ଉଲ୍ଲକାଙ୍କ ଅଧ୍ୟକ୍ଷତlରେ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସାଂସଦ କ୍ଷେତ୍ର ସଡ଼କ ସୁରକ୍ଷl ବୈଠକ ଅନୁଷ୍ଠିତ ହୋଇଯାଇଛି l
ଏହି ବୈଠକରେ ମାବ୍ୟବର କୋରାପୁଟ ଲୋକସଭା ସାଂସଦ ଶ୍ରୀଯୁକ୍ତ ଉଲ୍ଲକା, ମାନ୍ୟବର ରାୟଗଡା ବିଧାୟକ ଶ୍ରୀଯୁକ୍ତ ଆପାଲ୍ଲା ସ୍ୱାମୀ କାଡ୍ରାକl, ଗୁଣୁପୁର ବିଧାୟକ, ଶ୍ରୀଯୁକ୍ତ ସତ୍ୟଜିତ ଗମାଙ୍ଗ, ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ, ସିଡିଓ ତଥା ଇଓ ଜିଲ୍ଲା ପରିଷଦ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ଆଦି ଯୋଗଦାନ କରି ଜିଲ୍ଲାରେ ସଡ଼କ ଦୁର୍ଘଟଣା ମାମଲା ହ୍ରାସ କରିବା ନିମନ୍ତେ ଆଲୋଚନା କରିଥିଲେ l
ସଡ଼କ ସୁରକ୍ଷା ନିମନ୍ତେ ବ୍ୟାପକ ଜନସଚେତନତା ସୃଷ୍ଟି କଲେ ମଧ୍ୟ ଦୁର୍ଘଟଣା ଜନିତ ମୃତ୍ୟ ହ୍ରାସ ପାଉ ନଥିବାରୁ ମାନ୍ୟବର ସାଂସଦ ଏହି ବୈଠକରେ ଉଦବେଗ ପ୍ରକାଶ କରିଥିଲେ l ସେହିପରି ମାନ୍ୟବର ବିଧାୟକ ରlୟଗଡ଼ ଓ ଗୁଣୁପୁର ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବାକୁ କହିଥିଲେ। ସେଥିର ନିଜେ ସାମିଲ ହେବାକୁ କହିଥିଲେ l ଏହି ବୈଠକରେ ଆଞ୍ଚଳିକ ପରିବହନ ଅଧିକlରୀ ଶ୍ରୀ ଶିବ ଶଙ୍କର ଚୌଧୁରୀ ବିସ୍ତୃତ୍ୱ ଭାବରେ ସଡ଼କ ସୁରକ୍ଷା କମିଟିର ଭୂମିକା ଓ ପଦକ୍ଷେପ ସମ୍ପର୍କରେ ଉପସ୍ଥାପନା କରିଥିଲେ l ଜିଲ୍ଲାରେ ବର୍ତମାନ ସୁଦ୍ଧା ୧,୮୧,୬୦୦ଟି ଗାଡି ପଞ୍ଜିକୃତ ହୋଇଥିବା ବେଳେ, ୧,୪୩, ୪୬୪ଟି ଗାଡ଼ି ଚଳାଚଳ କରୁଛନ୍ତି l ପ୍ରତ୍ୟେକ ବର୍ଷ ଗାଡ଼ି ପଞ୍ଜିକରଣ ଜିଲ୍ଲାରେ ୧୬%ବୃଦ୍ଧି ପାଉଥିବା ପ୍ରକାଶ କରିଥିଲେ l
ଏହି କମିଟି ଜିଲ୍ଲାରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁକୁ ହ୍ରାସ କରିବା ନିମନ୍ତେ ପରିଚାଳନା କରିବା, ଦୁର୍ଘଟଣା ଜନିତ କାରଣ ଅନୁଧ୍ୟାନ କରି ଚିହ୍ନଟ କରିବା, ଦୁର୍ଘଟଣା ସ୍ଥଳ ଚିହ୍ନଟ କରିବା,ଦୁର୍ଘଟଣା ହ୍ରାସ କରିବା ପାଇଁ ସଡ଼କ ସୁରକ୍ଷା କାର୍ଯ୍ୟ ଯୋଜନାକୁ ସୃଷ୍ଟି କରିବା ଓ କାର୍ଯ୍ୟକାରି କରିବା ଉପରେ ଧ୍ୟାନ ଦେବା l
ସଚେତନତା ସମ୍ଭାନ୍ଧୀୟ ୪ଟାକାର୍ଯ୍ୟ ଯଥା ଶିକ୍ଷକ, କଡାକଡି ଯାଞ୍ଚ କରିବା, ଆଶୁ ଚିକିତ୍ସା ଏବଂ ଇଂଜିନିୟରିଙ୍ଗ କାର୍ଯ୍ୟକାରୀ କରିବା ଆଦି ଉପରେ ଆଲୋଚନା କରାଯାଇଥିଲା ଲ ସଡ଼କ ସୁରକ୍ଷା ମାସ ଜାନୁଆରୀ ୧ ତାରିଖ ଠାରୁ ଆରମ୍ଭ କରାଯାଇ ଆସନ୍ତା ଜାନୁଆରୀ ୩୧ତାରିଖ ଯାଏଁ ଜିଲ୍ଲାରେ ପାଳନ କରାଯାଉଛି l ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରଟିଓ, ଏମ୍ଭିଆଇ ରାଜ କୁମାର ବେହେରା, ଆରଟିଓ ଅଫିସର କର୍ମଚାରୀ, ବସ ମାଲିକ ସଙ୍ଘ, ଟ୍ରକ ମାଲିକସଙ୍ଘ, ଅଟ ଆସୋସିଏସନ, ଡ୍ରାଇଭର ମହାସଂଘ ଆଦି ଯୋଗ ଦେଇଥିଲେ l