32.9 C
Balāngīr
Sunday, July 13, 2025

ଜିଲ୍ଲା ସ୍ତରୀୟ ୧୩ତମ ବିଶ୍ଵ ବନ ଦିବସ ପାଳିତ

Must read

ଡ୍ରାଇଭର ସଙ୍ଘ ର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ : ଏକ ରାଜନୈତିକ ଅଭିଶନ୍ଧି

କାଶୀନଗର, (୧୩/୭) : ଆପ୍ର. : ଡ୍ରାଇଭର ମହାସଂଘ ର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ ଏକ ରାଜନୈତିକ ଅଭିଶନ୍ଧି ବୋଲି ରାଷ୍ଟ୍ରୀୟ ପରିଷଦ ସଭ୍ୟ ନଳିନୀକାନ୍ତ ପାତ୍ର ଏକ ପ୍ରେସ ମିଟ ଜରିଆରେ...

ମୁନିଗୁଡ଼ା, (୨୧/୩) : ଆ.ପ୍ର. : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଠାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ସରକାରଙ୍କ ଦ୍ୱାରା ରାୟଗଡ଼ା ବନଖଣ୍ଡ ସୌଜନ୍ୟରୁ ଆୟୋଜିତ ଜିଲ୍ଲା ସ୍ତରୀୟ ୧୩ତମ ବିଶ୍ଵ ବନ ଦିବସ ପାଳିତ ହୋଇଯାଇଛି ।WhatsApp Image 2025 03 21 at 21.31.30 ଜିଲ୍ଲା ସ୍ତରୀୟ ୧୩ତମ ବିଶ୍ଵ ବନ ଦିବସ ପାଳିତ

ଶିକ୍ଷାନବୀଶ ଭାରତୀୟ ବନସେବା ଅଧିକାରୀ ଶ୍ରୀ ପ୍ରତୀକ ପ୍ରକାଶ ଇନ୍ଦଳକରଙ୍କ ସଭାପତିତ୍ବ ଓ କୃଷି ବୈଷୟିକ ପ୍ରବନ୍ଧକ ଉତ୍ତମ କୁମାର ଦାସଙ୍କ ସଂଯୋଜିତ ଏହି ବିଶ୍ଵ ବନ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ସଚିନ ଆନାସାହେବ ୱହାଲ,ମୁଖ୍ୟବକ୍ତା ଅବୈତନିକ ଜିଲ୍ଲା ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଡ଼ା.ଗୌରାଙ୍ଗ ଚରଣ ରାଉତ,ସମ୍ମାନିତ ଅତିଥି ମାର୍କମା” ସ୍ନାତକ ମହାବିଦ୍ୟାଳୟର ଅଧକ୍ଷ ଡ.ଅଶ୍ଵିନୀ କୁମାର ପଣ୍ଡା, ମୁନିଗୁଡ଼ା ମହାବିଦ୍ୟାଳୟର ଅଧକ୍ଷ ହୃଷୀକେଶ ଜାଲି,ସହକାରୀ ବନ ସଂରକ୍ଷକ ଅଶୋକ କୁମାର ପ୍ରଧାନ, ସନ୍ଦୀପ କୁମାର ପୃଷ୍ଟି, ସତିଶ ଧାରୁଆ ପ୍ରମୁଖ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ଜଙ୍ଗଲ ଧ୍ୱଂସକୁ ନେଇ ଚିନ୍ତା ବ୍ୟକ୍ତ କରିବା ସହ ଏହାର ନିରାକରଣ ଉପରେ ଆଲୋଚନା କରିଥିଲେ ।

ଖାଦ୍ୟ ବ୍ୟତୀତ ଅମ୍ଳଜାନ, ଜଳ, ବାୟୁ, ବର୍ଷା, ସ୍ୱଚ୍ଛ ପରିବେଶ, ଉତ୍ତାପ ସହ ଜୀବନ ଜୀବିକା ପାଇଁ ଗୁରୁତ୍ବ ବହନ କରୁଥିବା ଜୈବ ବିବିଧତା ସଂରକ୍ଷଣରେ ପ୍ରମୁଖ ଭୂମିକା ନିର୍ବହନକାରି ଜଙ୍ଗଲ ସମ୍ପଦର ସୁରକ୍ଷା ସାମୁହିକ ଉଦ୍ୟମ ଦ୍ଵାରା ସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ।ଏଥିସହ ଓଡ଼ିଶାର ଅନ୍ୟତମ ବୃହତ୍ତର ବନଖଣ୍ଡ ଏବଂ ବୃହତ୍ତର ମୁନିଗୁଡ଼ା ଉପ ଖଣ୍ଡ ଅଞ୍ଚଳରେ ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ପାଇଁ ସମସ୍ତ ବନ ସୁରକ୍ଷା ସମିତି,ମହିଳା ସ୍ଵୟଂ ସହାୟିକା ଦଳ,ଜଣ ପ୍ରତିନିଧି,ପ୍ରଶାସନିକ ଅଧିକାରୀ,ସ୍ବେଛାସେବୀ,ଗଣମାଧ୍ୟମ ପ୍ରତିନିଧି, ଜନ ପ୍ରତିନିଧି ମାନେ ସମସ୍ତେ ମିଳିମିଶି ଗୁରୁତ୍ବ ଦେବାକୁ ନିବେଦନ କରିଥିଲେ ।

ଏହି ଅବସରରେ ଜଙ୍ଗଲ ସୁରକ୍ଷା,ବୃକ୍ଷ ରୋପଣ,ବନ୍ୟପ୍ରାଣୀ ସୁରକ୍ଷା,ନିଆଁ ନିଭାଇଥିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟ ପୁରସ୍କାର ଭାବେ ଗୁଣୁପୁର ଜିଆଇଟି ବିଶ୍ଵବିଦ୍ୟାଳୟ, ଜଗଦମ୍ବା ସରକାରୀ ମାଧ୍ୟମିକ ବିଦ୍ୟାଳୟ,ବନପାଳ ଡମ୍ବରୁ ସେନାପତି,ପ୍ରଦ୍ୟୁମ୍ନ ବେହେରା,ବନରକ୍ଷୀ ସୋନାଲି ସ୍ବାଇଁ,ରଜନୀ ସାହୁ,ପ୍ରସାଦ ବେହେରା,ସିମାଞ୍ଚଲ୍ ପଟ୍ଟନାୟକ,ବିଦ୍ୟାଧର ପାଣ୍ଡେ,ଅମୂଲ୍ୟ ମୁଗୁଳୀ,ଜଗଦୀଶ ନାୟକଙ୍କୁ ମାନପତ୍ର,ଉପଢୌକନ ଓ ଚେକ୍ ମାଧ୍ୟମରେ ଅର୍ଥରାଶି ଦେଇ ପୁରସ୍କୃତ କରାଯାଇଥିଲା ।

ସହକାରୀ ବନ ସଂରକ୍ଷକ ଅଶୋକ କୁମାର ପ୍ରଧାନ ଆଜି ଦିବସର ତାତ୍ପର୍ଯ୍ୟ ଉପରେ କହିଥିବା ବେଳେ ବନାଞ୍ଚଳ ଅଧିକାରୀ ଅନିଲ କୁମାର ବାଲା,ଦିଲ୍ଲୀପ କୁମାର ପଟ୍ଟନାୟକ,କାମେଶ୍ୱର ଆଚାରି,ଗଙ୍ଗାଧର ମିଶ୍ର,ଅନ୍ତର୍ଯ୍ୟାମୀ ସାହୁ,ଅଗ୍ନିଶମ ବାହିନିର ମଦନ କୁମାର ସେଠୀ ବିଶ୍ଵ ବନ ଦିବସ ଓ ଏହାର ସୁରକ୍ଷା ଉପରେ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ ସମସ୍ତ ବନପାଳ ଓ ବନରକ୍ଷୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ବନପାଳ ପ୍ରମୋଦିନି ମାଣ୍ଡିଙ୍ଗି ଧନ୍ୟବାଦ ଅର୍ପଣ କରିଥିବା ବେଳେ କାର୍ଯ୍ୟକ୍ରମର ସମସ୍ତ ବ୍ୟବସ୍ଥାରେ ବନରକ୍ଷୀ ରୋନୀତ ମହାରଣା ସମେତ ମୁନିଗୁଡ଼ା ବାନାଞ୍ଚଳର ସମସ୍ତ ବନରକ୍ଷୀ ସହଯୋଗ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଡ୍ରାଇଭର ସଙ୍ଘ ର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ : ଏକ ରାଜନୈତିକ ଅଭିଶନ୍ଧି

କାଶୀନଗର, (୧୩/୭) : ଆପ୍ର. : ଡ୍ରାଇଭର ମହାସଂଘ ର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ ଏକ ରାଜନୈତିକ ଅଭିଶନ୍ଧି ବୋଲି ରାଷ୍ଟ୍ରୀୟ ପରିଷଦ ସଭ୍ୟ ନଳିନୀକାନ୍ତ ପାତ୍ର ଏକ ପ୍ରେସ ମିଟ ଜରିଆରେ...

ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର

କେନ୍ଦୁଝର, (୧୩/୦୭) : ଆପ୍ର. : ପାଟଣା ବନାଞ୍ଚଳ ଡୁମୁରିଆ ବିଟ୍ ଅନ୍ତର୍ଗତ ପିଛୁଳାବେଡା ଗ୍ରାମ ନିକଟରେ ଗୋଟିକିଆ ଦନ୍ତାହାତୀ ଆକ୍ରମଣରେ ଜଣେ ମୃତ ଏବଂ ଜଣେ ଗୁରୁତର । ସୂଚନା ଅନୁଯାୟୀ ସେମାନେ...

ବଜ୍ରାଘାତରେ ୩ ଶ୍ରମିକ ମୃତ, ୨ ଆହତ

ନୀଳଗିରି, (୧୩/୦୭) :ଆପ୍ର. : ବଜ୍ରାଘାତରେ ୩ ଶ୍ରମିକ ମୃତ, ୨ ଆହତ । କେନାଲ କାମ ଚାଲିଥିବା ବେଳେ ବଜ୍ରପାତରେ ୩ ଶ୍ରମିକ ମୃତ । ବାଲେଶ୍ବର ଜିଲ୍ଲା ନୀଳଗିରି ଛତ୍ରପୁରରେ...

ଜୀବନର ସଠିକ୍ ମାର୍ଗ ଗୁରୁଙ୍କ ପ୍ରେରଣା ଓ ଆଶ୍ରିବାଦରୁ ପ୍ରାପ୍ତ ହୋଇଥାଏ

ମୁନିଗୁଡ଼ା, (୧୩/୦୭) : ଆପ୍ର. : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାସ୍ଥ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସର ଶାରଦା ମଣ୍ଡପରେ ଆଜି ନେତାଜୀ ପ୍ରଭାତ ଶାଖା ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ତରଫରୁ ଗୁରୁ...

ଆତ୍ମାହୁତି ଉଦ୍ୟମ କରିଥିବା ଛାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ, ଭୁବନେଶ୍ବର ଏମସରେ ଚାଲିଛି ଚିକିତ୍ସା

ବାଲେଶ୍ବର, (୧୩/୦୭) : ଆପ୍ର. : ବାଲେଶ୍ବର ଫକୀର ମୋହନ ସ୍ଵୟଂଶାସିତ କଲେଜରେ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିବା ଇଣ୍ଟିଗ୍ରେଟେଡ ବିଏଡ ଛାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଭୁବନେଶ୍ବର ଏମସରେ...