32.9 C
Balāngīr
Sunday, April 20, 2025

ଜିଲ୍ଲା ସ୍ତରୀୟ ୯୦ତମ ଓଡିଶା ଦିବସ ୨୦୨୫ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

Must read

ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ ପାଳିତ

ଗଞ୍ଜାମ, (୧୯/୦୪) : ଆପ୍ର. : ଗଞ୍ଜାମ ସହରସ୍ଥିତ ଆଖଡ଼ାବନ୍ଧ ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଆଖଡ଼ାବନ୍ଧ ସାହି, ପଣ୍ଡା ସାହି, ଗୌଡ଼ ସାହି ଓ ମଧ୍ୟଖଣ୍ଡ...
sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

“ସମସ୍ତ ଅନୁଷ୍ଠାନ ବାଣିଜ୍ୟକ ପ୍ରତିଷ୍ଠାନ ଗୁଡିକ ଓଡ଼ିଆରେ ନାମ ଲେଖିବାକୁ ଗୁରୁତ୍ୱ “
ରାୟଗଡ ୨୬/୦୩-ଆପ୍ର): ରାୟଗଡା ଜିଲ୍ଲାସ୍ଥରୀୟ ୯୦ତମ ଓଡିଶା ଦିବସ ୨୦୨୫ ପାଳନ ଉପଲକ୍ଷେ ଆଜି ସକାଳ ଘ.୧୧.୩୦ମି ସମୟରେ ଶ୍ରୀ ନବୀନ ଚନ୍ଦ୍ର ନାୟକ, ଓ.ପ୍ର.ସେ.(ବ), ଅତିରିକ୍ତ ଜିଲ୍ଲାପାଳ, ରାୟଗଡଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ଚିନ୍ତନ କକ୍ଷ ସଭା ଗୃହ ରାୟଗଡ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।2e949642 5adf 45d5 a189 28cabe5df7fa ଜିଲ୍ଲା ସ୍ତରୀୟ ୯୦ତମ ଓଡିଶା ଦିବସ ୨୦୨୫ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

ଏହି ବୈଠକରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ, ରାୟଗଡ,ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ,ପ୍ରକଳ୍ପ ପ୍ରଶାସକ ଆଇଟିଡିଏ, ଶ୍ରୀ ଚନ୍ଦ୍ର କାନ୍ତ ମାଝୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଜିତ କୁମାର ମିଶ୍ର, ସହରର ମାନ୍ୟଗଣ୍ୟ ବ୍ୟକ୍ତି, ସଦସ୍ୟସଦସ୍ୟା ଯୋଗଦାନ କରି ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମ ଗୁଡିକ କାର୍ଯ୍ୟକାରୀ କରିବା ନିମନ୍ତେ ସର୍ବସମ୍ମତ୍ତିକ୍ରମେ ନିଷ୍ପତ୍ତି ନିଆଗଲା | ତା. ୦୧.୦୪.୨୦୨୫ ରିଖ ଦିନ ପ୍ରାତଃ ଘ. ୫.୦୦ ଟିକା ସମୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଦେଶାତ୍ମ ବୋଧକ ସଂଗୀତ ପରିବେଷଣ କରାଯିବ |

ସକାଳ ଘ.୭.୦୦ମି. ସମୟରେ ସ୍ଥାନୀୟ ଗଜପତି ଛକ ଠାରେ ଅବସ୍ଥାପିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତିରେ ସମବେତ ହୋଇ ସାମୂହିକ ମାଲ୍ୟାର୍ପଣ କରାଯିବ । ଏଥିରେ ମୁଖ୍ୟ ଅତିଥି, ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି, ସର୍ବସାଧାରଣ, ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇ ଶୋଭାଯାତ୍ରାରେ ବାହାରିବେ ଏବଂ ସକାଳ ୮. ୦୦ମି ସମୟରେ ସ୍ଥାନୀୟ ଗାନ୍ଧୀ ପ୍ରମୋଦ ଉଦ୍ୟାନରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ମାନଙ୍କରେ ସାମୁହିକ ମାଲ୍ୟାର୍ପଣ ଓ ପୂଜ୍ୟପୂଜା କରାଯିବ । ଏହାପରେ ସକାଳ ଘ. ୯.୦୦ମି ସମୟରେ ସାଧାରଣ ସଭା, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଓ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ବିଜୁପଟ୍ଟନାୟକ ଅଡିଟୋରିୟମ, ରାୟଗଡ ଠାରେ ଅନୁଷ୍ଠିତ କରିବା ନିମନ୍ତେ ବୈଠକରେ ନିଷ୍ପତ୍ତି ନିଆଗଲା ।

ଏହାସହିତ ସମସ୍ତ ସମସ୍ତ ଅନୁଷ୍ଠାନ ବାଣିଜ୍ୟକ ପ୍ରତିଷ୍ଠାନ ଗୁଡିକ ଓଡ଼ିଆରେ ନାମ ଲେଖିବାକୁ ପଦ୍ଧକ୍ଷେପ ନେବାକୁ ନିଷ୍ପତି ନିଆଯାଇଛି l ସମସ୍ତ ସରକାରୀ ଓ ଘରୋଇ କୋଠାବାଡି ମାନଙ୍କରେ ଆଲୋକମଳରେ ସୁସଜ୍ଜିତ କରିବାନିମନ୍ତେ ନିଷ୍ପତି ନିଆଯାଇଛି l ଶେଷରେ ଜିଲ୍ଲା ସୂଚନା ଓ ଲକସମ୍ପର୍କ ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

କୋରାପୁଟ ଛକରେ ଟ୍ୟାଙ୍କର ସହିତ କାର ଦୁର୍ଘଟଣା

- Advertisement -spot_img

More articles

- Advertisement -spot_img

Latest article

ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ ପାଳିତ

ଗଞ୍ଜାମ, (୧୯/୦୪) : ଆପ୍ର. : ଗଞ୍ଜାମ ସହରସ୍ଥିତ ଆଖଡ଼ାବନ୍ଧ ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଆଖଡ଼ାବନ୍ଧ ସାହି, ପଣ୍ଡା ସାହି, ଗୌଡ଼ ସାହି ଓ ମଧ୍ୟଖଣ୍ଡ...

ଜଗନ୍ନାଥ ଡିଗ୍ରୀ କଲେଜରେ +୩ ତୃତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ବଲାଙ୍ଗିର, (୧୯/୦୪) : ଆପ୍ର. : ଆଜି ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ସାହାଜବାହାଲ ଗ୍ରାମର ଜଗନ୍ନାଥ ଡିଗ୍ରୀ କଲେଜରେ, +୩ ତୃତୀୟ ବର୍ଷର ଓଡ଼ିଆ ବିଭାଗର ବିଦାୟ ସମାରୋହ ପାଳନ ହୋଇଯାଇଛି । ଏଇ...

ଖୁବଶୀଘ୍ର ଆସିବ ନୂଆ ରାସନ କାର୍ଡ ଓ ନୂଆ ତାଲିକା

ଭୁବନେଶ୍ୱର, (୧୯/୦୪) : ଆପ୍ର. : ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଆସିଲା ବଡ଼ ଖବର । ରାଜ୍ୟରେ ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ମିଳିବ । ଏନେଇ ଆଜି ରାଜ୍ୟ...

ବୈତରଣୀ କେଶରି କୁଣ୍ଡରେ ଗାଧୋଇବା ବେଳେ ବୁଡ଼ିଗଲେ ୨ ଦଶମ ଶ୍ରେଣୀ ଛାତ୍ର

କେନ୍ଦୁଝର, (୧୯/୦୪) : ଆପ୍ର. : ଗାଧୋଇବା ବେଳେ ବୁଡ଼ିଗଲେ ୨ ଜଣ ଦଶମ ଛାତ୍ର। ଚମ୍ପୁଆ ସରେଇ ଗାଁଆ ବୈତରଣୀ ନଦୀ କେଶରୀ କୁଣ୍ଡରେ ଗାଧୋଇବା ବେଳେ ଦୁଇ ଛାତ୍ର ବୁଡି...

ରେଳ ଧାରଣରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି, (୧୯/୦୪) : ଆପ୍ର. : ହରିଶଙ୍କର ରୋଡ଼ -ତୁରେକେଲା ରୋଡ଼ ରେଳ ଷ୍ଟେସନ ନିକଟରେ ଅଭାବନୀୟ ଘଟଣା । ରେଳ ଧାରଣାରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ବତ୍ତର୍ମାନ୍...