ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୨୩/୦୯) : ବୌଦ୍ଧ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ବିଭାଗ ତରଫରୁ କଣ୍ଟାମାଳ ବ୍ଲକ ପଲସଲlଗୋରା ପଞ୍ଚାୟତ ର ସଭାଗୃହ ରେ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଆନ୍ତର୍ଭୁକ୍ତିକରଣ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି |
ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ଶ୍ରୀ ବିରଞ୍ଚି ଧରୁଆ ଙ୍କ ଅଧକ୍ଷତାରେ ଏହି ଶିବିରରେ ଶ୍ରୀ ରବୀନ୍ଦ୍ର କୁମାର ସେଠି LDM ବୌଦ୍ଧ,ଶ୍ରୀ ମହେଶ ପ୍ରସାଦ ମିଶ୍ର ବ୍ରାଞ୍ଚ ମ୍ୟାନେଜର ଷ୍ଟେଟ ବ୍ୟାଙ୍କ ପଲସlଗୋରା, ବିରଞ୍ଚି ମେହେର, ସବ ପୋଷ୍ଟାମାଷ୍ଟର ବାଘଆବାହାଲ ଚିତ୍ତରଞ୍ଜନ ସେନାପତି, ସବ -ପୋଷ୍ଟାମାଷ୍ଟର କଣ୍ଟାମାଳ ପ୍ରମୁଖ ମଞ୍ଚାସିନ ହୋଇ ସ୍ୱଳ୍ପ ସଞ୍ଚୟ ଓ ସୁରକ୍ଷିତ ସଞ୍ଚୟ ଉପରେ ମତବ୍ୟକ୍ତ କରିଥିଲେ |
ନିଜର କଷ୍ଟଲବ୍ଧ ଧନକୁ ଅଧିକ ଲାଭ ଆଶାରେ କୈlଣସି ଚିଟ ଫଣ୍ଡ ସଂସ୍ଥା ରେ ନ ବାନ୍ଧି ସ୍ୱୀକୃତି ପ୍ରାପ୍ତ ବ୍ୟାଙ୍କ କିମ୍ବା ଡାକଘରେ ବାନ୍ଧିବାକୁ ପରାମର୍ଶ ଦେଇଥିଲେ | ସଭା ପ୍ରାରମ୍ଭରେ ସ୍ୱଳ୍ପ ସଞ୍ଚୟ ଅଧିକାରୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ କରିଥିବା ବେଳେ ଶ୍ରୀ ବିରଞ୍ଚି ମେହେର ବିଭିନ୍ନ ସ୍ୱଳ୍ପ ସଞ୍ଚୟ ଯୋଜନା ଉପରେ ଓ ଶ୍ରୀ ରବୀନ୍ଦ୍ର କୁମାର ସେଠି ବ୍ୟାଙ୍କ ଯୋଜନା ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ |
ଏହି କାର୍ଯ୍ୟକ୍ରମ ରେ ସ୍ୱଳ୍ପ ସଞ୍ଚୟ ଏଜେଣ୍ଟ ଓ ବହୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଉପସ୍ଥିତ ଥିଲେ | ଶେଷରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏହାକୁ ରବୀନ୍ଦ୍ର କୁମାର ସେଠି ପରିଚାଳନା କରିଥିଲେ ଓ ବିରଞ୍ଚି ଧରୁଆ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ଧନ୍ୟବାଦ ଅର୍ପଣ ସହିତ ସଭା ସାଙ୍ଗ କରିଥିଲେ |