32.9 C
Balāngīr
Sunday, April 20, 2025

ଜିସଟ ପରିଦର୍ଶନ କଲେ ବିପିୟୁଟି ଏକାଡେମିକ ଅଡିଟ୍‌‌ ସଦସ୍ୟ

Must read

ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ ପାଳିତ

ଗଞ୍ଜାମ, (୧୯/୦୪) : ଆପ୍ର. : ଗଞ୍ଜାମ ସହରସ୍ଥିତ ଆଖଡ଼ାବନ୍ଧ ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଆଖଡ଼ାବନ୍ଧ ସାହି, ପଣ୍ଡା ସାହି, ଗୌଡ଼ ସାହି ଓ ମଧ୍ୟଖଣ୍ଡ...

ରାୟଗଡା , (୨୫/୩ ) : ଆ.ପ୍ର. : ରାୟଗଡ଼଼ା ଜିଲ୍ଲା କୋଲନରା ବ୍ଲକର ଖଲିଗୁଡାସ୍ଥିତ ଗାନ୍ଧି ଇନଷ୍ଟିଚ୍ୟୁଟ୍‌‌ ଅଫ୍‌‌ ସାଇନ୍ସ ଅ୍ଧତ୍ପ ଟକ୍କୋଲୋଜି(ଜିସଟ୍‌‌) ପରିଦର୍ଶନରେ ଆସିଥିଲେ ବୁର୍ଲାସ୍ଥିତ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର ଏକାଡେମିକ୍‌‌ ଅଡିଟ୍‌‌ ଟିମ୍‌‌

ଭିସୁଟର ପ୍ରଫେସର ରାମବିନ୍ଦ କୁମାର ସାହୁ, ସହଯୋଗୀ ପ୍ରଫେସର ଡ.ଅରୁଣାଂଶୁ ମହାପାତ୍ର ପରିଦର୍ଶନରେ ଆସିଥିଲେ । ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ଡ. ପି.ଏନ.ସିଂହ, କଲେଜ ଉପାଧ୍ୟକ୍ଷ, ସବୁ ବିଭାଗର ମୁଖ୍ୟ, ପ୍ରଫେସର, ଆସିଷ୍ଟାଂଟ ପ୍ରଫେସରଙ୍କ ଉପସ୍ଥିତିରେ ଜିସ୍‌‌ଟର ନିର୍ଦ୍ଦେଶକ ଗୋବିନ୍ଦ ରଥ ଏହି ଅନୁଷ୍ଠାନର ଭିତିଭୂମି, ସଫଳତା, ଶିକ୍ଷାଦାନ, ଶିକ୍ଷା ଅଭ୍ୟାସ, ଅନୁସନ୍ଧାନ ପଦକ୍ଷେପ, ଦୁର୍ବଳତାକୁ କୁଶଳୀ ଦକ୍ଷତାରେ ପରିବର୍ତନ କରିବା, ଆହ୍ୱାନକୁ ସୁଯୋଗରେ ପରିବର୍ତନ କରିବା ସମ୍ପର୍କରେ ବୁଝାଇ ଥିଲେ।

ନବୀନ ବିଚାର ଓ ପେଟେଂଟ, ମନ୍ଥରଗତିରେ ଶିଶୁଥିବା ବିଦ୍ୟାର୍ଥୀଙ୍କ ପାଇଁ ସୁଧାରାତ୍ମକ ପାଠ୍ୟକ୍ରମର ବ୍ୟବସ୍ଥା ଆଦି ସମ୍ପର୍କରେ ଏକ ବିସ୍ତୃତ ବିବରଣୀ ଉପସ୍ଥାପନା କରିଥିଲେ। ଅଡିଟ୍‌‌ ଟିମ୍‌‌ ଲାବ୍ରୋଟାରୀ, ଲାଇବ୍ରେରୀ, ଶ୍ରେଣୀଗୃହ, ସେମିନାର ହଲ, ଅଡିଟୋରିୟମ, ହଷ୍ଟେଲ, କ୍ରୀଡା, ଏନଏସଏସ ଏବଂ ପ୍ରତ୍ୟେକ ଏକାଡେମିକ ବିଭାଗ ସହ କେନ୍ଦ୍ରୀୟ ସୁବିଧା ପରିଦର୍ଶନ କରିଥିଲେ। ଏହି ଅନୁଷ୍ଠାନ ଦ୍ୱାର ପରିଚାଳିତ ଗୁଣାତ୍ମକମାନର ମୂଲ୍ୟାଙ୍କନ ପାଇଁ ଶିକ୍ଷାନୁଷ୍ଠାନ ପ୍ରଶାସନିକ ଫାଇଲ ଓ ଦଲିଲ ଗୁଡିକୁ ଭଲ ଭାବେ ଯାଞ୍ଚ କରିଥିଲେ। ଏକାଡେମିକ ଉତ୍କର୍ଷର ଦୃଷ୍ଟିକୋଣ ସହିତ ମିଳିତ ପ୍ରୟାସ ଏବଂ ଅନୁଷ୍ଠାନର କୌଶଳକୁ ସମସ୍ତେ ପ୍ରଶଂସା କରିଥିଲେ ।

ଅଧିକ ଉନ୍ନତି ପାଇଁ ପ୍ରମୁଖ ଶକ୍ତି ଏବଂ ପରାମର୍ଶ ଉପରେ ଗୁରୁତ୍ୱ ଦେଇ ଏହି ରିପୋର୍ଟ ଆନୁଷ୍ଠାନିକ ଭାବେ ନିର୍ଦ୍ଦେଶକ ଶ୍ରୀ ରଥଙ୍କୁ ହସ୍ତାନ୍ତର କରିଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରଫେସର ଦିଲୀପ କୁମାର ମିଶ୍ର, କାଳୀପ୍ରସାଦ ଆଚର୍ଯ୍ୟ, ପ୍ରଫେସର ବାଦଲ କୁମାର ଆଚାର୍ଯ୍ୟ, ପ୍ରଫେସର ଶ୍ରୀନିବାସ ପଟ୍ଟନାୟକ, ପ୍ରଫେସର ଏ.ସାଇ କୁମାର, ପ୍ରାଶାସନିକ ଅଧିକାରୀ ଗୌତମ ପଟ୍ଟନାୟକ, ସରତ ମହାପାତ୍ର ପ୍ରମୁଖ ସୂଚାରୁ ରୂପେ ପରିଚାଳନା କରିଥିଲେ।

- Advertisement -spot_img

More articles

- Advertisement -spot_img

Latest article

ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ ପାଳିତ

ଗଞ୍ଜାମ, (୧୯/୦୪) : ଆପ୍ର. : ଗଞ୍ଜାମ ସହରସ୍ଥିତ ଆଖଡ଼ାବନ୍ଧ ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଆଖଡ଼ାବନ୍ଧ ସାହି, ପଣ୍ଡା ସାହି, ଗୌଡ଼ ସାହି ଓ ମଧ୍ୟଖଣ୍ଡ...

ଜଗନ୍ନାଥ ଡିଗ୍ରୀ କଲେଜରେ +୩ ତୃତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ବଲାଙ୍ଗିର, (୧୯/୦୪) : ଆପ୍ର. : ଆଜି ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ସାହାଜବାହାଲ ଗ୍ରାମର ଜଗନ୍ନାଥ ଡିଗ୍ରୀ କଲେଜରେ, +୩ ତୃତୀୟ ବର୍ଷର ଓଡ଼ିଆ ବିଭାଗର ବିଦାୟ ସମାରୋହ ପାଳନ ହୋଇଯାଇଛି । ଏଇ...

ଖୁବଶୀଘ୍ର ଆସିବ ନୂଆ ରାସନ କାର୍ଡ ଓ ନୂଆ ତାଲିକା

ଭୁବନେଶ୍ୱର, (୧୯/୦୪) : ଆପ୍ର. : ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଆସିଲା ବଡ଼ ଖବର । ରାଜ୍ୟରେ ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ମିଳିବ । ଏନେଇ ଆଜି ରାଜ୍ୟ...

ବୈତରଣୀ କେଶରି କୁଣ୍ଡରେ ଗାଧୋଇବା ବେଳେ ବୁଡ଼ିଗଲେ ୨ ଦଶମ ଶ୍ରେଣୀ ଛାତ୍ର

କେନ୍ଦୁଝର, (୧୯/୦୪) : ଆପ୍ର. : ଗାଧୋଇବା ବେଳେ ବୁଡ଼ିଗଲେ ୨ ଜଣ ଦଶମ ଛାତ୍ର। ଚମ୍ପୁଆ ସରେଇ ଗାଁଆ ବୈତରଣୀ ନଦୀ କେଶରୀ କୁଣ୍ଡରେ ଗାଧୋଇବା ବେଳେ ଦୁଇ ଛାତ୍ର ବୁଡି...

ରେଳ ଧାରଣରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି, (୧୯/୦୪) : ଆପ୍ର. : ହରିଶଙ୍କର ରୋଡ଼ -ତୁରେକେଲା ରୋଡ଼ ରେଳ ଷ୍ଟେସନ ନିକଟରେ ଅଭାବନୀୟ ଘଟଣା । ରେଳ ଧାରଣାରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ବତ୍ତର୍ମାନ୍...