32.9 C
Balāngīr
Saturday, April 26, 2025

ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟର ତିନିଦିନିଆ ବାର୍ଷିକ ଟେକ୍ନୋ ସାଂସ୍କୃତିକ ଉତ୍ସବ ” ସୃଜନ ୩.୦” ଉଦଯାପିତ

Must read

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୨୪/୧୨) : ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ପକ୍ଷରୁ ଗତ ତିନଦିନ ଧରି ଚାଲିଥିବା ବାର୍ଷିକ ଟେକ୍ନୋ ସାଂସ୍କୃତିକ ଉତ୍ସବ “ସୃଜନ ୩.୦ ଉଦଯାପିତ ହୋଇଯାଇଛି ।WhatsApp Image 2024 12 24 at 12.30.33 ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟର ତିନିଦିନିଆ ବାର୍ଷିକ ଟେକ୍ନୋ ସାଂସ୍କୃତିକ ଉତ୍ସବ " ସୃଜନ ୩.୦" ଉଦଯାପିତ

ସକାଳେ ଏହି ଉଦଯାପନୀ ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ବିଶେଷ ଅତିଥି ଭାବେ ହାଇଦ୍ରାବାଦସ୍ଥିତ ଜେଲିସ କଂପାନୀର ସିନିୟର୍ ପ୍ରିନ୍ସିପଲ୍ ଅର୍କିଟେକଚର ଟି ବିଦ୍ୟାସାଗର ଓ ମୀରାକଲ୍ ସଫ୍ଟୱେର ର ମ୍ୟାନେଜର ଭି.ମଧୁ ଯୋଗଦେଇ କମ୍ପ୍ୟୁଟର ବିଜ୍ଞାନର ବିଭିନ୍ନ ଭବିଷ୍ୟତର ଆହ୍ଵାନ ପାଇଁ ନିଜକୁ ପ୍ରସ୍ତୁତ କରିବାକୁ ଉପଦେଶ ଦେଇଥିଲେ । କଂପୁଟର ସାଇନ୍ସ ବିଭାଗର ଡେପୁଟି ଡିନ ଡ଼ଃ କେ ମୁରଲୀ ଗୋପାଳ ମଞ୍ଚସିନ ଥିଲେ ।ବିଶ୍ଵବିଦ୍ୟାଳୟର ପରୀକ୍ଷା ନିରୀକ୍ଷକ ଡଃ ପି.ବିଜୟ କୁମାର ସ୍ଵାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପକ ନଳିନୀକାନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

ସନ୍ଧ୍ୟାକାଳିନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଗୁଣୁପୁର ଉପ ଜିଲ୍ଲାପାଳ କିରଣ ଦୀପ କୌର ସହୋତା ଯୋଗ ଦେଇ ପ୍ରଦୀପ ପ୍ରଜଳନ କରି ଶୁଭାରମ୍ଭ କରିଥଲେ । ସମ୍ମାନୀୟ ଅତିଥି ଭାବେ ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ, ତହସିଲଦାର ଲୀଳାବତୀ ଆଚାର୍ଯ୍ୟା ,ବି ଡ଼ି ଓ ଶୁଭ୍ରାଞ୍ଜଳି ପ୍ରଧାନ ,ଅତିରିକ୍ତ ତହସିଲଦାର ଅଂଶୁମାନ ପରିଡ଼ା, ଅତିରିକ୍ତ ଜିଲ୍ଲାପାଳ ସତ୍ୟଜିତ ନାୟକ, ଆଇ ଆର ବି ଏନ ଦୂର୍ଗପତି ବ୍ରଜ ମୋହନ ନାୟକ, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକାରୀ ଅମୂଲ୍ୟ ଧଳ, ବିଶ୍ଵ ବିଦ୍ୟାଳୟର ଉପ ସଭାପତି ଡଃ ଚନ୍ଦ୍ରଧ୍ୱଜ ପଣ୍ଡା, ମହା ନିର୍ଦ୍ଦେଶକ ଡଃ ଜଗଦୀଶ ପଣ୍ଡା, ରେଜିଷ୍ଟ୍ରାର ଏନ ଭି ଜେ ରାଓ, ଆବାହକ ବିଭୂ ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ ।

ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆଙ୍କ ସଙ୍ଗୀତରେ ଦର୍ଶକମାନେ ବିମୋହିତ ହୋଇଥିବା ଦେଖିବାକୁ ମିଳିଥିଲା । ପରିଶେଷରେ ମଣ୍ଟୁ ଛୁରିଆଙ୍କୁ ଉପସଭାପତି ଡ଼ଃ ଚନ୍ଦ୍ରଧ୍ୱଜ ପଣ୍ଡା,ମହା ନିର୍ଦେଶକ ଡ଼ଃ ଜଗଦୀଶ ପଣ୍ଡା , ରେଜିଷ୍ଟ୍ରାର ଡ଼ଃ ଏନ ଭି ଜଗନ୍ନାଧା ରାଓ, ପ୍ରମୁଖ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ l ଏହି କାର୍ଯ୍ୟକ୍ରମରେ ବିଶ୍ଵବିଦ୍ୟାଳୟର ସମସ୍ତ ବିଭାଗର ଡିନ ପ୍ରଫେସର, ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ମାନଙ୍କ ସହ ଅଞ୍ଚଳବାସିଙ୍କ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା ।

- Advertisement -spot_img

More articles

- Advertisement -spot_img

Latest article

ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ, ଦୁଇ ଉଦ୍ଧାର

କଟକ, (୨୫/୦୪) : ଆପ୍ର. : ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ । ସ୍ଥାନୀୟ ଲୋକଙ୍କ ଦ୍ୱାରା ଜଣେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ଗାଧୋଉଥିବା ବେଳେ ଘଟିଛି...

ବାହ୍ୟ ରାଜ୍ୟ କୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଦୁଇ ବ୍ୟବସାୟୀ ଗିରଫ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଟିଟିଲାଗଡ ରେଳ ଷ୍ଟେସନ ରୁ କ୍ରମାଗତ ଭାବେ ଗଞ୍ଜେଇ ଚୋରା ଚାଲାଣ ଚାଲିଥିବା ବେଳେ ମଝିରେ ମଝିରେ ଅନେକ ଗଞ୍ଜେଇ ମାଫିଆ ଙ୍କୁ କାବୁ କରାଯାଉଛି...

ଜଳିଗଲା ବୁଲେଟ ଗାଡ଼ି, ଦୁଇ ଯୁବକ ଗୁରୁତର

ବଲାଙ୍ଗୀର, (୨୫/୦୪) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବେଲପଡ଼ା ସହର ନିବାସୀ ସୁମନ୍ତ ବଛା ଓ ଅଜିତ ନାଗ ନାମକ ଦୁଇ ଯୁବକ ବୁଲେଟ ଯୋଗେ ଟିଟିଲାଗଡ ଦେଇ ଖୋଲାନ...

ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ପୌର ପରିଷଦ ଅଧିକାରୀ ତଥା ପଦାଧିକାରୀ...

ସାନନ୍ଦ ମେହେରକୁ ଗିରଫ ଓ ପ୍ରକାଶ ଲୁହାଙ୍କୁ ନ୍ୟାୟ ଦାବିରେ ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା

ସୁବର୍ଣ୍ଣପୁର, (୨୪/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା । ପ୍ରାପ୍ତ ସୂଚନା ଅନୁସାରେ କିଛିଦିନ ପୂର୍ବରୁ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ...