32.9 C
Balāngīr
Wednesday, April 30, 2025

ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ କ୍ରୀଡା କ୍ଷେତ୍ରରେ ସଫଳତା

Must read

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୨୮/୧) : ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ କ୍ରୀଡା କ୍ଷେତ୍ରରେ ଅଦ୍ଭୁତ ପୂର୍ବ ସଫଳତା ଅର୍ଜନ କରିଛନ୍ତି । ୨ ଦଳ ଚମ୍ପିୟାନ ଓ ୪ ରନର୍ସ ଅପ୍ ଅର୍ଜନ କରିଛନ୍ତି ।

ଚଳିତ ମାସ ୨୪ ରୁ ୨୬ ତାରିଖ ପର୍ଯ୍ୟନ୍ତ ଏନ ଆଇ ଟି ରାଉରକେଲା ଠାରେ କ୍ରୀଡା ଉତ୍ସଵ “ଭ୍ରୀଧି-୨୦୨୫”ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗୀତାରେ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ କ୍ରିକେଟ, ଭଲିବଲ, ବାସ୍କେଟ ବଲ୍, ଫୁଟବଲ, ବେଟ ମିଣ୍ଟେନ, ଟେବୁଲ୍ ଟେନିସ ଓ ଖୋ -ଖୋ (ପୁରୁଷ ଓ ମହିଳା) ପ୍ରଭୃତି ପ୍ରତିଯୋଗୀତା ରେ ସର୍ବ ମୋଟ ୯ ଗୋଟି ଦଳ ଅଂଶଗ୍ରହଣ କରିଥିଲେ । ଏଥିରେ କ୍ରିକେଟ ଓ ବାସ୍କେଟ ବଲରେ ଚାମ୍ପିଅନ ହୋଇଥିବା ବେଳେ ଭଲିବଲ, ଟେବୁଲ୍ ଟେନିସ ଓ ଖୋ -ଖୋ (ପୁରୁଷ ଓ ମହିଳା) ପ୍ରଭୃତି ଖେଳରେ ରନର୍ସ ହୋଇଥିଲେ ।

ବିଶ୍ବବିଦ୍ୟାଳୟର ଦଳ ଗୁଡ଼ିକର ମ୍ୟାନେଜର ଭାବେ ପ୍ରଫେସର୍ ପ୍ରକାଶ ରଞ୍ଜନ ସାହୁ, ଆଦିତ୍ୟ ମହାଙ୍କୁଲ ଓ ଅଧ୍ୟାପିକା ଝରଣା ମହାରଣା ଯୋଗଦେଇ ଥିଲେ । ଏହି ବିଜେତାଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି ଦଳ ଗୁଡ଼ିକୁ ବିଶ୍ଵବିଦ୍ୟାଳୟର ସଭାପତି ଡ଼ଃ ସତ୍ୟ ପ୍ରକାଶ ପଣ୍ଡା, ଉପ-ସଭାପତି ଡ଼ଃ ଚନ୍ଦ୍ରଧ୍ଵଜ ପଣ୍ଡା, ମହା ନିର୍ଦ୍ଦେଶକ ଡ଼ଃ ଜଗଦୀଶ ପଣ୍ଡା, ରେଜିଷ୍ଟ୍ରାର ଡ଼ଃ ଏନ ଭି ଜଗନାଧା ରାଓ , କ୍ରୀଡା ଅଧିକାରୀ ରବୀନ୍ଦ୍ର କୁମାର ପଣ୍ଡା, କ୍ରୀଡା ବିଭାଗର ଆବାହକ ଡ଼ଃ ଆଶିଷ ତିୱାରୀ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...