ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୨୧/୨) : ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟର ସ୍କୁଲ ଅଫ ମ୍ୟାନେଜମେଣ୍ଟ ବିଭାଗ ପକ୍ଷରୁ ଦୁଇଦିନିଆ ବାର୍ଷିକ ମ୍ୟାନେଜମେଣ୍ଟ ଫେଷ୍ଟ ସ୍ପନ୍ଦନ -୧.୦ ଅନୁଷ୍ଠିତ ହୋଇଯାଇଅଛି ।
ଏହି ଅବସରରେ ମେଗା ଅଡ଼ିଟରୀୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସ୍ଥିତ ଡେଲୋଇଟ କମ୍ପାନୀର ମାନବ ସମ୍ବଳ ବିଭାଗର ମୁଖ୍ୟ ଆଦିତ୍ୟ ବଡୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବର୍ତମାନ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତ କାର୍ଯ୍ୟପନ୍ଥା ଓ ନୂତନ ବ୍ୟବସାୟିକ ପରିକଳ୍ପନା ବିଷୟରେ ଆଲୋକପାତ କରିଥିଲେ । ସମ୍ମାନୀୟ ଅତିଥି ଭାବେ ବେଙ୍ଗୋଲୋର ସ୍ଥିତ ଫାର୍ଷ୍ଟ ସୋର୍ସ କମ୍ପାନୀର ସହ ନିର୍ଦ୍ଦେଶକ ପୀୟୂଷ ରଞ୍ଜନ ପୃଷ୍ଟି ଓ ସାର୍ଟିଫାଏଡ୍ କର୍ପୋରେଟ୍ ପ୍ରଶିକ୍ଷକ ଅବିନାଶ ସୂତର ଯୋଗଦେଇ ଦକ୍ଷତା ବିକାଶ ବିଷୟରେ କହିଥିଲେ ।
ବିଶ୍ଵ ବିଦ୍ୟାଳୟର କୁଳପତି ଡ଼ଃ. ଏ ଭି ଏନ୍ ଏଲ ଶର୍ମା ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତରେ କିପରି ସ୍ବାବଲମ୍ବୀ ହୋଇପାରିବେ ତାହା ଉପରେ କହିଥିଲେ । ବିଭାଗର ମୂଖ୍ୟ ଡ଼ଃ ସୌମେନ୍ଦ୍ର ଦାସ ସ୍ବାଗତ ଭାଷଣ ଦେଇଥିବା ବେଳେ ସହ ବିଭାଗୀୟ ମୁଖ୍ୟ ଦେବାଶିଷ ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି ଅବସରରେ ଆଜି ସକାଳେ କ୍ୟାମ୍ପସ ପରିସରରେ ଏକ ମାରାଥନ କରାଯାଇଥିବାବେଳେ ପୂର୍ବରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ମାନ ଆୟୋଜନ କରାଯାଇଥିଲା । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ସେଠାରେ କୃତୀ ପ୍ରତିଯୋଗି ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା ।