ଗୁଣୁପୁର, (୧୯/୦୩) : ଆ.ପ୍ର : ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନାର ଦୁଇଟି ଯଥା ୟୁନିଟ୍ ୧ (ପୁରୁଷ) ଓ ୨ (ମହିଳା) ପକ୍ଷରୁ ପୋଷ୍ୟ ଗ୍ରାମ ରେଗଡ଼ା ପଞ୍ଚାୟତ ରେଗଡ଼ା ଓ ନରସିଂହମୁଣ୍ଡା ଗ୍ରାମରେ ସ୍ୱତନ୍ତ୍ର ସେବା ଶିବିର ଉଦଘାଟିତ ହୋଇଯାଇଛି ।
ଏହି ଦୁଇ ଉଦଘାଟନୀ ଉତ୍ସଵରେ ମୁଖ୍ୟ ଅତିଥି ଭାବେ ରେଗଡ଼ା ସରପଞ୍ଚ ଜୁଗୁଲୁ ଶବର ଯୋଗ ଦେଇ ଉଦଘାଟନ କରିଥିଲେ । ସ୍ବେଛାସେବୀ ମାନେ ଗ୍ରାମାଞ୍ଚଳର ଉନ୍ନତି ପାଇଁ ବିଭିନ୍ନ କୌଶଳ ମାଧ୍ୟମରେ ଗ୍ରାମାଞ୍ଚଳର ସମସ୍ୟାର ସମାଧାନ ପାଇଁ ଆଗକୁ ଆସିବା ପାଇଁ ପ୍ରବର୍ତ୍ତାଇଥିଲେ । ସମ୍ମାନୀୟ ଅତିଥି ଭାବେ ବିଶ୍ୱବିଦ୍ୟାଳୟର କୁଳପତି ଡ଼ଃ ଏ ଭି ଏନ୍ ଏଲ ଶର୍ମା ଯୋଗ ଦେଇ ପରିବେଶ ସୁରକ୍ଷା, ଶିକ୍ଷା, ସ୍ଵାସ୍ଥ୍ୟ, କୃଷିର ଉନ୍ନତି ଦିଗରେ ଲୋକମାନଙ୍କୁ ସଚେତନତା କରିବା ପାଇଁ କହିଥିଲେ । ୟୁନିଟ ୧ର କାର୍ଯ୍ୟକ୍ରମ ଅଧିକାରୀ ପ୍ରଫେସର ବାଣୀ ପ୍ରସାଦ ନାୟକ ସ୍ଵାଗତ ଭାଷଣ ଦେବା ସହ ସାତ ଦିନରେ ଅନୁଷ୍ଟିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଥିଲେ ।
ପରିଶେଷରେ ଅଧ୍ୟାପକ ପ୍ରମୋଦ କୁମାର ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ । ଏଥିରେ ଅଧ୍ୟାପକ ଡ଼ଃ ପ୍ରେମାନସୁ ଶେଖର ରଥ, ନିତିଶ କୁମାର,ଧୂମେଶ ମେହେର ପ୍ରମୁଖ ଉପସ୍ଥିତ ରହି ସ୍ବେଚ୍ଛାସେବୀ ମାନଙ୍କୁ ଉଚ୍ଚାହିତ କରିଥିଲେ । ସେହିପରି ୟୁନିଟ୍ ୨(ମହିଳା) ବିଭାଗର କାର୍ଯ୍ୟକ୍ରମ ଅଧିକାରୀ ଘନିଷ୍ଟା ପୃଷ୍ଟି ସ୍ଵାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପିକା ତାପଦୀପା ଘୋଷ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏଥିରେ ଅଧ୍ୟାପିକା ପ୍ରିୟଙ୍କା ପାତ୍ର, ଜ୍ୟୋତିର୍ମୟ ବଗର୍ତ୍ତୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରତ୍ୟେକ ଶିବିରରେ ୫୦ ଜଣ ସ୍ବେଚ୍ଛାସେବୀ ଭାଗ ନେଇଥିଲେ ।