ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୫/୦୧) : ଗୋବିନ୍ଦ ଚନ୍ଦ୍ର ଦେବ (ଜିଲ୍ଲା) ହାଇସ୍କୁଲ, ପଡିଆ ଠାରେ ଆଜି ବିଦ୍ୟାଳୟର ୭୮ତମ ଖେଳ ପ୍ରତି ଯୋଗିତା ମହା ସମାରୋହରେ ପାଳିତ ହୋଇଯାଇଛି ।
ତତ୍ ସହିତ ଭାରତୀୟ ସେନା ବାହିନୀ ଦିବସ ମଧ୍ୟ ପାଳନ କରାଯାଇଛି । ଆଜି ଅର୍ଥାତ୍ ୧୫ ଜାନୁଆରୀ ୧୯୪୯ରେ ଭାରତୀୟ ସେନା ବାହିନୀର ପ୍ରଧାନ ଭାବେ ଜେନେରାଲ କେ.ଏମ୍ କାରିୟାପା ଦାୟିତ୍ବ ଗ୍ରହଣ କରିଥିଲେ । ତାଙ୍କ ସ୍ମୃତିରେ ଆଜିର ଦିନକୁ ଭାରତୀୟ ସେନା ବାହିନୀ ଦିବସ ଭାବରେ ପାଳିତ ହୁଏ । ଯାହା ବିଦ୍ୟାଳୟର ଖେଳ ପଡିଆ ଠାରେ ମଧ୍ୟ ପାଳନ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ୨ୟ ବାଳିକା ଏନ୍ .ସି .ସି ବାଟାଲିୟନ, ରାୟଗଡ଼ାର କମାଣ୍ଡିଙ୍ଗ ଅଫିସର ଲେଫଟନେଟ କର୍ଣ୍ଣେଲ ରାକେଶ ଚନ୍ଦ୍ର ଵରତଵାଲ, ସେନା ପଦକ ଧାରୀ ଯୋଗ ଦେଇଥିଲେ ।
ନିଜ ବକ୍ତବ୍ୟରେ କହିଥିଲେ ଯେ, ଖେଳ କେବଳ ମନୋଭାବ ନେଇ ଖେଳିବା ଜରୁରୀ। ଶାନ୍ତ ଚିତ ଏବଂ ସଫଳତା ଆଗରେ ରଖି ଖେଳିବା ଦ୍ଵାରା ସଫଳତା ମିଳିବ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ୨ୟ ବାଳିକା ବାଟାଲିୟନର ସୁବେଦାର ମେଜର ଶ୍ରୀ .ଏସ .ଏମ୍ ରାମାନନ୍ଦା ଯୋଗ ଦେଇଥିଲେ । ଏହି ସଭାରେ ସଭାପତି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶୁଶ୍ରୀ ନମିତା ପ୍ରଧାନ ଯୋଗଦାନ କରି ଖେଳର ମହତ୍ତ୍ଵ ସଂପର୍କରେ ବୁଝାଇଥିଲେ । ସେନାର ଉପଲବ୍ଧି ଓ ଆବଶ୍ୟକତା, ସେନା ବାହିନୀର ଗୁରୁତ୍ଵ ବିଷୟରେ ଫାଷ୍ଟ ଅଫିସର ଶ୍ରୀମତି ପ୍ରମିଳା ମହାପାତ୍ର ବୁଝାଇଥିଲେ ।
ମଞ୍ଚ ପରିଚାଳନା ଶ୍ରୀ ଅଶୋକ କୁମାର ଦାଶ କରିଥିବା ବେଳେ, ସମସ୍ତ କର୍ମଚାରୀ ଓ ଶିକ୍ଷକ, ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ପ୍ରଥମ ଖେଳ ଭାବେ କୁନି କୁନି ଛାତ୍ରୀ ମାନେ ପୁଚି ଖେଳିବା ବେଳେ, ପଞ୍ଚମରୁ ସପ୍ତମ ଛାତ୍ର ମାନେ 100 ମିଟର ଦୈାଡ ପ୍ରତିଯୋଗିତା ଆରମ୍ଭ କରିଥିଲେ ।