32.9 C
Balāngīr
Thursday, July 10, 2025

ଜୀବନର ବାସ୍ତବତାକୁ ସମ୍ପୁର୍ଣ୍ଣ ରଖିବାକୁ ବନ୍ଧୁମିଳନ ଏକାନ୍ତ ଆବଶ୍ୟକ : ୧୯୬୮ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନରେ ଜୀବନର ସ୍ମୃତି ବାଣ୍ଟିଲେ ପୁରାତନ ବନ୍ଧୁମାନେ

Must read

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର , (୧୨/୦୧) : ସୋନପୁର ମହାରାଜା ହାଇସ୍କୁଲ ୧୯୬୮ମାଟ୍ରିକ ବ୍ୟାଚର ପୁରାତନ ଛାତ୍ରମାନଙ୍କର ଏକ ବନ୍ଧୁ ମିଳନ ଜାନୁୟାରୀ ୧୧ ତାରିଖ ୨୦୨୫ ମସିହାରେ ବ୍ୟୋମକେଶ ଦାଶଙ୍କ ଫାର୍ମ ହାଉସ ଠାରେ ଅନୁଷ୍ଠିତ ହୋଇଯାଇଛି ।

ପ୍ରାରମ୍ଭରେ ପରଲୋକପ୍ରାପ୍ତ ବନ୍ଧୁ ପ୍ରଭାକର ସେନାପତିଙ୍କ ବିୟୋଗରେ ସମସ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରି ତାଙ୍କର ଅମର ଆତ୍ମାର ସଦଗତି ପାଇଁ ଭଗବାନଙ୍କ ଠାରେ ପ୍ରାର୍ଥନା କରିଥିଲେ । ବନ୍ଧୁ ମିଳନର ଉଦ୍ୟୋକ୍ତା ଆଡଭୋକେଟ ବ୍ୟୋମକେଶ ଦାଶ ବନ୍ଧୁମାନଙ୍କ ସହଯୋଗ କ୍ରମେ ୨୦୦୪ ଦୀର୍ଘ ୨୨ ବର୍ଷ ହେଲା ସୁଚାରୁ ଭାବେ ବଂଧୁ ମିଳନ ସଫଳ ଭାବେ ହୋଇ ପାରୁଥିବାରୁ ସାଧୁବାଦ ଜଣାଇ ନିଶ୍ଚିତ ଭାବେ ଆଗାମୀ ବର୍ଷମାନଙ୍କରେ ଯୋଗଦାନ କରିବାକୁ ଆହ୍ବାନ ଜଣାଇଥିଲେ ।

ଆଡଭୋକେଟ ଇନ୍ଦ୍ରମଣି ଦାଶ ସମସ୍ତେ ନିଜର ପୁରାତନ ବଂଧୁମାନଙ୍କ ସହ ମିଳିତ ହେବାକୁ ଲକ୍ଷ୍ୟ ରଖିଲେ ସେମାନଙ୍କୁ ଆପେ ଆପେ ଏ ସମାବେଶ ଟାଣି ଆଣିବ ବୋଲି ଆଶାବ୍ୟକ୍ତ କରିଥିଲେ । ପ୍ରାକ୍ତନ ପ୍ରଧାନ ଶିକ୍ଷକ ପଞ୍ଚାନନ ଦଳପତି ଜୀବନ ଅପରାହ୍ନରେ ବଂଧୁ ଭାବକୁ ଉଜ୍ଜୀବିତ କରିବା ପାଇଁ ସମାବେଶ ଏକାନ୍ତ ଆବଶ୍ୟକ ବୋଲି କହିଥିଲେ ।ବଂଧୁମିଳନ ହିଁ ଏକମାତ୍ର ବିକଳ୍ପ , ହରି ନାରାୟଣ ତ୍ରିପାଠୀ ସମସ୍ତେ ସୁସ୍ଥ ମୟ ରହି ଆଗାମୀ ବର୍ଷ ବଂଧୁମିଳନରେ ଅଂଶଗ୍ରହଣ କରିବାକୁ ନିବେଦନ କରିଥିଲେ । ରସରାବ ସା ବଂଧୁ ଭାବର ମୂଲ୍ୟତ୍ବ ସମସ୍ତେ ଉପଲବ୍ଧି କରିବା ଆବଶ୍ୟକ ବୋଲି କହିଥିଲେ ।

ଏଥିରେ ସର୍ବଶ୍ରୀ ନିତ୍ୟାନନ୍ଦ ମାଝୀ, ପ୍ରଫୁଲ୍ଲ କୁମାର ଚାନ୍ଦ, ବୁଧୁଭୂଷଣ ପାଣିଗ୍ରାହୀ, ନରସିଂହ ପଟ୍ଟନାୟକ, ବେଦବ୍ୟାସ ତ୍ରିପାଠୀ, ରଘୁବୀର ଦାଶ, କୃପାସିନ୍ଧୁ ପାଣିଗ୍ରାହୀ , ଥବିର ଚରଣ ବିଶି, ବ୍ରଜ ଗୋପାଳ ପୁଜାହାରୀ, ପରମେଶ୍ବର ଦାନୀ, ମଧୁସୁଦନ ମିଶ୍ର, ଧ୍ରୁବରାଜ ବାରିକ, ମୋହନ ମାଝୀ, କେଶବ ଚରଣ କର୍ମୀ, ସତ୍ୟନାରାୟଣ ମେହେରେ f ୨୦ ଜଣ ଯୋଗଦେଇଥିଲେ । ସର୍ବଶେଷରେ କୃପାସିନ୍ଧୁ ପାଣିଗ୍ରାହୀଙ୍କ ଧନ୍ୟବାଦ ଅର୍ପଣ ପରେ ସମାବେଶ ଉଦଯାପିତ ହୋଇଥିଲା ।

- Advertisement -spot_img

More articles

- Advertisement -spot_img

Latest article

ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା ଯୋଗଦାନ

ବିଷମ କଟକ, (୧୦/୭) : ଆପ୍ର. : ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା...

ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ, ଗତ ୪ ତାରିଖରୁ ଥିଲେ ନିଖୋଜ

କନ୍ଧମାଳ, (୧୦/୭) : ଆପ୍ର. : ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ଫୁଲବାଣୀ ନିକଟସ୍ଥ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ବାଲୁକୁଟୀ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, କନ୍ଧମାଳ...

ରାଇକିଆ ଅଞ୍ଚଳରେ ହାତୀ ଉପଦ୍ରବ : ଘରଦ୍ୱାର ଭାଙ୍ଗିଲେ ହାତୀପଲ

ରାଇକିଆ, (୧୦/୦୭) :ଆପ୍ର. : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରଣବା ଅଞ୍ଚଳରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି । ମଙ୍ଗଳବାର ୧୦ରୁ ୧୫ ଟିକିଆ ହାତୀପଲ ରଣବା ପଞ୍ଚାୟତ...

ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ, ଫେଲ ହେଲେ ପୁଣି ସୁଯୋଗ

ଭୁବନେଶ୍ବର, (୧୦/୦୭) : ଆପ୍ର. : ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଂଶୋଧନ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ...

ହିନ୍ଦୁ ଠାରୁ ବୌଦ୍ଧ ସମସ୍ତେ ପାଳନ କରନ୍ତି ଗୁରୁ ପୂର୍ଣ୍ଣିମା

ଭୁବନେଶ୍ୱର, (୧୦/୦୭) : ଆପ୍ର. : ଆଜି ହେଉଛି ଗୁରୁ ପୂର୍ଣ୍ଣିମା । ଗୁରୁଙ୍କ ବିନା ଏ ସଂସାର ଅନ୍ଧକାର ମୟ । ପିତା ଓ ମାତା ଆମର ପ୍ରଥମ ଗୁରୁ ।...