32.9 C
Balāngīr
Tuesday, July 15, 2025

ଜୀବନ ହାରିଲେ ଦଶମ ଶ୍ରେଣୀ ସରକାରୀ ସ୍କୁଲ୍ ଛାତ୍ରୀ : କାରଣ ଅସ୍ପଷ୍ଟ

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୧୫/୦୨) : ଆଉ ସପ୍ତାହ ପରେ ଦେଇଥାନ୍ତେ ମାଟ୍ରିକ ପରୀକ୍ଷା । ହେଲେ ତା’ ଆଗରୁ ଜୀବନ ହାରିଲେ ଛାତ୍ରୀ । କଟକରେ ଜୀବନ ହାରିଛନ୍ତି ଦଶମ ଶ୍ରେଣୀ ସରକାରୀ ସ୍କୁଲ୍ ଛାତ୍ରୀ ।

ମୃତ୍ୟୁର କାରଣ ଏବେ ବି ଅସ୍ପଷ୍ଟ ରହିଛି । ଢେଙ୍କାନାଳ ଜିଲ୍ଲା ଆମ୍ବପଡ଼ା କରମୂଳ ପଞ୍ଚାୟତର ଜୈନିକ ଦଶମ ଶ୍ରେଣୀ ଛାତ୍ରୀ କଟକର ଏକ ସରକାରୀ ହଷ୍ଟେଲରେ ଆତ୍ମହତ୍ୟା କରିଛନ୍ତି । ସୂଚନା ଅନୁଯାୟୀ ଛାତ୍ରୀ ଜଣକ ଦୀର୍ଘ ଦୁଇ ବର୍ଷ ହେବ ଉକ୍ତ ସରକାରୀ ସ୍କୁଲ୍ ରେ ଅଧ୍ୟୟନ କରିବା ସହ ସରକାରୀ ହଷ୍ଟେଲରେ ରହି ମାଟ୍ରିକ ପରୀକ୍ଷା ପାଇଁ ପଢ଼ୁଥିଲେ ପାଠ । ଛାତ୍ରୀ ଜଣକ ମଧ୍ୟ ନିଜ ମା’ ଙ୍କ ସହ ଫୋନ୍ କଲ୍ ରେ କଥା ହୋଇଥିଲେ । ହେଲେ ସକାଳୁ ପରିବାର ଖବର ପାଇଲେ ଝିଅ ଆଉ ନାହିଁ ।

ଏନେଇ ଲାଲବାଗ ଥାନାରେ ଏତଲା ଦେବାପରେ କଟକ ବଡ଼ ଡ଼ାକ୍ତରଖାନାରେ ଶବ ବ୍ୟବଚ୍ଛେଦ ହୋଇଛି । ତେବେ ପରିବାର ଲୋକେ ଝିଅର ମୃତ୍ୟୁ ପାଇଁ ୱାର୍ଡେନ୍ ଦାୟୀ ବୋଲି ଅଭିଯୋଗ କରିଛନ୍ତି । ପୂର୍ବରୁ ମଧ୍ୟ ଏହି ୱାର୍ଡେନ୍ ଜଣଙ୍କ ଛାତ୍ରୀଙ୍କୁ ମାନସିକ ଯନ୍ତ୍ରଣା ଦେଉଥିଲେ ବୋଲି ଛାତ୍ରୀଙ୍କ ଦାଦା ଅଭିଯୋଗ କରିଛନ୍ତି ।

- Advertisement -spot_img

More articles

- Advertisement -spot_img

Latest article

ତେଜୁଛି ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ

ଭୁବନେଶ୍ୱର, (୧୫/୦୭) : ଆପ୍ର. : ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ । କଂଗ୍ରେସ, ବାମଦଳ ସମେତ ୭ ରାଜନୈତିକ ଦଳର ଓଡ଼ିଶା...

ପରକୀୟା ପ୍ରୀତି କୁ ସ୍ତ୍ରୀ ବିରୋଧ କରିବାରୁ ସ୍ୱାମୀ ଙ୍କ ଆତ୍ମହତ୍ୟା

ବାଲିଗୁଡା, (୧୫/୭) : ଆପ୍ର. : ସ୍ୱାମୀ ର ଅନ୍ୟ ଏକ ଯୁବତୀ ଙ୍କ ସହ ପ୍ରେମ ବ୍ୟାପାର କୁ ନେଇ ପ୍ରଥମ ସ୍ତ୍ରୀ ର ବିରୋଧ ପରେ ସ୍ୱାମୀ ଓ ତାଙ୍କ...

ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍

ବାଲିଗୁଡା, (୧୫/୭) : ଆପ୍ର. : ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍ l ବାଲିଗୁଡା ବନ ଖଣ୍ଡ ରେ ବନ ମହୋତ୍ସବ ସପ୍ତାହ ପାଳନ ପରେ ଆଜି ବାଲିଗୁଡ଼ା...

ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ

ମୁରିବାହାଲ, (୧୫/୭) : ଆପ୍ର. : ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ...

ଉଚ୍ଚଶିକ୍ଷା ବିଭାଗକୁ ବଡ଼ ନିର୍ଦ୍ଦେଶ ଦେଲେ ସରକାର: ୨୪ ଘଣ୍ଟା ମଧ୍ୟରେ

ବାଲେଶ୍ୱର, (୧୫/୦୭) : ଆପ୍ର. : ବାଲେଶ୍ୱର ସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ଘଟଣାରେ ବରୋଧୀ ବିଜେଡି ଏବଂ କଂଗ୍ରେସ...