କଳାହାଣ୍ଡି, (୨୬/୦୪) : ଆପ୍ର : ଜୀବନ ହାରିଲେ ପ୍ରେମୀ ଯୁଗଳ । କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଆମପାଣି ଥାନା କାଉଡୋଲା ଗାଁ’ରେ ଘଟିଛି ଏକ ଅଭାବନୀୟ ଘଟଣା ।
ଗଛରେ ପ୍ରେମୀ ଯୁଗଳ ଝୁଲି ପଡ଼ିଥିବା ଅଭିଯୋଗ ହୋଇଛି । ମୃତ ପ୍ରେମିକ ହେଲେ କାଉଡୋଲା ଗାଁର ନିତେଶ ମୁଣ୍ଡ ଓ ପ୍ରେମିକା ଜଣେ ନାବାଳିକା ବୋଲି ଜଣାପଡ଼ିଛି । ଉଭୟଙ୍କ ମଧ୍ୟରେ ବହୁ ଦିନରୁ ପ୍ରେମ ସମ୍ପର୍କ ରହିଥିଲା । ହେଲେ ଆଜି ସକାଳୁ କାଉଡୋଲା କୁମୁଡାମୁଣ୍ଡା ରାସ୍ତାର ଏକ ଗଛରେ ସେମାନଙ୍କ ଝୁଲନ୍ତା ମୃତ ଦେହ ଠାବ ହୋଇଛି । ଆମପାଣି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରେମ ସମ୍ପର୍କକୁ ନେଇ ଜୀବନ ହାରିଥିବା ସନ୍ଦେହ କରାଯାଉଛି । ଅନ୍ୟପଟେ ସେମାନଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।