ରାୟଗଡା, (୨୩/୦୬) : ଆପ୍ର. : ଜେଇଇ ପରୀକ୍ଷାରେ ସିଦ୍ଧାର୍ଥ ମିଶ୍ର ଆସାମର ଗୁଆହାଟି ଆଇଆଇଟିର ସର୍ବ ଭାରତୀୟ ସ୍ତରରେ ୬୧୯ ନମ୍ୱର୍ ରେଙ୍କ ରଖି ସଫଳତା ହାସଲ କରିଛନ୍ତି ।
ଏହି ଜେଇଇ ପରୀକ୍ଷାରେ ମୋଟ ୧୫ଲକ୍ଷ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ସେଥି ମଧ୍ୟରୁ ୨ଲକ୍ଷ ପିଲା ଯୋଗ୍ୟ ବିବେଚିତ ହୋଇଥିବା ବେଳେ, ସର୍ବ ଭାରତୀୟ ସ୍ତରରେ ସିଦ୍ଧାର୍ଥ ମିଶ୍ର ୬୧୯ ନମ୍ୱର୍ ରେଙ୍କ୍ ରଖି କୃତିତ୍ୱ ହାସଲ କରିଛନ୍ତି । ସିଦ୍ଧାର୍ଥ କହିଛନ୍ତି ମୋ ସଫଳତାରେ ମୋ ଅଜା ସ୍ବର୍ଗତ ରମେଶ ଚନ୍ଦ୍ର ଶତପଥିଙ୍କ ଉପଦେଶ ଓ ଆଦେଶ ମୋ ପାଇଁ ବରଦାନ ସାବ୍ୟସ୍ତ ହୋଇଛି ।
ଏହି ସଫଳତାରେ ମୋ ଭଉଣୀ ଶୀତଲ ମିଶ୍ର ଏବଂ ମୋ ବାପା ସତ୍ୟ – ନାରାୟଣ ମିଶ୍ର ପାଠପଢା ସମୟରେ ବହୁତ ସହଯୋଗ କରିଛନ୍ତି। ମୋ ମାଆ ବବିତା ମିଶ୍ର ମୋ ପାଇଁ ସମୟ ସାରଣୀ ପ୍ରସ୍ତୁତ କରି ମନ ଧ୍ୟାନ ଦେଇ ପାଠ ପଢିବା ପାଇଁ ପ୍ରେରଣା ଦିଅନ୍ତି । ଆସାମର ଗୁଆହାଟି ଆଇ.ଆଇ.ଟିରେ ସିଦ୍ଧାର୍ଥ କମ୍ପ୍ୟୁଟର ସାଇନସ୍ ଇଞ୍ଜିନିୟର କରିବେ ବୋଲି କହିଛନ୍ତି ।