ରାୟଗଡ଼ା, (୦୫/୦୫) : ଆପ୍ର. : ରାୟଗଡ଼ା ଜିଲ୍ଲା ଜେକେପୁର ସ୍ଥିତ ଜେକେ କାଗଜକଳ ନାଗାବଳୀ ନଦୀରେ ଆଡ଼ିବନ୍ଧ ବାନ୍ଧି ଜଳ ଶୋଷଣକୁ ବିରୋଧ କରିବା ସହ ବେଆଇନ ଆଡିବନ୍ଧକୁ ଦେଖି ରାଗିଯାଇଥିଲା ରାୟଗଡ଼ା ବିଧାୟକ ଆପଲାସ୍ବାମୀ କାଡ୍ରାକା।
ଆଜି ଜେକେପୁର ସ୍ଥିତ ସାନ ଚାନ୍ଦିଲି ଗ୍ରାମ ନିକଟରେ ଥିବା ନାଗାବଳି ନଦୀ ଜଳକୁ ଜେକେ କଗଜ କଳ ବାଲି ବସ୍ତା ପକାଇ ଜଳକୁ ଅଟକାଇଥିବା ଅଚଂଳକୁ ପରିଦର୍ଶନରେ ଯାଇ ବୁଲି ଦେଖିବା ସହ ଲୋକଙ୍କ ସମସ୍ୟା ସଂପର୍କରେ ପଚାରି ବୁଝିବା ପରେ ରାଗିଯାଇଥିଲେ ଶ୍ରୀ ବିଧାୟକ କାଡ୍ରାକା। ନାଗାବଳୀ ନଦୀର ତଳିଆ ଅଚଂଳରେ ରହୁଥିବା ଲୋକଙ୍କ ଅଭିଯୋଗ ପ୍ରକାରେ ବିଧାୟକ ଉକ୍ତ ଅଚଂଳ ପରିଦର୍ଶନ କରି ସମସ୍ତ ବିଷୟ ବୁଝିବା ସହ ଜେକେ କାଗଜ କଳ କିପରି ପାଣି ଅଟକାଇ ଦୂଷିତ ଜଳକୁ ନଦୀରେ ଛାଡୁଛି ତାହା ବୁଲି ଦେଖିଥିଲେ । ବିଧାୟକ କାଡ୍ରାକା ଆପଲକାସ୍ୱାମି ଏହା ଦେଖି ରାଗିଯାଇ ୧୫ ଦିନର ସମୟ ଜିଲ୍ଲା ପ୍ରଶାସନକୁ ଦେଇଥିଲେ ।
ବିଧାୟକ କହିଛନ୍ତି ଯେ ଜେକେ କଗଜ କଳ ବାଲି ବସ୍ତାରେ ଆଡିବନ୍ଧ ପକାଇ ନାଗାବଳି ନଦୀର ପରିସ୍କାର ଜଳକୁ ନିଜେ ନେବା ସହ କମ୍ପାନିରୁ ନିର୍ଗତ ଅପରିଷ୍କାର ଦୁର୍ଗନ୍ଧମୟ ଜଳକୁ ପୁଣି ନଦୀରେ ଛାଡୁଛି । ଯାହାଦ୍ୱାରା ନଦୀର ତଳିଆ ଅଚଂଳରେ ରହୁଥିବା ଲୋକେ ଏହି ପାଣି ବ୍ୟବହାର କରିବା ଦ୍ୱାରା ବିଭିନ୍ନ ରୋଗରେ ଆକ୍ରାନ୍ତ ହବା ଦ୍ୱାରା ଗୃହପାଳିତ ପଶୁ ପକ୍ଷିଙ୍କର ମୃତ୍ୟୁ ଘଟୁଥିବା ମଧ୍ୟ ଅଭିଯୋଗ ବାରମ୍ବାର ଅଭିଯୋଗ ହେଉଥିଲା । ଜେକେ ଦ୍ବାରା ନିର୍ମାଣ ହୋଇଥିବା ବେଆଇନ ଆଡିବନ୍ଧକୁ ନେଇ ବିଧାୟକ ବିଧାନସଭାରେ ପ୍ରଶ୍ନ କରିଥିଲେ ଏବଂ ମୂଖ୍ୟମନ୍ତ୍ରୀ ମଧ୍ୟ ଏହା ଯଦି ସତ୍ୟ ହୋଇଥାଏ ତାହାହେଲେ ଏହାର ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଲିଖିତ ପ୍ରତିଶୃତି ଦେଇଥିବା ନେଇ ରାୟଗଡା ବିଧାୟକ କହିଛନ୍ତି ।
ବିଧାୟକ ପଚାରିଥିବା ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ନଦୀର ଜଳସ୍ରୋତର ପାର୍ଶ୍ବ ପରିବର୍ତନ ଯୋଗୁଁ ଜେକେ କାଗଜକଳ ଖରାଦିନରେ ବାଲି ବସ୍ତା ଦ୍ବାରା ଏକ ଆଂଶିକ ଆଡିବନ୍ଧ ନିର୍ମାଣ କରିଅଛି ଓ ଏହା ଦ୍ବାରା ନଦୀର ଜଳପ୍ରବାହ ପ୍ରତିହତ ହେଉନାହିଁ ବୋଲି କହିଥିଲେ । କିନ୍ତୁ ଆଡିବନ୍ଧ ନିର୍ମାଣ ପାଇଁ କୌଣସି ଅନୁମତି ଦିଆଯାଇନାହିଁ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ । ଜେକେ କାଗଜକଳ ନାଗାବଳୀ ନଦୀରୁ ଦୈନିକ ହାରାହାରି ୪୦ହଜାର ଘନମିଟର ଜଳ ନେଉଛି ଏବଂ ପ୍ରତିମାସରେ ସରକାରଙ୍କୁ ଜଳ କର ପ୍ରଦାନ କରୁଛି । କାଗଜକଳ ନାଗାବଳୀ ନଦୀରୁ ଜଳ ନେବା ପାଇଁ ସରକାରଙ୍କ ସହ ଚୁକ୍ତି କରିଛି ବୋଲି ମୁଖ୍ୟମନ୍ତ୍ରୀ ବିଧାୟକଙ୍କ ପ୍ରଶ୍ନରେ ଉତ୍ତର ରଖିଥିଲେ ।
ବିଧାୟକ କହିଛନ୍ତି ଯେ ଜିଲ୍ଲା ପ୍ରଶାସନକୁ ୧୫ ଦିନର ସମୟ ଦିଆଯାଉଛି, ଏହି ୧୫ ଦିନ ମଧ୍ୟରେ ଜିଲ୍ଲା ପ୍ରଶାସନ ଯଦି ଏହି ବାଲି ବସ୍ତାକୁ ନହଟାଏ ତାହାହେଲେ ୧୫ ଦିନ ପରେ ନଦୀର ତଳିଆ ଅଚଂଳରେ ଥିବା ଗାଁ ଗୁଡିକର ସାଧାରଣ ଜନତାଙ୍କ ସହିତ ମିଶି ଆମେ ଏହି ବାଲି ବସ୍ତାର ବନ୍ଧକୁ ଭାଙ୍ଗିବୁ । ଏଥି ଯୋଗୁଁ ଯଦି କୌଣସି ପ୍ରକାର ଅପ୍ରିତିକର ପରିସ୍ତିତି ସୃଷ୍ଟି ହୁଏ ଏଥିପାଇଁ ଜିଲ୍ଲା ପ୍ରଶାସନ ଦାୟି ରହିବ ବୋଲି ଚେତାବନି ଦେଇଛନ୍ତି ରାୟଗଡା ବିଧାୟକ କାଡ୍ରାକା ଆପଲାସ୍ୱାମି । ଏହି ସମୟରେ ସ୍ଥାନିୟ ଅଚଂଳର ଲୋକଙ୍କ ସହ ଜେକେ କାଗଜ କଳର କିଛି କର୍ମଚାରୀ ଓ ପୋଲିସ ଉପସ୍ଥିତ ଥିଲେ ।