32.9 C
Balāngīr
Wednesday, April 30, 2025

ଜେଲ ଅଧିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

Must read

ଯୁବକଙ୍କୁ ହତ୍ୟା କରି ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ, ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ

ବ୍ରହ୍ମପୁର, (୨୯/୦୪) : ଆପ୍ର. : ତଣ୍ଟି କାଟି ଯୁବକଙ୍କୁ ହତ୍ୟା! । ହତ୍ୟା କରି ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ । ବ୍ରହ୍ମପୁର କ.ନୂଆଗାଁ ଥାନା ଚିକିଟି ବାଳକୁମାରୀ ରାସ୍ତାରୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର...

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୬/୦୯) : ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରର ଅଧିକ୍ଷକ ସତ୍ୟପ୍ରକାଶ ସ୍ୱାଇଁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି ।

କେନ୍ଦୁଝର ସ୍ଥିତ ସରକାରୀ ବାସଭବନ ଓ କାର୍ଯ୍ୟାଳୟ ସମତେ ୭ଟି ସ୍ଥାନରେ ଚଢ଼ାଉ ଆରମ୍ଭ ହୋଇଛି । ସତ୍ୟପ୍ରକାଶଙ୍କ ଭୁବନେଶ୍ଵର ଲକ୍ଷ୍ମୀ ସାଗର ସ୍ଥିତ ନିଜ ଘର ଓ ସଂମ୍ପର୍କିୟଙ୍କ ଘର, ଝାରପଡ଼ା ଜେଲ କଲୋନୀ ସ୍ଥିତ ସରକାରୀ ବାସ ଭବନ, ଖଣ୍ଡଗିରି ସ୍ଥିତ ନିଜ ଘର, ଭଦ୍ରକ ଧୂଷିରି ସ୍ଥିତ ସମ୍ପର୍କିୟ ଘରେ ଭିଜିଲାନ୍ସ ଛାପା ମାରିଛି । ଭୁବନେଶ୍ୱରରୁ ଏକ ଟିମ ସହ କେନ୍ଦୁଝର ଭିଜିଲାନ୍ସ ଟିମ୍ ସହାୟତାରେ କେନ୍ଦୁଝରରେ ଚଢ଼ାଉ ଜାରି ରହିଛି ।

ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ଯେ ଜେଲ ସୁପରିଣ୍ଟେଡେଣ୍ଟ ଶ୍ରୀ ସ୍ୱାଇଁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ନେଇ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଏକ ମାମଲା ହୋଇଥିଲା । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢ଼ାଉ କରାଯାଉଛି । ଚଢାଉ ଶେଷ ହେବା ପରେ କେତେ ଆୟ ବହିର୍ଭୁତ ସଂପତି ଠାବ ହେଲା ତାହା ଗଣ ମାଧ୍ୟମକୁ ସବିଶେଷ ତଥ୍ୟ ଦିଆଯିବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି ଓ ଏହି ଚଢ଼ାଉରେ ୧୨ ଜଣ ଡିଏସପି, ୧୧ ଇନସ୍ପେକ୍ଟର ଏବଂ ଅନ୍ୟ ସହ କର୍ମଚାରୀମାନେ ସାମିଲ ହୋଇଛନ୍ତି । ଶ୍ରୀ ସତ୍ୟ ପ୍ରକାଶ ସ୍ୱାଇଁ ପୂର୍ବରୁ ଭୁବନେଶ୍ୱର ଝାରପଡ଼ା ଜେଲର ମଧ୍ୟ ଅଧିକ୍ଷକ ଦାୟିତ୍ୱ ସମ୍ଭାଳିଛନ୍ତି ।

- Advertisement -spot_img

More articles

- Advertisement -spot_img

Latest article

ଯୁବକଙ୍କୁ ହତ୍ୟା କରି ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ, ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ

ବ୍ରହ୍ମପୁର, (୨୯/୦୪) : ଆପ୍ର. : ତଣ୍ଟି କାଟି ଯୁବକଙ୍କୁ ହତ୍ୟା! । ହତ୍ୟା କରି ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ । ବ୍ରହ୍ମପୁର କ.ନୂଆଗାଁ ଥାନା ଚିକିଟି ବାଳକୁମାରୀ ରାସ୍ତାରୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର...

ପାଣି ପାଇଁ ରାଜ ରାସ୍ତାରେ ମହିଳା

ଟିଟିଲାଗଡ଼, (୨୯/୦୪) : ଆପ୍ର. : ନିର୍ବାଚନ ମଣ୍ଡଳୀରେ ତାତି ଯେତିକି ବଢ଼ିବାରେ ଲାଗିଛି ସେତିକି ଜଳ କଷ୍ଟ ମଧ୍ୟ ଦେଖା ଦେଇଛି । ଗୁଡ଼ଭେଳା ବ୍ଲକ ଧରୁଆପଡା ଛକରେ ମହିଳାମାନେ ରାଜରାସ୍ତାକୁ ଓଲ୍ଲାଇ...

ପ୍ରେମ ପାଇଁ ଜୀବନ ହାରିଲେ ଯୁବକ

ଭୁବନେଶ୍ୱର, (୨୯/୦୪) : ଆପ୍ର. : ପ୍ରେମ ପାଇଁ ଜୀବନ ହାରିଲେ ଯୁବକ। ବରମୁଣ୍ଡା ଅଞ୍ଚଳ ସ୍ଥିତ ଦଳିତ ସାହିରୁ ଯୁବକଙ୍କ ମୃତ ଦେହ ଉଦ୍ଧାର । ମୃତ ଯୁବକ ଉକ୍ତ ଅଂଚଳର ରାହୁଲ...

ଦନ୍ତାହାତୀ ଆକ୍ରମଣରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ

ମୟୁରଭଞ୍ଜ, (୨୯/୦୪) : ଆପ୍ର. : ଦନ୍ତାହାତୀ ଆକ୍ରମଣରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ । ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ଅମରଦାର ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମରେ ଘଟିଛି ଏହି ଦୁଖଦ ଘଟଣା । ମୃତକ ହେଲେ...

ଅଶ୍ଳୀଳ ଭିଡିଓ ଦେଖିବା ପରେ ୪ ବର୍ଷୀୟା ଭାଣିଜୀକୁ ଦୁଷ୍କର୍ମ କରି ହତ୍ୟା, ମାମୁ ଗିରଫ

ଗଞ୍ଜାମ, (୨୯/୦୪) : ଆପ୍ର. : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅନ୍ତର୍ଗତ ଖଲିଙ୍ଗି ଅଞ୍ଚଳରେ ୪ ବର୍ଷୀୟା ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ। ଶିଶୁ କନ୍ୟାକୁ ନିଜ ମାମୁ...