32.9 C
Balāngīr
Sunday, July 20, 2025

ଜେଲ ଫେରନ୍ତା ଅଭିଯୁକ୍ତଙ୍କ ଘର ଭଙ୍ଗାରୁଜା ସହ ଲୁଟପାଟ ଅଭିଯୋଗ ୩ ଗିରଫ

Must read

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୦୬/୦୮) : ମୁରିବାହାଲ ଥାନା ଗୋଇମୁଣ୍ଡ ଗ୍ରାମର ଜଣେ ଜେଲ ଫେରନ୍ତା ଅଭିଯୁକ୍ତଙ୍କ ଅନୁପସ୍ଥିତିରେ ତାଙ୍କ ଘର ଭଙ୍ଗାରୁଜା ସହ ଲୁଟପାଟ ଅଭିଯୋଗରେ ଗ୍ରାମର ୩ ଜଣ ବିଦେଶୀ ବାଗ(୫୮), ଢ଼କର ବାଗ(୨୮) ଓ ଜୟସିଂହ ବାଗ (୨୬)ଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

ଗୋଇମୁଣ୍ଡ ଗ୍ରାମର ଜେଲଫେରନ୍ତା ରାଜୁ ବାଗ(୪୫) ଓ ତାଙ୍କ ପତ୍ନୀ ଶଙ୍ଖା ବାଗ(୪୦)ଗ୍ରାମର ଗୌରୀ ବାଗ(୪୩)ନାମକ ଜଣେ ବିଧବା ମହିଳାଙ୍କୁ ଅସଦାଚରଣ ପରେ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ ଥାନା କେଶ ନ ୨୪୧/୨୩ରେ ଉଭୟ ଗତ ୦୪/୧୦/୨୩ରେ ଜେଲ ଯାଇଥିଲେ। ସ୍ୱାମୀସ୍ତ୍ରୀ ଦୀର୍ଘ ୯ମାସରୁ ଅଧିକ ସମୟ ଜେଲରେ ରହିବା ପରେ ଜେଲରୁ ବାହାରିଥିଲେ।ସେମାନେ ଘରକୁ ଫେରିବା ପରେ ତାଙ୍କ ଘର ସବୁ ଭଙ୍ଗାରୁଜା ସହ ଲୁଟପାଟ କରାଯାଇ ବହୁ ଜିନିଷପତ୍ର ଚୋରୀ ହୋଇଥିବା ଦେଖିବାକୁ ପାଇଥିଲେ । ଜେଲ ଫେରନ୍ତା ରାଜୁ ଏ ସମ୍ପର୍କରେ ଗ୍ରାମର ୧୫ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ବିରୁଦ୍ଧରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ପୁଲିସ ଥାନା କେସ ନ ୨୩୧/୨୪ ରୁଜ୍ଜୁ କରି ସବଇନସ୍ପେକ୍ଟର ପ୍ରମୋଦ କୁମାର ପଧାନ ଘଟଣାର ଅଧିକ ତଦନ୍ତ ଜାରି ରଖିଥିଲେ। ପୂର୍ବ ଶତ୍ରୁତାରୁ ଜେଲ ଫେରନ୍ତାଙ୍କ ଘର ଭଙ୍ଗାରୁଜା ସହ ଲୁଟପାଟ ଅଭିଯୋଗରେ ଗୋଇମୁଣ୍ଡ ଗ୍ରାମର ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ସମସ୍ତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ଓ ଫେରାର ଅନ୍ୟମାନଙ୍କ ବିରୁଦ୍ଧରେ ତଦନ୍ତ ଜାରି ରହିଛି ବୋଲି ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି ।

- Advertisement -spot_img

More articles

- Advertisement -spot_img

Latest article

ପୁରୁଷୋତ୍ତମପୁର ଅଟୋ ୟୁନିଅନ ଦ୍ୱାରା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ପୁରୁଷୋତ୍ତମପୁର, (୧୯/୦୭) : ଆପ୍ର. : ପୁରୁଷୋତ୍ତମପୁର ସହର ରେ ସ୍ଥାନୀୟ ମା କନକା ଅଟୋ ମୋବାଇଲ ସଂଘ ଚାଳକ ସଂଘ ଦ୍ୱାରା ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା...

ଅର୍ଜୁନପୁର ଜଙ୍ଗଲ ରୁ ଚୋରି ଶାଳ କାଠ ସହ ବ୍ୟବହୃତ ଗାଡି ଓ ବାଇକ ଜବତ : ୨ ଅଭିଯୁକ୍ତ କୁ ଗିରଫ 

ସୁବର୍ଣ୍ଣପୁର, (୧୯/୦୭) : ଆ.ପ୍ର : ସୁବର୍ଣ୍ଣପୁର ବନ ବିଭାଗ ରେଞ୍ଜର କୌଣସି ସୂତ୍ର ରୁ ଖବର ପାଇ ରେଞ୍ଜର ସୁବାସ ମହାପାତ୍ର ବିଶ୍ଵସ୍ତ ସୂତ୍ରରୁ ଖବର ପାଇବାରୁ ତାଙ୍କ ନିର୍ଦ୍ଦେଶ କ୍ରମେ...

ମାନସିକ ଚାପଗ୍ରସ୍ତ ଯୁବକଙ୍କ ଆତ୍ମହତ୍ୟା

ବୁର୍ଲା, (୧୯/୦୭) : ଆପ୍ର. : ବୁର୍ଲା ସହର ଶ୍ରୀରାମ ବିହାରର ଜଣେ ଯୁବକ ବେକରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିବା ପରି ଏକ ଅଭାବନୀୟ ଘଟଣା ଘଟିଯାଇଛି । ପୁଲିସ ଶବ ଜବତ...

ଧାନ ବିକ୍ରି ପାଇଁ ଆଜିଠୁ ଆରମ୍ଭ ହେଲା ଚାଷୀ ପଞ୍ଜୀକରଣ: ଅଗଷ୍ଟ ୨୦ ଯାଏଁ କରିପାରିବେ ଆବେଦନ; ଜାଣନ୍ତୁ ପଞ୍ଜୀକରଣର ପୂରା ପ୍ରକ୍ରିୟା

ଭୁବନେଶ୍ୱର, (୧୯/୦୭) : ଆପ୍ର. : ଆଜି ଠାରୁ ଆରମ୍ଭ ହେଉଛି ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ପ୍ରକିୟା। ଏହା ଆସନ୍ତା ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସେପ୍ଟେମ୍ବର...

ଫାସଡ ସୁକତେଲ ବ୍ରିଜଠାରେ ଦୁଇଟ୍ରକ ମୁହାଁମୁହିଁ ଧକ୍କା

ଲୋଇସିଂହା, (୧୯/୦୭) :ଆପ୍ର. : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଫାସଡ ନିକଟସ୍ଥ ସୁକ୍‌ତେଲ ପୋଲ ଉପରେ ଗତକାଲି ରାତିରେ ଦୁଇଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ରାସ୍ତା ଅବରୋଧ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ...