ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୦୯/୦୩) : ଜେ.ଏସ୍.ଏମ୍ କଳା, ବିଜ୍ଞାନ ଏବଂ ବାଣିଜ୍ୟ ମହାବିଦ୍ୟାଳୟ ପରିସରରେ ଆଜି ତା ୮/୩/୨୦୨୫ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି ।
ଅଧ୍ୟକ୍ଷ ଶ୍ରୀକାନ୍ତ ଶର୍ମା, ପ୍ରଧାନ ଶିକ୍ଷକ ଉପେନ୍ଦ୍ର ମହାନ୍ତି ଓ ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ଦ୍ବାରା ଦୀପ ପ୍ରଜ୍ବଳନ ସହିତ କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରଜେନ୍ଦ୍ର ବିଶ୍ୱବିଦ୍ୟାଲୟର ପଙ୍କଜିନି ମୁଲିଆ (ଦର୍ଶନ ବିଭାଗର ସହକାରୀ ପ୍ରଫେସର) ଓ ସୀମାରାନୀ ରଥ (ସଂସ୍କୃତ ପିଜି ବିଭାଗର ସହକାରୀ ପ୍ରଫେସର) ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ । ମହିଳାମାନେ ସମାଜର ପ୍ରତ୍ୟେକ କ୍ଷେତ୍ରରେ ଆଗବର । ପ୍ରତ୍ୟେକ କ୍ଷେତ୍ରରେ ସେମାନେ ନିଜର ପାରଦର୍ଶିତା ପ୍ରତିପାଦନ କରିପାରିଛନ୍ତି ।
ମହିଳାମାନେ କିପରି ନିଜକୁ ନିଜେ ସଶକ୍ତିକରଣ କରିବା ସହିତ ସମ୍ପୂର୍ଣ୍ଣ ପରିବାରକୁ ମଧ୍ୟ ସଶକ୍ତିକରଣ କରିବାରେ ସହାୟକ ହେଉଛନ୍ତି, ସେହି ବିଷୟ ରେ ବକ୍ତବ୍ୟ ଦେଇ ଉତ୍ସାହିତ କରି ଥିଲେ । ସେହିପରି ବିଭିନ୍ନ ସମୟରେ ମହିଳା ମାନଙ୍କ କ୍ଷେତ୍ରରେ ହେଉଥିବା ବିଭିନ୍ନ ପ୍ରକାରର ନିର୍ଯ୍ୟାତନା ଆଦିର ଦୂରୀକରଣ ଉପରେ କାର୍ଯ୍ୟକ୍ରମରେ ଗୁରୁତ୍ଵାରୋପ କରାଯାଇଥିଲା । ବହୁତ ଆନନ୍ଦ ସହକାରେ ଜେ.ଏସ୍.ଏମ୍ କଲେଜ ପରିସରରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଥିଲା।