ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୨୭/୦୧) : ଜେ ଏସ୍ ଏମ୍ କଳା, ବିଜ୍ଞାନ ଏବଂ ବାଣିଜ୍ୟ ମହାବିଦ୍ୟାଳୟ କଲେଜ ପରିସରରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି l
ମହାବିଦ୍ୟାଳୟର ନିର୍ଦ୍ଦେଶକ ସିଏ ଶ୍ରୀକାନ୍ତ ଶର୍ମା, ଉପଦେଷ୍ଟା ପିତବାସ ପଣ୍ଡା, ମନୋରଞ୍ଜନ୍ ସାହୁ ଯୋଗ ଦେଇଥିଲେ l ମୁଖ୍ୟ ଅତିଥି ବରିଷ୍ଟ ଓକିଲ ଶ୍ରୀଯୁକ୍ତ ପ୍ରମୋଦ କୁ୍ମାର୍ ମିଶ୍ରଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ ସହ ଜାତୀୟ ସଂଗୀତ ଗାନ କରାଯାଇଥିଲା । lଗଣତନ୍ତ୍ର ବା ସମ୍ୱିଧାନ ଆଜି ଆମକୁ କିପରି ମିଳିଅଛି ଓ ଛାତ୍ରଛାତ୍ରୀମାନେ ଏହାର ଗୁରୁତ୍ୱକୁ ବୁଝିବା ନିମନ୍ତେ କଲେଜର ମୁଖ୍ୟ ଅତିଥି ବରିଷ୍ଟ ଓକିଲ ପ୍ରମୋଦ କୁମାର୍ ମିଶ୍ର ପରାର୍ମଶ ପ୍ରଦାନ କରିଥିଲେ । ଛାତ୍ର ସମୟରେ ଗଣତନ୍ତ୍ରର ଗୁରୁତ୍ୱକୁ ବୁଝି ନିଜର ଭବିଷ୍ୟତ ଗଠନ କରି ଦେଶକୁ ଆଗେଇ ନେବା ଆମର କର୍ତ୍ତବ୍ୟ ବୋଲି କଲେଜର ନିର୍ଦ୍ଦେଶକ ସି ଏ ଶ୍ରୀକାନ୍ତ ଶର୍ମା ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ ।
ସ୍ବାଧିନତା ଦିବସ ଅବସରରେ କଲେଜ୍ ପକ୍ଷରୁ ସଫେଇ କର୍ମଚାରୀ, ନର୍ସ୍ ଏବଂ ଟ୍ରାଫିକ୍ ପୋଲିସ୍ କର୍ମଚାରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ମହାବିଦ୍ୟାଳୟ କଲେଜ ପରିସରରେ ବିଜ୍ଞାନ ମେଳା ଆୟୋଜନ କରାଯାଇ ଥିଲା ଓ କୃତିତ୍ବ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇ ଥିଲା ଏବଂ ଇଣ୍ଟର୍ ସ୍କୁଲ୍ ପ୍ରତିଯୋଗିତା କରାଯାଇ ଥିଲା ଓ ଜେ ଏସ୍ ଏମ୍ କଲେଜ୍ ର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା କରାଯାଇଥିଲା । ମହାବିଦ୍ୟାଳୟ ପାଇଁ ଆଉଗାଟିଏ ଗୌରବ ବିଷୟ ଯେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପେରେଡ୍ ରେ ବେଷ୍ଟ ସିଭିଲିଏନ୍ ଭାବରେ ପ୍ରଥମ ସ୍ଥାନ ଅଧିକାର କରିଛି ଜେ ଏସ୍ ଏମ୍ କଲେଜ୍ । କଲେଜ୍ ପରିସରରେ ଖୁସିର ଲହରି ଖେଳିଯାଇଛି ।