ବଲାଙ୍ଗିର, (୦୩/୦୬) : ଆପ୍ର. :ବଲାଙ୍ଗୀର ରେ ଗ୍ରୀଷ୍ମର ପ୍ରାଦୁର୍ଭାବ ବଢ଼ି ଚାଲିଥିବା ବେଳେ ଆଖ ପାଖ ଅଞ୍ଚଳରୁ ଅନେକ ଭକ୍ତ ଶୀତଳ ଷଷ୍ଠୀ ମହୋତ୍ସବ ଦର୍ଶନ କରିବା ପାଇଁ ଆସିଥିଲେ ।
ଶୀତଳ ଷଷ୍ଠୀ ମହୋତ୍ସବ ପାଳନ ଅବସରରେ ଶ୍ରଦ୍ଧାଲୁ ଭକ୍ତ ମାନଙ୍କ ପାଇଁ ବଲାଙ୍ଗିର ଅବସ୍ଥିତ ଜେ ଏସ୍ ଏମ୍ କଳା, ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟ ଦ୍ୱାରା ସରବତ ଥଣ୍ଡା ପାଣି ବଣ୍ଟନ ହୋଇଯାଇଛି । ମହାବିଦ୍ୟାଳୟର ସମସ୍ତଙ୍କ ମିଳିତ ଉଦ୍ୟମ ରେ ଆଜି ପ୍ରାୟ ୧୫୦୦ ରୁ ଉର୍ଦ୍ଧ୍ବ ଭକ୍ତଙ୍କୁ ଥଣ୍ଡା ପାଣି ସେବନ ବଣ୍ଟନ କରାଯାଇଥିଲା । ପ୍ରଚଣ୍ଡ ରୌଦ୍ରତାପରେ ଶିବ ବିବାହ ଉତ୍ସବ ଉପଭୋଗ କରିବା ସହିତ ଥାଣ୍ଡ ପଣି ପଇଥିବାରୁ ଭକ୍ତଗଣ ସଭିଏଁ ଅତି ଆନନ୍ଦିତ ହେବା ସହିତ ମହାବିଦ୍ୟାଳୟକୁ ପ୍ରଶଂସା କରିଥିଲେ ।
ଏହି ଅବସରରେ ମହାବିଦ୍ୟାଳୟର ଅଧକ୍ଷ୍ୟ ସିଏ ଶ୍ରୀକାନ୍ତ ର୍ଶମା ସମସ୍ତଙ୍କୁ ଶୁଭେଚ୍ଛା ପ୍ରଦାନ କରିଥିଲେ ପୁଣି ମହାବିଦ୍ୟାଳୟର ଉପଦେଷ୍ଟା ଶ୍ରୀ ମନୋରଞ୍ଜନ ସହୁ ଓ ପ୍ରଧାନ ଶିକ୍ଷୟତ୍ରୀ ଡ. ମନସ୍ମିତା ମିଶ୍ର ଉପସ୍ଥିତ ରହି ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମକର୍ତ୍ତା ମାନଙ୍କ ସହିତ ଥଣ୍ଡା ପାଣି ବଣ୍ଟନ କରିବା ସହିତ ସମସ୍ତଙ୍କୁ ଉତ୍ସାହିତ ପ୍ରଦାନ କରିଥିଲେ ।