32.9 C
Balāngīr
Thursday, July 10, 2025

ଝାଡ଼ଖଣ୍ଡରେ ବୀଭତ୍ସ ହତ୍ୟା: ଗାଡ଼ି ଚାଳକଙ୍କୁ ଜୀବନ୍ତ ଜାଳିଦେଲେ ଦୁର୍ବୃତ୍ତ

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ରାଞ୍ଚି, (୨୪/୦୫) : ଜଣେ ସ୍କୋର୍ପିଓ ଚାଳକଙ୍କୁ ଜୀବନ୍ତ ଜଳାଇ ଦିଆଯାଇଛି । ଝାଡ଼ଖଣ୍ଡର ଜରମୁଣ୍ଡୀ ଥାନା ଅନ୍ତର୍ଗତ କୁଶମାହା ଚିକନିଆ ଓ ଚନ୍ଦନା ଗାଁ ମଝିରେ ମାଟି ରାସ୍ତାରେ ଗୁରୁବାର ଭୋର ୩ଟାରେ ଏହି ଅଭାବନୀୟ ଘଟଣା ଘଟିଛି ।

ମୃତ ଚାଳକ ହେଲେ ମୋହନ ଦାସ(୫୦) । ମୃତକ ମୋହନ ଦାସ ଚନ୍ଦନା ଗାଁର ନିବାସୀ ଥିଲେ ଏବଂ ବାସୁକୀନାଥ ନଗର ପଂଚାୟତର ସରଡିହା ଗାଁ ନିବାସୀ ବିନୋଦ ରାୟଙ୍କ ସ୍କୋର୍ପିଓ ଚଳାଉଥିଲେ । ପୁଲିସ ମୃତଦେହ ଜବତ କରିଛି । ରାଞ୍ଚିସ୍ଥିତ ରାଜ୍ୟ ଅପରାଧ ବିଧିବିଜ୍ଞାନାଗାର (ଏସ୍‌ଏଫ୍‌ଏସ୍‌ଏଲ)ର ଟିମ୍ ଆସିବା ପରେ ଶୁକ୍ରବାର ପୋଷ୍ଟମର୍ଟମ କରାଯିବ ।

ସକାଳୁ ସ୍କୋର୍ପିଓ ପୋଡ଼ିଥିବା ନେଇ ଖବର ମିଳିବା ପରେ ସାଂସଦ ପ୍ରତିନିଧି ଜୟପ୍ରକାଶ ମଣ୍ଡଳ ଏବଂ ପାଂଚୁ ଦାସ ଘଟଣାସ୍ଥଳରେ ପହଞ୍ଚି ଥିଲେ । ତାଙ୍କ ଠାରୁ ସୂଚନା ପାଇ ଜରମୁଣ୍ଡୀ ଏସ୍‌ଡିପିଓ ସନ୍ତୋଷ କୁମାର, ପୁଲିସ ଏସ୍‌ଆଇ ସତ୍ୟମ କୁମାର ମଧ୍ୟ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚି ଥିଲେ । ମୃତ ମୋହନ ଦାସଙ୍କ ସ୍ତ୍ରୀ ମାଧୁରୀ ଦେବୀ ଓ ଭଉଣୀ ସରସ୍ୱତୀୟା ଦେବୀ କହିଛନ୍ତି ତାଙ୍କର କାହାରି ସହିତ ଶତ୍ରୁତା ନଥିଲା । ମାଧୁରୀ କହିଛନ୍ତି, ସେମାନ କହିଛନ୍ତି ଦୁର୍ବୃତ୍ତ ତାଙ୍କର ସ୍ୱାମୀଙ୍କ ହାତଗୋଡ଼ ବାନ୍ଧି ଗାଡ଼ିରେ ରଖିଦେଇଥିବେ ଏବଂ ପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବେ । ପୁଲିସ ମାମଲା ରୁଜୁ କରିବା ସହିତ ଘଟଣାର ଅଧିକ ତଦନ୍ତ କରୁଛି ।

 

- Advertisement -spot_img

More articles

- Advertisement -spot_img

Latest article

ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା ଯୋଗଦାନ

ବିଷମ କଟକ, (୧୦/୭) : ଆପ୍ର. : ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା...

ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ, ଗତ ୪ ତାରିଖରୁ ଥିଲେ ନିଖୋଜ

କନ୍ଧମାଳ, (୧୦/୭) : ଆପ୍ର. : ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ଫୁଲବାଣୀ ନିକଟସ୍ଥ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ବାଲୁକୁଟୀ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, କନ୍ଧମାଳ...

ରାଇକିଆ ଅଞ୍ଚଳରେ ହାତୀ ଉପଦ୍ରବ : ଘରଦ୍ୱାର ଭାଙ୍ଗିଲେ ହାତୀପଲ

ରାଇକିଆ, (୧୦/୦୭) :ଆପ୍ର. : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରଣବା ଅଞ୍ଚଳରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି । ମଙ୍ଗଳବାର ୧୦ରୁ ୧୫ ଟିକିଆ ହାତୀପଲ ରଣବା ପଞ୍ଚାୟତ...

ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ, ଫେଲ ହେଲେ ପୁଣି ସୁଯୋଗ

ଭୁବନେଶ୍ବର, (୧୦/୦୭) : ଆପ୍ର. : ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଂଶୋଧନ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ...

ହିନ୍ଦୁ ଠାରୁ ବୌଦ୍ଧ ସମସ୍ତେ ପାଳନ କରନ୍ତି ଗୁରୁ ପୂର୍ଣ୍ଣିମା

ଭୁବନେଶ୍ୱର, (୧୦/୦୭) : ଆପ୍ର. : ଆଜି ହେଉଛି ଗୁରୁ ପୂର୍ଣ୍ଣିମା । ଗୁରୁଙ୍କ ବିନା ଏ ସଂସାର ଅନ୍ଧକାର ମୟ । ପିତା ଓ ମାତା ଆମର ପ୍ରଥମ ଗୁରୁ ।...