32.9 C
Balāngīr
Sunday, July 20, 2025

ଝାଡାବାନ୍ତି ନେଲା ଜଣଙ୍କ ଜୀବନ, ୨୦ ଆକ୍ରାନ୍ତ ମେଡିକାଲରେ ଭର୍ତ୍ତି, ଭୟଭୀତ ଲୋକେ

Must read

ଦିଗପହଣ୍ଡି, (୦୬/୦୭) : ଆପ୍ର. : ପୁଣି ଡରାଇଲାଣି ହଇଜା । ଦିଗପହଣ୍ଡିରୁ ଆସିଛି ଚିନ୍ତାଜନକ ଖବର । ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡା ଗ୍ରାମପଞ୍ଚାୟତ ଉସ୍ତପଲ୍ଲୀ ଗାଁରେ ଝାଡାବାନ୍ତିରେ ଜଣଙ୍କର ଜୀବନ ଯାଇଥିବା ସୂଚନା ମିଳିଛି ।

୨୦ ଜଣ ଆକ୍ରାନ୍ତ ହୋଇ ଦିଗପହଣ୍ଡି ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ୫ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ମେଡିକାଲକୁ ପଠାଯାଇଛି । ଝାଡାବାନ୍ତି ବ୍ୟାପୁଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ଝାଡାବାନ୍ତି ବ୍ୟାପିବାର କାରଣ ସ୍ପଷ୍ଟ ହୋଇନି । ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ଅଞ୍ଚଳବାସୀ । ଗତ କିଛି ଦିନ ଧରି ରାଜ୍ୟରେ ବେକାବୁ ହୋଇ ମାଡି ଚାଲିଥିଲା ଡାଇରିଆ । ପ୍ରତିଦିନ ବିଭିନ୍ନ ଜିଲ୍ଲାରୁ ନୂଆ ନୂଆ ରୋଗୀ ଚିହ୍ନଟ ହେଉଥିଲେ । ଯାଜପୁର ଜିଲ୍ଲାରେ ସ୍ଥିତି ସଂଗୀନ ହୋଇପଡିଥିଲା । ରାଜଧାନୀକୁ ମଧ୍ୟ କବଳିତ କରିଥିଲା ଝାଡାବାନ୍ତି ।

ସ୍ଥିତି ସଂଗୀନ ହେଉଥିବା ଦେଖି ଆକ୍ସନ ମୋଡକୁ ଆସିଥିଲେ ସରକାର । ନିଜେ ମୁଖ୍ୟମନ୍ତ୍ରୀ ଡାଇରିଆ ସ୍ଥିତିର ସମୀକ୍ଷା କରିଥିଲେ । ଲୋକଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦେଇଥିଲେ । ଡାଇରିଆ ନିୟନ୍ତ୍ରଣ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଥିଲା । କେନ୍ଦ୍ରୀୟ ଟିମ୍‌ ଆସି ଡାଇରିଆ ବ୍ୟାପିବା ପଛର କାରଣ ତନାଘନା କରିଥିଲେ । ତମାମ ସରକାରୀ ପଦକ୍ଷେପ ଓ ସତେଚନତା, ଡାକ୍ତରୀ ଟିମ୍‌ଙ୍କ ଗସ୍ତ ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ଗତ କିଛି ଦିନ ଧରି ରାଜ୍ୟରେ କୌଣସି ସ୍ଥାନରୁ ନୂଆ ରୋଗୀ ଚିହ୍ନଟ ହୋଇନଥିଲେ । ଏବେ ପୁଣି ଦିଗପହଣ୍ଡିରେ ଝାଡାବାନ୍ତିରେ ଜଣଙ୍କ ମୃତ୍ୟୁ ଭୟ ବଢାଇଛି ।

 

- Advertisement -spot_img

More articles

Leave a Reply

- Advertisement -spot_img

Latest article

ପୁରୁଷୋତ୍ତମପୁର ଅଟୋ ୟୁନିଅନ ଦ୍ୱାରା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ପୁରୁଷୋତ୍ତମପୁର, (୧୯/୦୭) : ଆପ୍ର. : ପୁରୁଷୋତ୍ତମପୁର ସହର ରେ ସ୍ଥାନୀୟ ମା କନକା ଅଟୋ ମୋବାଇଲ ସଂଘ ଚାଳକ ସଂଘ ଦ୍ୱାରା ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା...

ଅର୍ଜୁନପୁର ଜଙ୍ଗଲ ରୁ ଚୋରି ଶାଳ କାଠ ସହ ବ୍ୟବହୃତ ଗାଡି ଓ ବାଇକ ଜବତ : ୨ ଅଭିଯୁକ୍ତ କୁ ଗିରଫ 

ସୁବର୍ଣ୍ଣପୁର, (୧୯/୦୭) : ଆ.ପ୍ର : ସୁବର୍ଣ୍ଣପୁର ବନ ବିଭାଗ ରେଞ୍ଜର କୌଣସି ସୂତ୍ର ରୁ ଖବର ପାଇ ରେଞ୍ଜର ସୁବାସ ମହାପାତ୍ର ବିଶ୍ଵସ୍ତ ସୂତ୍ରରୁ ଖବର ପାଇବାରୁ ତାଙ୍କ ନିର୍ଦ୍ଦେଶ କ୍ରମେ...

ମାନସିକ ଚାପଗ୍ରସ୍ତ ଯୁବକଙ୍କ ଆତ୍ମହତ୍ୟା

ବୁର୍ଲା, (୧୯/୦୭) : ଆପ୍ର. : ବୁର୍ଲା ସହର ଶ୍ରୀରାମ ବିହାରର ଜଣେ ଯୁବକ ବେକରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିବା ପରି ଏକ ଅଭାବନୀୟ ଘଟଣା ଘଟିଯାଇଛି । ପୁଲିସ ଶବ ଜବତ...

ଧାନ ବିକ୍ରି ପାଇଁ ଆଜିଠୁ ଆରମ୍ଭ ହେଲା ଚାଷୀ ପଞ୍ଜୀକରଣ: ଅଗଷ୍ଟ ୨୦ ଯାଏଁ କରିପାରିବେ ଆବେଦନ; ଜାଣନ୍ତୁ ପଞ୍ଜୀକରଣର ପୂରା ପ୍ରକ୍ରିୟା

ଭୁବନେଶ୍ୱର, (୧୯/୦୭) : ଆପ୍ର. : ଆଜି ଠାରୁ ଆରମ୍ଭ ହେଉଛି ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ପ୍ରକିୟା। ଏହା ଆସନ୍ତା ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସେପ୍ଟେମ୍ବର...

ଫାସଡ ସୁକତେଲ ବ୍ରିଜଠାରେ ଦୁଇଟ୍ରକ ମୁହାଁମୁହିଁ ଧକ୍କା

ଲୋଇସିଂହା, (୧୯/୦୭) :ଆପ୍ର. : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଫାସଡ ନିକଟସ୍ଥ ସୁକ୍‌ତେଲ ପୋଲ ଉପରେ ଗତକାଲି ରାତିରେ ଦୁଇଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ରାସ୍ତା ଅବରୋଧ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ...