32.9 C
Balāngīr
Thursday, July 10, 2025

ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପାଳନ ହେଲା ଉଡାଣ ଦିବସ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ରିପୋର୍ଟ : ପ୍ରଶାନ୍ତ ମାଝୀ //
ଝାରସୁଗୁଡା,(୨୨/୧୧) : ଆଜି ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପାଳନ ହେଲା ଉଡାଣ ଦିବସ । ଯୋଗଦେଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜୌତିରାଦିତ୍ୟ ସିନ୍ଧିଆ । ବିମାନ ବନ୍ଦରରେ ପହଁଚିବା ପରେ ଝାରସୁଗୁଡ଼ା ବୀମାନ ବନ୍ଦର, ଜିଲ୍ଲା ପ୍ରଶାସନ ଓ ଉପସ୍ଥିତ ଥିବା ନେତାମନେ ପୁଷ୍ପ ଗୁଛ ଦେଇ କେନ୍ଦ୍ର ମନ୍ତ୍ରୀଙ୍କୁ ସ୍ଵାଗତ କରାଯିବା ପରେ ମନ୍ତ୍ରୀ ଶ୍ରୀ ସିଦ୍ଧିଆ ବିମାନ ବନ୍ଦର ପରିସରରେ ଥିବା ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ । ଏହି ପ୍ରଦର୍ଶନୀରେ ଝାରସୁଗୁଡ଼ାର ଐତିହ ସହିତ ବ୍ରିଟିଶ ଅମଳରୁ ଥିବା ଝାରସୁଗୁଡ଼ା ବିମାନ ବନ୍ଦର ର ଫଟୋ ଚିତ୍ର ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ ।jsg 1 ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପାଳନ ହେଲା ଉଡାଣ ଦିବସ

ତିନି ବର୍ଷ ପୂର୍ବେ ସେପ୍ଟେମ୍ବର ୨୨ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଉଦ୍‌ଘାଟିତ ହୋଇଥିଲା । ବିମାନ ସେବା ଆରମ୍ଭ ହେବାରୁ ପଶ୍ଚିମ ଓଡିଶା ସମେତ ପଡୋଶୀ ଛତିଶଗଡ଼ ଓ ଝାରଖଣ୍ଡର ଅର୍ଥନୀତି ଆହୁରି ଗତିଶୀଳ ହେବା ସହ ଲୋକଙ୍କ ଆବଶ୍ୟକତା ପୂରଣ କରିପାରିଛି ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର । ସାଧାରଣ ଲୋକଙ୍କୁ ବିମାନ ଯାତ୍ରା କରେଇବା ପାଇଁ ଏହି ଉଡାଣ ଯୋଜନା କରିଥିଲା କେନ୍ଦ୍ର ସରକାର । ଆଜି କେନ୍ଦ୍ର ସରକାରଙ୍କ ତରଫରୁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପାଳିତ ହେବ ଉଡ଼ାନ ଦିବସ । ଦେଶର ବ୍ୟାବସାୟିକ ରାଜଧାନୀ ମୁମ୍ବାଇ ଏବଂ ଆଇଟି ହବ ବାଙ୍ଗାଲୋର ସହିତ ଭୁବନେଶ୍ବର, ରାୟପୁର, କୋଲକାତା, ହାଇଦ୍ରାବାଦ, ଦିଲ୍ଲୀ,ଚେନ୍ନାଇକୁ ଝାରସୁଗୁଡ଼ାରୁ ବିମାନ ସେବା ମିଳୁଛି ।ଆଗମୀ ଦିନରେ ଆହୁରି ଅନ୍ୟ ସହରକୁ ବିମାନ ସେବା ଯୋଗାଇ ଦେବା ପାଇଁ ବରଗଡ଼ ସାଂସଦ ଓ ବ୍ରଜରାଜନଗର ବିଧାୟକ ଦାବି କରିଛନ୍ତି ।

ଏହି ଉତ୍ସବରେ କେନ୍ଦ୍ରମନ୍ତ୍ରୀ, ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ସାଂସଦ ସୁରେଶ ପୂଜାରୀ, ସାଂସଦ ଜୁଏଲ ଓରାମ, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି, ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ ପ୍ରମୁଖ ଯୋଗଦେଇ ଥିଲେ । ବିମାନ ବନ୍ଦର ପରିସରରେ ଏହା ସଭାରେ ଯୋଗଦେଇଥିଲେ ଅତିଥି ଗଣ । ଏହି ସଭାରେ ଦେଶର ୫୩ଟି ବିମାନ ବନ୍ଦରରେ ପାଳିନ କରାଯାଉଥିବା ସମସ୍ତଙ୍କ ସହ ଭ୍ରଚୁଆଲ ମାଧ୍ୟମରେ ଯାତ୍ରୀଙ୍କ ସହ କଥା ହୋଇ ତାଙ୍କ ବିମାନ ବନ୍ଦର ବିଷୟରେ ପଚାରିଥିଲେ ।
ବାଇଟ ୩: ଉଷା ପାଢ଼ୀ

ନମସ୍କାର ଝାରସୁଗୁଡ଼ା ନମସ୍କାର ଓଡିଶା । କେମିତି ଅଛ ଓଡ଼ିଆ ଭାଷାରେ ଆରମ୍ଭ କଲେ ଅଭିଭାଷଣ, ଓଡ଼ିଶାର ବୀର ମାଟିକୁ ସମ୍ମାନ ଜଣାଇଲେ ସିନ୍ଧିଆ ଝାରସୁଗୁଡା ମାଟି କ୍ରାନ୍ତିକାରୀଙ୍କ ମାଟି ଓ ପ୍ରକୃତିର ଭଣ୍ଡାର ହେଉଛି ଝାରସୁଗୁଡ଼ା । ଝାରସୁଗୁଡ଼ା ଓଡ଼ିଶାର ପାୱାର ହାଉସ ଅଟେ । ଦେଶର ଯେ କୌଣସି ଉଦ୍ୟୋଗ ଯଦି ସେ ଝାରସୁଗୁଡ଼ା ସହିତ ଯୋଡି ହୋଇନାହିଁ । ତେବେ ସେ ଉଦ୍ୟୋଗ ଉଦ୍ୟୋଗ ନୁହେଁ । କଳା ଆଉ ସଂସୃତି ର ଭଣ୍ଡାର ରହିଛି ଝାରସୁଗୁଡ଼ାରେ, ସେ ଉଳାପଗଡ଼, ହେଉ କି ସେ କୋଇଲିଘୁଘର ହେଉ । କଳା ସଂସୃତିକ ହେଉଛି ଝାରସୁଗୁଡ଼ା । ଦ୍ଵିତୀୟ ବିଶ୍ଵ ଯୁଦ୍ଧ ସମୟରୁ ହିଁ ଏଠାରେ ବିମାନ ବନ୍ଦରର ସେବା ପାଇଁ କ୍ଷମତା ଥିଲା । ହେଲେ ଦେଶରେ ବହୁ ସରକାର ଆସିଲେ ଗଲେ, ହେଲେ କୌଣସି ସରକାର ଏହା ପ୍ରତି ଦୃଷ୍ଟି ଦେଲେନାହିଁ । ନରେନ୍ଦ୍ର ମୋଦି ସରକାରରେ ହିଁ ଏହା ସଫଳ ହୋଇଛି ।jsg1 1 ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପାଳନ ହେଲା ଉଡାଣ ଦିବସ

ରାଜ୍ୟ ସରକାର ଶୀଘ୍ର ରିପୋର୍ଟ ପଠାଇଲେ ଆମେ ପୁରୀ ପାଇଁ ଗ୍ରୀନ ଫିଲଡ଼ ଏୟାରପୋର୍ଟ ସ୍ଥାପନ କରାଯାଇ ପାରିବ ବୋଲି ମତ ରଖିଲେ ସିନ୍ଧିଆ । ଅନ୍ୟପକ୍ଷରେ ୨ଲକ୍ଷ ୧୬ହଜାର ଯାତ୍ରୀ ୨୦୧୯-୨୦ ରେ ଯାତ୍ରା କରିଥିବା ବେଳେ ୨ ଲକ୍ଷ ୪ ହାଜର ଯାତ୍ରୀ କରୋନା ସମୟରେ ଯାତ୍ରା କରିଥିଲେ । ଯାହାକି ଦିଲ୍ଲୀ ଓ ମୁମ୍ବାଇ ବିମାନ ବନ୍ଦରରୁ ଢେର ଅଧିକ ବୋଲି କହିଲେ ମନ୍ତ୍ରୀ । ରାଜ୍ୟ ସରକାର ୧୮୦ ଏକର ଜମି ଯୋଗାଇ ଦେଲେ ଦ୍ଵିତୀୟ ଫେଜ ବିମାନ ବନ୍ଦର କାମ ଆଗେଇବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

- Advertisement -spot_img

More articles

- Advertisement -spot_img

Latest article

ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା ଯୋଗଦାନ

ବିଷମ କଟକ, (୧୦/୭) : ଆପ୍ର. : ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା...

ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ, ଗତ ୪ ତାରିଖରୁ ଥିଲେ ନିଖୋଜ

କନ୍ଧମାଳ, (୧୦/୭) : ଆପ୍ର. : ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ଫୁଲବାଣୀ ନିକଟସ୍ଥ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ବାଲୁକୁଟୀ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, କନ୍ଧମାଳ...

ରାଇକିଆ ଅଞ୍ଚଳରେ ହାତୀ ଉପଦ୍ରବ : ଘରଦ୍ୱାର ଭାଙ୍ଗିଲେ ହାତୀପଲ

ରାଇକିଆ, (୧୦/୦୭) :ଆପ୍ର. : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରଣବା ଅଞ୍ଚଳରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି । ମଙ୍ଗଳବାର ୧୦ରୁ ୧୫ ଟିକିଆ ହାତୀପଲ ରଣବା ପଞ୍ଚାୟତ...

ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ, ଫେଲ ହେଲେ ପୁଣି ସୁଯୋଗ

ଭୁବନେଶ୍ବର, (୧୦/୦୭) : ଆପ୍ର. : ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଂଶୋଧନ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ...

ହିନ୍ଦୁ ଠାରୁ ବୌଦ୍ଧ ସମସ୍ତେ ପାଳନ କରନ୍ତି ଗୁରୁ ପୂର୍ଣ୍ଣିମା

ଭୁବନେଶ୍ୱର, (୧୦/୦୭) : ଆପ୍ର. : ଆଜି ହେଉଛି ଗୁରୁ ପୂର୍ଣ୍ଣିମା । ଗୁରୁଙ୍କ ବିନା ଏ ସଂସାର ଅନ୍ଧକାର ମୟ । ପିତା ଓ ମାତା ଆମର ପ୍ରଥମ ଗୁରୁ ।...