ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୩୦/୦୪) : ପୁରୀ ଗୁଣ୍ଡିଚା ମନ୍ଦିର ନିକଟ ବସଷ୍ଟାଣ୍ଡରୁ ୨ମାସର ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଛି ।
ବସଷ୍ଟାଣ୍ଡ ଭିତରେ କିଏ ଏହି ମୃତ ଶିଶୁକନ୍ୟାକୁ ଟଏଲେଟ ନିକଟରେ ଫୋପାଡି ଦେଇ ଚାଲିଯାଇଛି । ସ୍ଥାନୀୟ ଲୋକେ ଏହା ଦେଖି ପୁଲିସକୁ ଖବର ଦେଇଥିଲେ । କୁମ୍ଭାରପଡା ପୁଲିସ ପହଞ୍ଚି ଶିଶୁକନ୍ୟାର ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପୁରୀ ବଡ଼ ମେଡିକାଲକୁ ପଠାଇଛି । ଏହାସହ ଏକ ଅପମୃତ୍ୟ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରୁଛି । ଗତ କିଛିଦିନ ତଳେ ତାଳବଣିଆ ଅଞ୍ଚଳରେ ୧ମାସରେ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇ ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରାଯାଇ । ଶିଶୁପୁତ୍ରଟି ପୁରୀ ବଡଡାକ୍ତରଖାନାରେ ଚିକିତ୍ସାଧୀନ ରହିଛି ।