ପାଟଣାଗଡ଼, (୨୧/୦୩) : ଆ.ପ୍ର. : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ପୁତୁଲାମହୁଲ ଗାଁ’ରେ ଘଟିଛି ଅଭାବନୀୟ ଘଟଣା । ଟଙ୍କା ନେଣଦେଣକୁ ନେଇ ସାଙ୍ଗକୁ ଠେଙ୍ଗାରେ ପିଟି ହତ୍ୟା କଲା ସାଙ୍ଗ ।
ସୂଚନା ମୁତାବକ ଖପ୍ରାଖୋଲ ଥାନା ପୁତୁଲାମହୁଲ ଗାଁର ପିଣ୍ଟୁ ସାହୁ ଓ ବନ୍ଦେପଦର ଗାଁର ସୁଶୀଲ ସାହୁ ଦୁଇଜଣ ଭଲ ସାଙ୍ଗ ଥିଲେ । ଗତକାଲି ରାତିରେ ସୁଶୀଲ ଓ ପିଣ୍ଟୁଙ୍କ ମଧ୍ୟରେ ଟଙ୍କା ନେଣଦେଣକୁ ନେଇ ବଚସା ହୋଇଥିଲା । ଏହି ସମୟରେ ପିଣ୍ଟୁ ରାଗିଯାଇ ସୁଶୀଲକୁ ଠେଙ୍ଗାରେ ପିଟିବା ଦ୍ୱାରା ସୁଶୀଲଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ସାଙ୍ଗର ମୃତ୍ୟୁ ଦେଖି ପିଣ୍ଟୁ ଘଟଣାସ୍ଥଳରୁ ଫେରାର ମାରିଥିଲା । ତେବେ ବିଳମ୍ବିତ ରାତ୍ରିରେ ଖପ୍ରାଖୋଲ ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଖପ୍ରାଖୋଲ ଡାକ୍ତରଖାନାକୁ ଆଣି ହେପାଜତରେ ରଖି ଅଧିକ ତଦନ୍ତ ଜାରୀ ରଖିଛି ।