କାଶୀନଗର, (୨୭/୫) : ଆପ୍ର. : ଗତ କାଲି ସନ୍ଧ୍ୟା ରେ କାଶୀନଗର ତସୁନ ବିଜେପି ପକ୍ଷରୁ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।
ଭାରତ ଅପରାସନ ସିନ୍ଦୁର କରି ଭାରତ ମାଟି ରୁ ସନ୍ତ୍ରସବାଦୀ କୁ ପ୍ରତିହତ କରିବା ପାଇଁ ଯେଉଁ ନିଷ୍ପତି ନେଇଛି, ଭାରତ ର ଯବାନ ଙ୍କ ପଛରେ ଆମେ ସବୁ ଠିଆ ହୋଇଛୁ ବୋଲି ପ୍ରମାଣ ଦେଇଛନ୍ତି ଭାରତ ର ଜନତା । ସୈନିକ ମାନଙ୍କ ପରାକ୍ରମ ଓ ସାହସ ପାଇଁ ସେମାନଙ୍କ ମୋନ ବଳ ବୃଧି ପାଇଁ ବିଜେପି ଟାଉନ ସଭାପତି ଭି ଚେଲାପତି ଙ୍କ ନେତୃତ୍ୱ ରେ ଯୁବ ମୋର୍ଚ୍ଚା ସଭାପତି କେ ବିଜୟ, ମଣ୍ଡଳ ସଭାପତି ଏମ ଚିନୁ, ନାରୀ ନେତ୍ରୀ କନ୍ୟାକୁମାରୀ, ଆର ନାରାୟଣ ରାଓ, ଏସ କୋଟି, ସୁଜିତ ପଣ୍ଡା,ବହୂ କର୍ମୀ ଏକ ଶୋଭାଯାତ୍ରା ରେ ସ୍ଥାନୀୟ ପୋଲିସ ଥାନା ରୁ ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ରାଲି କରି ସଚେତନ କରିଥିଲେ ।