ବଲାଙ୍ଗୀର/ଟିଟିଲାଗଡ, (୨୨/୦୨) : ଆପ୍ର. : ଚାକିରି କରିବ ପୋଲିସି ମାଛ ଖାଇବ ଇଲିସି ଏଇ ପ୍ରବାଦ ଟି ବର୍ତ୍ତମାନ୍ ସୁଦ୍ଧା ରହି ଯାଇଛି । ସରକାରୀ ସି ସି ଟିଭି ବ୍ୟବସ୍ଥା ବି ସମ୍ପୂର୍ଣ୍ଣ ଫେଲ୍ ମାରିଛି ।
ଖାକି ପୋଷାକ ଟେ ପାଇ ବିବାଦୀୟ ଜଣେ କନେଷ୍ଟବଳ ଥାନା ଅଧିକାରୀ ଙ୍କ ଭଳି ଚଳାଉ ଛନ୍ତି ବଲାଙ୍ଗୀର ଜିଲ୍ଲା ର ଟିଟିଲାଗଡ ଥାନା । ନିଜେ ଥାନା ଅଧିକାରୀ ଙ୍କ ଭଳି ପୋଲିସ ଅଧିକାରୀ ଙ୍କୁ କେଉଁ ଏରିଆ କିଏ ଜିବ ଓ କେତେ ଟଙ୍କା ଆଦାୟ କରାଯିବ ସେ ନେଇ ଏହି ଥାନା ଅଞ୍ଚଳ ରେ ବେଶ୍ ପରିଚିତ । ମଦ,ଜୁଆ, ତଥା ବିଭିନ୍ନ ମାମଲା ରେ କେତେ ଟଙ୍କା ଉଭୟ ଙ୍କ ନିକଟ ରୁ ଆଦାୟ କରାଯିବ ସେ ଫିକ୍ସ କରି ବେଶ୍ ମାଲେ, ମାଲ୍ ହୋଇ ଚାଲିଛନ୍ତି । ମଣ୍ଟୁ ଟାଉନ ହାବିଲଦାର କହିଲେ ସବୁ ଅସାମାଜିକ ବର୍ଗ ଓ ସାଧାରଣ ଟଙ୍କା କାରବାର ମାମଲା ଚପେଇ ଦେବା ରେ ସେ ବେଶ୍ ଧୁରନ୍ଧର । ବିଗତ ଦିନରେ ରଥ ଯାତ୍ରା ରେ ସେ ପୁରୀ ଯାଇ ଥିବା ବେଳେ ସେଠୁ ଫେରି ସମସ୍ତ ଙ୍କ ଠାରୁ ଟଙ୍କା ଦାବି ମୁତାବକ ଧମକ ,ଚମକ୍ ଦେଇ ଆଦାୟ ଭିଡିଓ ବେଶ୍ ଭାଇରାଲ୍ ହୋଇ ଥିଲା ।
ଏବେ ପୁରୁଣା ଅନେକ ଫେରାର ୱାରେଣ୍ଟୀ ତଥା ଅସାମାଜିକ ବର୍ଗ ର ମାମଲା ରେ ସଂଶ୍ଳିଷ୍ଟ ଥିବା ଅଭିଯୁକ୍ତ ଓ ଜୁଆ ଆଡ୍ଡା ଚଳାଉ ଥିବା ଗୋଷ୍ଠୀ ଙ୍କ ନିକଟ ରୁ ମାସିକ ମୋଟା ଅଙ୍କର କୋଟା ଫିକ୍ସ୍ କରି ଦେଇ ପୋଲିସ ଚଢ଼ାଉ ବେଳେ ଫେରାର କରେଇବା ରେ ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଥିବା ବେଳେ ଏ ନେଇ ଲିଖିତ ଅଭିଯୋଗ ହୋଇଛି । ଇତି ମଧ୍ୟରେ ନୂତନ ଟିଟିଲାଗଡ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଓ ଥାନା ଅଧିକାରିଣୀ ଯୋଗ ଦେଇ ଥିବା ବେଳେ ଆଇନ ଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟି ରେ ରଖି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଜିବେଦୟା ଅନୁଷ୍ଠାନ ସଭାପତି ଶ୍ରୀକାନ୍ତ ସାହୁ ଲିଖିତ ଅଭିଯୋଗ ପତ୍ର ମାନ ବିଭିନ୍ନ ଅଧିକାରୀ ଙ୍କୁ ପ୍ରେରଣ କରିଥିବା ଜଣାଇ ଛନ୍ତି ।