32.9 C
Balāngīr
Thursday, June 12, 2025

ଟିଟିଲାଗଡରେ ବିଜେପିର ମିଶ୍ରଣ ପର୍ବ –  ଯୋଗଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Must read

ରିପୋର୍ଟ : ସନ୍ତୋଷ କୁମାର ନାୟକ 

ବଲାଙ୍ଗୀର/ଟିଟିଲାଗଡ, (୦୫/୦୫) : ଟିଟିଲାଗଡ ନିର୍ବାଚନ ମଣ୍ଡଳୀ ହେଉଛି ବଲାଙ୍ଗୀର ଜିଲ୍ଲାର ସବୁଠୁ ହଟଚମଟ ସୃଷ୍ଟି କରୁଥିବା ଓ ଫୋକାସ ରେ ଥିବା ଅଞ୍ଚଳ । 

ଟିଟିଲାଗଡରେ ବିଜେପିର ମିଶ୍ରଣ ପର୍ବ –  ଯୋଗଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରୋମାଞ୍ଚକ ମୋଡ଼ ନେଉଛି ରାଜନୈତିକ ଅଭିସନ୍ଧି ପ୍ରଥମେ ବିଜେପି ପ୍ରାର୍ଥୀ ଶ୍ରୀ ନବିନ ଜୈନଙ୍କ ନାମାଙ୍କନ ଦାଖଲ ସମୟରେ ସହର ସାରା ଲୋକାରଣ୍ୟ ହୋଇଯାଇଥିବା ବେଳେ ତାହାକୁ କାଉଣ୍ଟର ହୋଇଥିଲା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ଟୁକୁନି ସାହୁଙ୍କ ନାମାଙ୍କନ ଦାଖଲ । ଇତି ମଧ୍ୟରେ ପ୍ରାୟ ଦିନ ଟିଟିଲାଗଡ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଚାଲିଥିବା ବେଳେ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିଲେ ସୁରେନ୍ଦ୍ର ସିଂ ଭୋଇ ଓ ବିଜେପିର ଆଶାୟୀ ପ୍ରାର୍ଥୀ ଶ୍ରୀ ମୁକେଶ ଜୈନ। ଯାହାକି ଟୁକୁନି ସାହୁଙ୍କ ଶକ୍ତି ବୃଦ୍ଧି ହେବା ସହ ସଂଗଠନ ଆହୁରି ମଜଭୂତ ହେଲା ବୋଲି ଲୋକେ ଆଲୋଚନା କରୁଥିଲେ ।
ବିଜେପି ନେତା ଶ୍ରୀ ନବିନ ଜୈନଙ୍କୁ ସମର୍ଥନ ଦେବା ପାଇଁ ଆଗକୁ ଆସିଥିଲେ ବିଜେପିର ଟାଣୁଆ ନେତା ଶୁଭ୍ରାଂଶୁ ଦାସ, ଗୁଡ଼ଭେଲା ବ୍ଲକର ଅଶୋକ ଦୋରା, ସଇଁତଳା ବ୍ଲକର ମହେନ୍ଦ୍ର ଠାକୁର ଶନିବାର ଦିନ ଟିଟିଲାଗଡରେ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ପ୍ରାର୍ଥୀ ଶ୍ରୀମତି ସଙ୍ଗୀତା କୁମାରୀ ସିଂ ଦେଓଙ୍କ କାର୍ଯ୍ୟକ୍ରମ ରହିଥିଲା ।
ଏହି ଅବସରରେ ବିଜେପିରେ ଯୋଗ ଦେଲେ ବିଜେଡ଼ିର ଚାଣକ୍ୟ ବୋଲାଉଥିବା ଶ୍ରୀ ପ୍ରମୋଦ ପ୍ରଧାନ, ରାଜ୍ୟ ସରପଞ୍ଚ ସଙ୍ଘ ରାଜ୍ୟ କାର୍ଯ୍ୟକାରୀ ସଭାପତି ଶ୍ରୀ ବୀରବର ସାହୁ, ଭେଟରେନ୍ ପଞ୍ଚା ସାହୁ, ବିଜେଡି ଛାଡି ଥିବା ନାରୀ ନେତ୍ରୀ ଶ୍ରୀମତି ରଞ୍ଜୁ ରାଇମନ, ଆପ ପାର୍ଟି ଛାଡିଥିବା ନେତା ବିଜୟ ମେହେର, କୋଶଳ ସଂଗ୍ରାମୀ ରଞ୍ଜନ ଖୁଆସଙ୍କ ସମେତ ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ବିଭିନ୍ନ ବ୍ଲକର ସରପଞ୍ଚ, ସମିତି ସଭ୍ୟ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଯୁବକ ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ନୂତନ ସଦସ୍ୟଙ୍କୁ ସ୍ଵାଗତ କରିବା ସହ ଏଥର ଓଡ଼ିଶାରେ ବିଜେପି ସରକାର ସୁନିଶ୍ଚିତ ବୋଲି କହିବା ସହ ଟିଟିଲାଗଡ଼ରେ ପରିବର୍ତ୍ତନ ହେବ ଓ ନବୀନ ଜୈନ ବିଜୟୀ ହେବେ ଓ ସାଂସଦ ଭାବେ ଶ୍ରୀମତି ସିଂ ଦେଓ ବିଜୟୀ ହୋଇ ବଲାଙ୍ଗୀର ଜିଲ୍ଲାର ଉନ୍ନତି କରିବେ ବୋଲି ମୁଁ କହୁଛି ବୋଲି ନିଜ ବକ୍ତବ୍ୟରେ କହିଥିଲେ ।
୧୦ ହଜାରରୁ ଉର୍ଦ୍ଧ୍ବ ଲୋକ ଆଜି ବିଜେଡି ଛାଡ଼ି ବିଜେପି ପରିବାରରେ ସାମିଲ ହେବା ଏକ ପରିବର୍ତ୍ତନର ସ୍ଵର୍ ବୋଲି କହିଥିଲେ ସାଂସଦ ପ୍ରାର୍ଥୀ ଶ୍ରୀମତି ସଙ୍ଗୀତା ସିଂ ଦେଓ । ଟିଟିଲାଗଡ ରାଜନୀତି ଏବେ ଜିଲ୍ଲା ତଥା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟି ବେଳେ ସ୍ଥାନୀୟ ବିଧାୟିକା ପ୍ରାର୍ଥୀ  ଟୁକୁନି ସାହୁଙ୍କ ବିଜେଡି ଗଡକୁ ଭାଙ୍ଗିବାରେ ଆଜିର ମିଶ୍ରଣ ପର୍ବ ବହୁତ ସହାୟକ ହେବ ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି ।
- Advertisement -spot_img

More articles

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...