32.9 C
Balāngīr
Thursday, July 10, 2025

ଟିଟିଲାଗଡରେ ୨୪ତମ ଶୀତଳ ଷଷ୍ଠୀ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଟିଟିଲାଗଡ, (୦୩/୦୬) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ ହାଟପଦା ପଡ଼ା ପ୍ରହରୀ ମଣ୍ଡପ ଠାରେ ୨୪ତମ ଶୀତଳ ଷଷ୍ଠୀ ପାଇଁ ଏକ ପ୍ରସ୍ତୁତି ବୈଠକ ପୂର୍ବତନ ନଗରପାଳ ଶୁଭ୍ରାଂଶୁ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ଚଳିତ ବର୍ଷ ପାଇଁ କନ୍ୟା ପିତାମାତା ଭାବେ ରମେଶ ବଛା ଓ ତୁଳସୀ ବଛା ଦାୟିତ୍ୱ ନେଇଥିବା ବେଳେ ବର ପିତାମାତା ଭାବେ କାନ୍ତ ଖର୍ସେଲ ଓ କନକ ଖର୍ସେଲ ଦାୟିତ୍ୱ ବହନ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଏହି ଅବସରରେ ପ୍ରହରୀ ମଣ୍ଡପ ଠାରେ ପଣ୍ଡିତଙ୍କ ମନ୍ତ୍ର ଉଚ୍ଚାରଣରେ ଉଭୟ ପକ୍ଷର ପିତାମାତା ସଂକଳ୍ପ ନେଇଥିଲେ । ତା’ପରେ ଥାଳଉଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜୁନ୯ ତାରିଖ ଦେବ ନିମନ୍ତ୍ରଣ ରହିଥିବା ବେଳେ ୧୦ ତାରିଖ ବାହାଘର ଓ ୧୧ ତାରିଖରେ ପ୍ରତ୍ୟାବର୍ତ୍ତନ କରାଯିବା ନେଇ ସ୍ଥିରୀକୃତ ହେଇଛି । ଚଳିତ ବର୍ଷ କିପରି ଧୁମ୍‌ଧାମ୍‌ରେ ଏହି ଷଷ୍ଠୀ ପାଳନ କରାଯିବ ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା ।

ଏହି ଅବସରରେ ଏକ କମିଟି ଗଠନ କରାଯାଇଥିଲା ଯେଉଁଥିରେ ସଭାପତି ଶ୍ରୀପତି ସାହୁ, ସଂପାଦକ ସୁଧୀର ଘଡେ଼ଇ, କୋଷାଧ୍ୟକ୍ଷ ଭାବେ ପ୍ରଭାକର ସରାଫଙ୍କୁ ଚୟନ କରାଯାଇଛି । କମିଟିର ବରିଷ୍ଠ ସଦସ୍ୟ ବିଶିକେସନ ବେହେରା, ଲିଙ୍ଗରାଜ ସାହୁ, ପର୍ଶୁରାମ ନାଏକ, ଟିକେଲାଲ ସେଠ୍, ନାରାୟଣ ସାହୁ, ଧଳାକାହ୍ନୁ ବୁଡ଼େକ, ସୁରଜ ବେହେରା, ରଞ୍ଜନ ସାହୁ, ସିବୁନ ବାଗଙ୍କ ସମେତ ଟିଟିଲାଗଡ଼ର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା ଯୋଗଦାନ

ବିଷମ କଟକ, (୧୦/୭) : ଆପ୍ର. : ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା...

ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ, ଗତ ୪ ତାରିଖରୁ ଥିଲେ ନିଖୋଜ

କନ୍ଧମାଳ, (୧୦/୭) : ଆପ୍ର. : ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ଫୁଲବାଣୀ ନିକଟସ୍ଥ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ବାଲୁକୁଟୀ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, କନ୍ଧମାଳ...

ରାଇକିଆ ଅଞ୍ଚଳରେ ହାତୀ ଉପଦ୍ରବ : ଘରଦ୍ୱାର ଭାଙ୍ଗିଲେ ହାତୀପଲ

ରାଇକିଆ, (୧୦/୦୭) :ଆପ୍ର. : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରଣବା ଅଞ୍ଚଳରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି । ମଙ୍ଗଳବାର ୧୦ରୁ ୧୫ ଟିକିଆ ହାତୀପଲ ରଣବା ପଞ୍ଚାୟତ...

ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ, ଫେଲ ହେଲେ ପୁଣି ସୁଯୋଗ

ଭୁବନେଶ୍ବର, (୧୦/୦୭) : ଆପ୍ର. : ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଂଶୋଧନ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ...

ହିନ୍ଦୁ ଠାରୁ ବୌଦ୍ଧ ସମସ୍ତେ ପାଳନ କରନ୍ତି ଗୁରୁ ପୂର୍ଣ୍ଣିମା

ଭୁବନେଶ୍ୱର, (୧୦/୦୭) : ଆପ୍ର. : ଆଜି ହେଉଛି ଗୁରୁ ପୂର୍ଣ୍ଣିମା । ଗୁରୁଙ୍କ ବିନା ଏ ସଂସାର ଅନ୍ଧକାର ମୟ । ପିତା ଓ ମାତା ଆମର ପ୍ରଥମ ଗୁରୁ ।...