32.9 C
Balāngīr
Thursday, July 10, 2025

ଟିଟିଲାଗଡ଼ ନାଗରିକ ମଞ୍ଚ ତରଫରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର, ତା(୧୧/୧୦) : ଟିଟିଲାଗଡ଼ ନାଗରିକ ମଞ୍ଚ ତରଫରୁ ସଭାପତି ରାଧାକାନ୍ତ ପାଢ଼ୀ ଙ୍କ ନେତୃତ୍ୱ ରେ ଗୋଟିଏ ପ୍ରତିନିଧି ମଣ୍ଡଳ ସ୍ଥାନୀୟ ଉପଜିଲ୍ଲାପାଳଙ୍କୁ ଭେଟି ସହରର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦାବି ପତ୍ର ପ୍ରଦାନ କରି ଥିଲା ।cdd770a1 a118 47f2 95f0 46122838d229 ଟିଟିଲାଗଡ଼ ନାଗରିକ ମଞ୍ଚ ତରଫରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଯେଉଁଥିରେ ମୁଖ୍ୟ ଦାବି ଥିଲା ଯେ ସି, ଟି ଟ୍ରେନିଂ ସ୍କୁଲ ପାଖରେ ଷ୍ଟେଡିୟମ ପାଇଁ ଏଥଲେଟିକ ସଂଘ ଦ୍ୱାରା ସରକାରଙ୍କୁ ଦିଆ ଯାଇଥିବା ଜମି ରେ ସ୍ମାର୍ଟ ପାର୍କ ତିଆରି ନ କରାଯାଇ ଅନ୍ୟ କୌଣସି ଉପଯୁକ୍ତ ସ୍ଥାନ ରେ ତାହା କରାଯାଉ, ମହାରାଜ ସାଗର ଓ ଦେଓବନ୍ଧ ର ସୌନ୍ଦର୍ଯ୍ୟକରଣ କାମକୁ ତ୍ୱରାନ୍ୱିତ କରାଯାଉ, ସହରରେ ବଢିଯାଇ ଥିବା ଟ୍ରେଫିକ ସମସ୍ୟାର ସମାଧାନ ନିମନ୍ତେ ଦୃଢ଼ ପଦକ୍ଷେପ ନିଆ ଯାଉ, ଥାନା ସାମନା ବିଆରସି ବିଲ୍ଡିଂ ସ୍ଥାନର ଅଧିକ ଉନ୍ନତି ନିମନ୍ତେ ପଦକ୍ଷେପ ନିଆ ଯିବା ଇତ୍ୟାଦି ଟିଟିଲାଗଡ଼ ନାଗରିକ ମଞ୍ଚ ତରଫରୁ ଦାବି କରା ଯାଇଥିଲା ।

ଉକ୍ତ ପ୍ରତିନିଧି ଦଳ ରେ ମଞ୍ଚର ଅନେକ ସକ୍ରିୟ ସଦସ୍ୟ ଓ ସାମ୍ବାଦିକ ବନ୍ଧୁମାନେ ଉପସ୍ଥିତ ଥିଲେ । ଉପଜିଲ୍ଲାପାଳ ସବୁ ସମସ୍ୟାକୁ ଧ୍ୟାନ ଦେଇ ଶୁଣି ଥିଲେ ଓ ଆଶ୍ୱାସନା ଦେଇ ଥିଲେ ଯେ ସେ ସବୁ ସମସ୍ୟା ଉପରେ ତର୍ଜମା କରି ଶୀଘ୍ର ପଦକ୍ଷେପ ନେବେ ବୋଲି ।

ଏହି ସମସ୍ୟା ଜର୍ଜରିତ ଯଥା ଇଲେକ୍ଟ୍ରିକାଲ ଡିଭିଜନ ପାଇଁ ତୁରନ୍ତ ଗ୍ରୀଡ଼ ସଵଷ୍ଟେସନ ନିର୍ମାଣ, ଟ୍ରାଫିକ, ସ୍ୱାସ୍ଥ୍ୟ ସେବା ଆଦି କ୍ଷେତ୍ରରେ ଆଲୋଚନା ହୋଇଥିଲା । ଏପରି କି ବିଧାୟକ ତଥା ମନ୍ତ୍ରୀ ଟୁକୁନି ସାହୁ ଓ ପଶ୍ଚିମ ଓଡିଶା ଉନ୍ନତି ବିଭାଗ ଦାଇତ୍ଵରେ ଥିବା ଅସିତ ତ୍ରିପାଠୀ ଉଭୟ ଉକ୍ତ ସମସ୍ୟା ଗୁଡିକ ପାଇଁ ଅନୁଦାନ ପ୍ରଦାନ କରିବା ସହ ଦୀର୍ଘ ଦିନ ଧରି ଟିଟିଲାଗଡ଼ କୁ ଜିଲ୍ଲା ମାନ୍ୟତା ପ୍ରଦାନ କରାଯାଉ ବୋଲି ନାଗରିକ କମିଟି ତରଫରୁ ଦାବିପତ୍ର ପ୍ରେରଣ କରିଥିବା ଜଣାଯାଇଛି ।

- Advertisement -spot_img

More articles

- Advertisement -spot_img

Latest article

ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା ଯୋଗଦାନ

ବିଷମ କଟକ, (୧୦/୭) : ଆପ୍ର. : ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା...

ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ, ଗତ ୪ ତାରିଖରୁ ଥିଲେ ନିଖୋଜ

କନ୍ଧମାଳ, (୧୦/୭) : ଆପ୍ର. : ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ଫୁଲବାଣୀ ନିକଟସ୍ଥ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ବାଲୁକୁଟୀ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, କନ୍ଧମାଳ...

ରାଇକିଆ ଅଞ୍ଚଳରେ ହାତୀ ଉପଦ୍ରବ : ଘରଦ୍ୱାର ଭାଙ୍ଗିଲେ ହାତୀପଲ

ରାଇକିଆ, (୧୦/୦୭) :ଆପ୍ର. : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରଣବା ଅଞ୍ଚଳରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି । ମଙ୍ଗଳବାର ୧୦ରୁ ୧୫ ଟିକିଆ ହାତୀପଲ ରଣବା ପଞ୍ଚାୟତ...

ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ, ଫେଲ ହେଲେ ପୁଣି ସୁଯୋଗ

ଭୁବନେଶ୍ବର, (୧୦/୦୭) : ଆପ୍ର. : ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଂଶୋଧନ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ...

ହିନ୍ଦୁ ଠାରୁ ବୌଦ୍ଧ ସମସ୍ତେ ପାଳନ କରନ୍ତି ଗୁରୁ ପୂର୍ଣ୍ଣିମା

ଭୁବନେଶ୍ୱର, (୧୦/୦୭) : ଆପ୍ର. : ଆଜି ହେଉଛି ଗୁରୁ ପୂର୍ଣ୍ଣିମା । ଗୁରୁଙ୍କ ବିନା ଏ ସଂସାର ଅନ୍ଧକାର ମୟ । ପିତା ଓ ମାତା ଆମର ପ୍ରଥମ ଗୁରୁ ।...