32.9 C
Balāngīr
Wednesday, April 23, 2025

ଟିଟିଲାଗଡ଼ ଅଞ୍ଚଳରେ ଛତୁ ଫୁଟିଲା ଭଳି ୱେବ ଚାନେଲ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

କିଛି ସାମ୍ବାଦିକ ପ୍ରାଥମିକ ଶିକ୍ଷକଙ୍କ ଭଳି ପୋଷାକ ପିନ୍ଧି ବିଭିନ୍ନ ସ୍କୁଲ ଏବଂ ପଞ୍ଚାୟତ କାର୍ଯ୍ୟାଳୟ ମାନ ବୁଲି ସାମ୍ବାଦିକତା ବୃତ୍ତି ନାମରେ ବଟି ଆଦାୟ କରିବା ଅଭିଯୋଗ ।
ବଲାଙ୍ଗୀର/ଟିଟିଲାଗଡ଼ ତା୦୨-୦୪(ସନ୍ତୋଷ ନାୟକ): ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ର ଆଖପାଖ ଅଞ୍ଚଳ ମାନଙ୍କରେ ଥିବା ଛତୁ ଫୁଟିଲା ଭଳି ୱେବ ଚାନେଲ ମାନ ଗଢି ଉଠିଛି |live stream online webinar or tv news broadcast vector 40696204 ଟିଟିଲାଗଡ଼ ଅଞ୍ଚଳରେ ଛତୁ ଫୁଟିଲା ଭଳି ୱେବ ଚାନେଲ

କିଛି ଚ୍ୟାନେଲର ସାମ୍ବାଦିକ ମାନେ ପ୍ରାଥମିକ ଶିକ୍ଷକଙ୍କ ଭଳି ପୋଷାକ ପିନ୍ଧି ଟିଟିଲାଗଡ଼ ଅଂଚଳରେ ବିଭିନ୍ନ ବିଦ୍ୟାଳୟ ଏବଂ ପଞ୍ଚାୟତ କାର୍ଯ୍ୟାଳୟ ବୁଲି ସାମ୍ବାଦିକତା ବୃତ୍ତି ନାମରେ ବଟି ଆଦାୟ କରିବାରେ ବ୍ୟସ୍ତ ବୋଲି ସାଧାରଣ ଓ ବୁଦ୍ଧିଜୀବୀ ମହଲରେ ଆଲୋଚନା ସହ ପ୍ରତିକ୍ରିୟା ପ୍ରକାଶ ପାଉଛି । ବର୍ତ୍ତମାନ ବଲାଙ୍ଗୀର ଜିଲ୍ଲାରେ କେତେଜଣ ୱେବ ଚାନେଲର ସାମ୍ବାଦିକ ଏବଂ ପ୍ରିଣ୍ଟ ମିଡ଼ିଆ ସାମ୍ବାଦିକ ଏବଂ ବୈଦୁତିକ ଚାନେଲର ସାମ୍ବାଦିକ ମାନ ଜିଲ୍ଲାରେ କାର୍ଯ୍ୟରତ ଅଛନ୍ତି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସ୍ପଷ୍ଟୀକରଣ ଦିଅନ୍ତୁ ଏବଂ ଏହି ସଂକ୍ରାନ୍ତରେ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ଏବଂ ଆରକ୍ଷୀ ଅଧିକ୍ଷକଙ୍କୁ ଏହି ବିଷୟରେ ଅବଗତ କରନ୍ତୁ ବୋଲି ବିଦ୍ଧିଜୀବି ମହଲରେ ପ୍ରକାଶ ପାଇଛି |live streaming logo set free vector ଟିଟିଲାଗଡ଼ ଅଞ୍ଚଳରେ ଛତୁ ଫୁଟିଲା ଭଳି ୱେବ ଚାନେଲ

ଯ ଦ୍ୱାରା କି ଭାରତ ସରକାରଙ୍କ ବିନା ସ୍ୱୀକୃତିପ୍ରାପ୍ତ ୱେବ ଚାନେଲ ଗୁଡିକର ସାମ୍ବାଦିକ ମାନଙ୍କ ଉପରେ ଅଙ୍କୁଶ ଲଗାଇବା ସକାଶେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜିଲ୍ଲାର ସମସ୍ତ ଥାନା ମାନଙ୍କୁ ଆଦେଶ ଦେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି |

ମଦ ବିକ୍ରି କରିବା ପାଇଁ ବାଧ୍ୟ କରିବା ସହ ପୋଲିସର ଦବଙ୍ଗ ଗିରି ନେଇ ତୀବ୍ର ଉତ୍ତେଜନା,କାର୍ଯ୍ୟାନୁଷ୍ଠାନ ଦାବି

- Advertisement -spot_img

More articles

- Advertisement -spot_img

Latest article

ଅଭିଯୁକ୍ତର କାଠ ଫାଳିଆ ମାଡ଼ରେ କନେଷ୍ଟବଳ ଗୁରୁତର, ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (୨୩/୦୪) : ଆପ୍ର. : ଥାନା ଭିତରେ ପୋଲିସକୁ ଆକ୍ରମଣ । କାଠ ଫାଳିଆ ମାଡ଼ରେ କନେଷ୍ଟବଳ ସୁଦାମ ନାଗ ଗୁରୁତର । ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଗୁରୁତର କନେଷ୍ଟବଳଙ୍କୁ ଭର୍ତ୍ତି...

ନାବାଳିକାକୁ ଗଣ ଦୁଷ୍କର୍ମ: ୩ ଯୁବକଙ୍କ ସଂପୃକ୍ତ, ପୁଲିସ ତଦନ୍ତ ଆରମ୍ଭ

ସୁନ୍ଦରଗଡ଼଼, (୨୩/୦୪) : ଆପ୍ର. : ସୁନ୍ଦରଗଡ଼଼ ଜିଲ୍ଲା ତଳସରା ଥାନା ଅଞ୍ଚଳରେ ଲଜ୍ଜା। ଜଙ୍ଗଲକୁ ଟେକି ନେଇ ନାବାଳିକାକୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏକୋଇଶିଆ ଭୋଜି ଖାଇ ସାଙ୍ଗମାନଙ୍କ...

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବିଶ୍ୱ ପୃଥିବୀ ଦିବସ ପାଳିତ

ପାଟଣା, (୨୪/୦୩) : ଆପ୍ର. : ଢେଙ୍କିକୋଟ ଟିକିରା ସ୍ଥିତ ଘଟଗାଁ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆଜି ବିଶ୍ୱ ପୃଥିବୀ ଦିବସ ଉତ୍ସାହପୂର୍ଣ୍ଣ ଭାବେ ପାଳନ ହୋଇଯାଇଛି । ପ୍ରାକୃତିକ ସଂପଦର ରକ୍ଷା,...

ବସ୍‌ରୁ ପଡି ଛାତ୍ରୀ ଗୁରୁତର

କଣ୍ଟାବାଞ୍ଜି, (୨୩/୦୪) : ଆପ୍ର. : ବସ୍‌ରୁ ପଡି ନବମ ଶ୍ରେଣୀ ଛାତ୍ରୀ ଗୁରୁତର । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି କୁକୁଡାହାଟ ଗାଁ ନିକଟରେ ଅଭାବନୀୟ ଘଟଣା ଘଟିଛି । ଆଜି ବସ୍‌ ରୁ...

ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ

ପାଟଣା, (୨୩/୦୪) : ଆପ୍ର. : ପାଟଣା ବ୍ଲକ ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ଆଜି ନୂତନ ପୋଷାକ ବଣ୍ଟନ କରାଯାଇଛି । ଏଠାରେ ୧୩୫ ଜଣ ଛାତ୍ରଛାତ୍ରୀ ପୋଷାକ ବଣ୍ଟନ କରାଯାଇଥିବା...