32.9 C
Balāngīr
Saturday, July 12, 2025

ଟିପିଏସଓଡିଏଲ୍ ର ଅଜବ ନୀତି, ଦୋକାନ ଗୃହ ବନ୍ଦ ହୋଇଥିବା ସତ୍ତ୍ବେ ହଜାର ହଜାର ଟଙ୍କା ଆସୁଛି ବିଦ୍ୟୁତ ବିଲ୍

Must read

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୯/୦୫) : ଦୋକାନ ଗୃହ ବନ୍ଦ ହୋଇ ରହିଥିଲେ ସୁଦ୍ଧା, ବିଦ୍ୟୁତ୍ ବିଲ୍ ଆସୁଛି ହଜାର ହଜାର ଟଙ୍କା ବୋଲି ଅଭିଯୋଗ ହୋଇଛି ।

ଟିପିଏସଓଡିଏଲ୍ ର ଅଜବ ନୀତି, ଦୋକାନ ଗୃହ ବନ୍ଦ ହୋଇଥିବା ସତ୍ତ୍ବେ ହଜାର ହଜାର ଟଙ୍କା ଆସୁଛି ବିଦ୍ୟୁତ ବିଲ୍ । ଏହା ପୁର୍ବରୁ ଦୋକାନ ଗୃହ ଖୋଲା ଥିବା ବେଳେ ବିଦ୍ୟୁତ୍ ବ୍ୟବହାର କରି ମାତ୍ର ୫୦୦/୬୦୦ଟଙ୍କା ହିଁ ବିଦ୍ୟୁତ୍ ବିଲ୍ ଆସିବା କଥା କହିଛନ୍ତି ବ୍ୟବସାୟି ଜଣକ। ଗତ ଦୁଇ ମାସ ଧରି ନିଜ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ୨ମାସ୍ ଧରି ଦୋକାନ ଖୋଲି ନ ଥିବା ସତ୍ତ୍ବେ ହଜାର ହଜାର ଟଙ୍କା ବିଦ୍ୟୁତ୍ ବିଲ୍ କାଟି ପଳାଇ ଯାଉଛନ୍ତି ବିଲ୍ କାଟୁଥିବା କର୍ମଚାରୀମାନେ ।

ଏ ନେଇ ସେ ସ୍ଥାନୀୟ ବିଦ୍ୟୁତ୍ ବିଭାଗରେ ଅଭିଯୋଗ କରିବାରୁ କେଉଁ ମାସରେ ଅଧିକ ଥିବ ଯାହା କଟି ନ ଥିଲା, କିମ୍ୱା ଆଗକୁ ଏହା କଟିଯିବ ବୋଲି ଅଭିଯୋଗକୁ ଗ୍ରହଣ ନ କରି ଏଡାଇ ଦେଉଛନ୍ତି ଉକ୍ତ କାର୍ଯ୍ୟଳୟରେ ଥିବା କର୍ମଚାରୀ ମାନେ। ଦୋକାନରେ ୪ଟି LED ବଲବ ଓ ଗୋଟିଏ ପଙ୍ଖାକୁ ଏତେ ମାତ୍ରାରେ ବିଦ୍ୟୁତ୍ ବିଲ୍ ଆସିବା ନେଇ ଚିନ୍ତା ପ୍ରକଟ କରିଛନ୍ତି ବ୍ୟବସାୟୀ ଜଣକ। ଦିନକୁ ୟୁନିଟ ପିଛା କେତେ ବିଲ୍ ଆସୁଛି ଯେ, ଏହିଭଳି ହଜାର ହଜାର ଟଙ୍କା ବିଲ୍ ଦେଉଛନ୍ତି ବୋଲି ସେ ଚିନ୍ତା ପ୍ରକଟ କରିଛନ୍ତି ।

ବିଦ୍ୟୁତ୍ ବିଭାଗର ନିୟମ ଅନୁସାରେ ବାଣିଜ୍ୟ କେନ୍ଦ୍ର ପାଇଁ ୧୦୦ୟୁନିଟ୍ ପର୍ୟ୍ୟନ୍ତ ୟୁନିଟ ପିଛା ୫.୮୦ପଇସା ହୋଇଥାଏ । ଯାହାକି ୧୦୦ୟୁନିଟ୍ ପରେ ୭.୭୦ପଇସା ହୋଇଥାଏ । ଏବଂ ଘରୋଇ ବିଦ୍ୟୁତ୍ ନିମନ୍ତେ ୫୦ୟୁନିଟ୍ ପର୍ୟ୍ୟନ୍ତ ୟୁନିଟ୍ ପିଛା ୩ଟଙ୍କା, ୫୦ୟୁନିଟ୍ ରୁ ଅଧିକ ହେଲେ ୪.୭୦ୟୁନିଟ ପିଛା ହୋଇଥାଏ। ଏହା ଠାରୁ ଯଦି ଅଧିକ ବିଦ୍ୟୁତ୍ ଖର୍ଚ୍ଚ କରାଯାଇଛି ତେବେ ୨୦୦ୟୁନିଟ ପାଇଁ ୟୁନିଟ ପିଛା ୫ ଟଙ୍କା ଲେଖାଏ ପୈଠ କରିବା ପାଇଁ ପଡ଼ିଥାଏ । କିନ୍ତୁ, ଏଠାରେ ପ୍ରଶ୍ନ ଉଠୁଛି ଗୋଟିଏ ଦୋକାନୀ ୪ଟି ବୋଲବ୍ ଓ ଗୋଟିଏ ପଙ୍ଖା ବ୍ୟବହାର କରୁଥିବା ବେଳେ, ବିଦ୍ୟୁତ୍ ବିଲ୍ କେତେ ଆସିବା କଥା ଓ କେତେ ଟଙ୍କା ବିଦ୍ୟୁତ ବିଲ୍ ଆସି ଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଦୈନିକ ୨ୟୁନିଟ ବିଦ୍ୟୁତ୍ ବ୍ୟବହାର କରିଲେ ସୁଦ୍ଧା ୫ଟଙ୍କା.୮୦ପଇସା *୨= ୧୧ଟଙ୍କା.୬୦ପଇସା ହେଉଛି ।

୧୧.୬୦ପଇସା ହିସାବରେ ଯଦି ୩୦ଦିନ ବ୍ୟବହାର ହୁଏ ୩୪୮ଟଙ୍କା ହେଉଛି । କିନ୍ତୁ, ଏଠାରେ ୨୭କିମ୍ୱା ୨୮ଦିନରେ ହଜାର ହଜାର ଟଙ୍କା ବିଦ୍ୟୁତ୍ ବିଲ୍ ଆସିବା ନେଇ ସଧାରଣରେ ପ୍ରଶ୍ନ ଉଠୁଛି ଯେ ଟାଟା ପାୱାରଙ୍କ କର୍ମଚାରି ମାନେ ଜାଣିଶୁଣି ଅଧିକ ବିଦ୍ୟୁତ୍ ବିଲ୍ କାଟୁଛନ୍ତି ନା ଜାଣିଶୁଣି ଜନସଧାରଣଙ୍କ ଅଭିଯୋଗକୁ ଅପେକ୍ଷାରେ ଅଛନ୍ତି ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ଜୋର ଧରିଛି ।

- Advertisement -spot_img

More articles

- Advertisement -spot_img

Latest article

ତିନି ଲକ୍ଷ ୫୫ ହଜାର ଟଙ୍କା ର ଚୋରା ଗଞ୍ଜେଇ ଜବତ, ତିନି ଅଭିଯୁକ୍ତ ଗିରଫ

ବଲାଙ୍ଗୀର/ଟିଟିଲାଗଡ଼, (୧୦/୦୭) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ରେଳ ଷ୍ଟେସନ ରୁ ତିନି ଗଞ୍ଜେଇ ଚୋରା ଚାଲାଣ କରୁଥିବା ଯୁବକ ଶହ ତିରିଶ କେଜି ୫୦୦ ଗ୍ରାମ ଗଞ୍ଜେଇ...

ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ: ସଂକ୍ରମିତ ସ୍ଥାନରୁ ୧୦ କି.ମି ମଧ୍ୟରେ କୁକୁଡ଼ା ଦୋକାନ ବନ୍ଦ

ପିପିଲି, (୧୨/୦୭) : ଆପ୍ର. : ରାଜ୍ୟରେ ବଢ଼ିଲାଣି ବାର୍ଡ ଫ୍ଲୁ ଭୟ । ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ। ନମୁନା ପରୀକ୍ଷାରୁ ଆସିଲା ପଜିଟିଭ୍ ରିପୋର୍ଟ । ନH5N1 ଆଭିଏନ୍‌...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ: ସମ୍ୱିଧାନ ବଞ୍ଚାଅ ସମାବେଶରେ ହେବେ ସାମିଲ

ଭୁବନେଶ୍ୱର, (୧୨/୦୭) :ଆପ୍ର. : ଓଡ଼ିଶାରେ ରାହୁଲ । ଭୁବନେଶ୍ବରରେ ପହଞ୍ଚିଲେ ରାହୁଲ ଗାନ୍ଧୀ । ଦିଲ୍ଲୀରୁ ବିମାନରେ ଆସି ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ କଂଗ୍ରେସ ନେତାମାନେ ଭବ୍ୟ ସ୍ବାଗତ କରିଛନ୍ତି...

ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ

ସୋନପୁର, (୧୨/୦୭) : ଆପ୍ର. : ଅଜଣା ଗାଡ଼ିରେ ବାଇକ ପିଟି ହୋଇ ଚାଲିଗଲା ବାଇକ ଚାଳକଙ୍କ ଜୀବନ । ଘଟଣା ଘଟିଛି ସୋନପୁର - ବଲାଙ୍ଗିର ସୀମାନ୍ତ ବିଲେଇସର୍ଡ଼ା ଗ୍ରାମ ନିକଟରେ...

ଘଞ୍ଚ ଜଙ୍ଗଲରୁ ମିଳିଲା ମୃତଦେହ, ପରିଚୟ ଅସ୍ପଷ୍ଟ

ଭଞ୍ଜନଗର, (୧୨/୦୭) : ଆପ୍ର. : ଘଞ୍ଚ ଜଙ୍ଗଲରେ ପୋତା ଯାଇଥିଲା ମୃତଦେହ । ମୃତଦେହ ନିକଟରେ ଲାଗିଛି ଧୂପକାଠି । ପାଖରେ ପଡ଼ିଛି କିଛି ଖଇ, ଚାଉଳ ଏବଂ ଖୁଚୁରା ପଇସା...