32.9 C
Balāngīr
Thursday, June 12, 2025

ଟେଙ୍ଗରା ଗ୍ରାମରେ ସ୍ୱାମୀର ବନ୍ଧୁକ ଗୁଳିରେ ସ୍ତ୍ରୀ ଗୁରୁତର ଘଟଣା : ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ ପରେ କୋର୍ଟ ଚାଲାଣ ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ

Must read

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୨୬/୦୮) : ମୁରିବାହାଲ ଥାନା ବଡସାଇମରା ପଞ୍ଚାୟତ ଟେଙ୍ଗରା ଗ୍ରାମର ବହୁଚର୍ଚ୍ଚିତ ସ୍ଵାମୀ ତାଙ୍କ ନିଜ ସ୍ତ୍ରୀଙ୍କୁ ଏକ ହାତ ତିଆରି ଦେଶୀ ବନ୍ଧୁକରେ ଗୁଳି ମାରିଦେବାରୁ ସ୍ତ୍ରୀ ଜଣଙ୍କ ଗୁରୁତର ଆହତ ହୋଇଥିଲେ ।WhatsApp Image 2024 08 26 at 11.01.40 ଟେଙ୍ଗରା ଗ୍ରାମରେ ସ୍ୱାମୀର ବନ୍ଧୁକ ଗୁଳିରେ ସ୍ତ୍ରୀ ଗୁରୁତର ଘଟଣା : ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ ପରେ କୋର୍ଟ ଚାଲାଣ ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ

ଏହି ଘଟଣାରେ ପୁଲିସ ଥାନାରେ ଅଟକ ଅଭିଯୁକ୍ତ ସ୍ଵାମୀ ସୁଧାକର ମଲ୍ଲିକଙ୍କୁ ଅଧିକ ତଦନ୍ତ ପରେ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି । ଏହି ଘଟଣାରେ ଅତ୍ୟନ୍ତ ଗୁରୁତର ଥିବା ଓ ଜଂଘରେ ଗୁଳି ରହିଥିବା ସ୍ତ୍ରୀ ବେଦମତୀ କିନ୍ତୁ ଘଟଣାର ୯ ଦିନ ପରେ ଆସି ସ୍ଵାମୀ ବିରୁଦ୍ଧରେ ଥାନାରେ ଲିଖିତ ଏତଲା ଦେଇଥିବାରୁ ଘଟଣା ବିଳମ୍ବରେ ଜଣାପଡିଥିଲା । ଟେଙ୍ଗରା ଗ୍ରାମର ସୁଧାକର ମଲ୍ଲିକ(୩୭) ବେଲପଡା ଥାନା ଡୁଙ୍ଗୁରୀପାଲି ଗ୍ରାମର ବେଦମତୀ ମଲ୍ଲିକ(୩୫)ଙ୍କୁ ବିବାହ କରି ୧୩ ବର୍ଷର ପୁଅ ଓ ୬ ବର୍ଷୀୟା ଝିଅ ସହ ଗାଁରେ ରହୁଥିଲେ । ଗତ ୧୬ ତାରିଖ ଦିନ ସୁଧାକର ଅତ୍ୟନ୍ତ ନିଶା ସେବନ କରିଥିବା ବେଳେ ତାଙ୍କ ସ୍ତ୍ରୀ ବେଦମତୀଙ୍କ ସହ ତାଙ୍କ ପାରିବାରିକ କଳହ ହୋଇଥିଲା । ସେ ସ୍ତ୍ରୀଙ୍କୁ ଘରେ ପୂର୍ବରୁ ଆଣି ରଖାଯାଇଥିବା ଏକ ହାତ ତିଆରି ଦେଶୀ ବନ୍ଧୁକ ଆଣି ଡରାଉ ଥିଲେ । ଏହି ସମୟରେ ହଠାତ୍ ବନ୍ଧୁକଟି ଫୁଟି ଯାଇ ସେଥିରେ ଥିବା”ଗୁଳିଟି ସ୍ତ୍ରୀ ବେଦମତୀଙ୍କ ଜଂଘରେ ଯାଇ ଲାଗିଥିଲା । ଗୁରୁତର ସ୍ତ୍ରୀ ସେଠାରୁ ହଠାତ୍ କେଉଁଆଡେ ଚାଲି ଯାଇଥିଲେ ।

ସେ ନିଜ ବାପ ଘରକୁ ଚାଲିଯାଇ ସେଠାରୁ ବଲାଙ୍ଗିର ଯାଇ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଜଂଘରେ ଗୁଳିଟି ରହିଯାଇଥିବାରୁ ଅବସ୍ଥା ଦିନକୁ ଦିନ ଆହୁରି ଗୁରୁତର ଆକାର ଧାରଣ କରିଥିଲା । ଫଳରେ ଘଟଣାର ୯ ଦିନ ପରେ ଶନିବାର ସ୍ତ୍ରୀ ବେଦମତୀ ମୁରିବାହାଲ ଥାନା ପହଞ୍ଚି ସ୍ଵାମୀ ବିରୁଦ୍ଧରେ ଲିଖିତ ଏତଲା ଦେଇଥିଲେ । ବେଦମତୀଙ୍କ ଏତଲା ଆଧାରରେ ପୁଲିସ କେଶ ନଂ ୨୭୧/୨୪ ରୁଜୁ କରି ତତ୍ପରତା ପ୍ରକାଶ ସହ ତୁରନ୍ତ ତନାଘନା ତଦନ୍ତ ଆରମ୍ଭ କରିଥିଲା । ପୁଲିସ୍ ଟେଙ୍ଗରା ଗ୍ରାମକୁ ପହଞ୍ଚି ଅଭିଯୁକ୍ତ ସ୍ଵାମୀ ସୁଧାକର ମଲ୍ଲିକଙ୍କୁ କାବୁ କରିବା ସହ ସେ ବ୍ୟବହାର କରିଥିବା ହାତ ତିଆରି ଦେଶୀ ବନ୍ଧୁକକୁ ମଧ୍ୟ ଜବତ କରିଥିଲା ।

ପୁଲିସ ବଲାଙ୍ଗିରରୁ ଆସିଥିବା ସାଇଣ୍ଟିଫିକ୍‌ ଟିମ୍‌ ସହ ପହଞ୍ଚି ଅଭିଯୁକ୍ତ ସୁଧାକରଙ୍କୁ ନେଇ ତାଙ୍କ ଗାଁ ଟେଙ୍ଗରାରେ ତନ୍ନତନ୍ନ ଯାଞ୍ଚ କରିଥିଲା । ବେଦମତୀଙ୍କ ଏତଲା ଆଧାରରେ ଅଟକ ତାଙ୍କ ସ୍ଵାମୀ ସୁଧାକରଙ୍କୁ ଗିରଫ ପରେ ଆର୍ମ ଆକ୍ଟରେ କୋର୍ଟ ଚାଲାଣ କରାଯାଇଛି, ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି, ବ୍ୟବହୃତ ବନ୍ଧୁକ ଜବତ କରି ଗୁରୁତର ସ୍ତ୍ରୀଙ୍କୁ ଅଧିକ ଚିକିତ୍ସା ପାଇଁ ବଲାଙ୍ଗିର ମେଡ଼ିକାଲ୍‌ ପଠାଯାଇଥିବା ବେଳେ ସେଠାରେ ତାଙ୍କର ଅସ୍ତ୍ରୋପଚାର ହେବ ଓ ଦେଶୀ ବନ୍ଧୁକଟି କେଉଁଠୁ ଆସିଲା ତଦନ୍ତ ଜାରି ରହିଛି ବୋଲି ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି ।”

- Advertisement -spot_img

More articles

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...