କେନ୍ଦୁଝର, (୧୦/୦୫) : ଆପ୍ର. : କେନ୍ଦୁଝର ସଦର ଥାନା ଅନ୍ତର୍ଗତ ପଳାସପଙ୍ଗା ଫାଣ୍ତି ଅଧିନ ୨୦ ନମ୍ବର ଜାତୀୟ ରାଜପଥର ଗ୍ରୀନଫିଲ୍ଡ ସ୍କୁଲ ସମ୍ମୁଖରେ ଅପରାହ୍ନ ୧୨ଟାବେଳେ ଏକ ବାଇକ୍ ଭାରସାମ୍ୟ ହରାଇ ଚଳନ୍ତା ଟ୍ରକ୍ ପଛ ପଟେ ପିଟି ହୋଇଛି ।
ଫଳରେ ବାଇକ୍ ଆରୋହୀଙ୍କ ସମେତ ପଛରେ ବସିଥିବା ଅନ୍ୟ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ମୃତକ ଦ୍ବୟ ହେଲେ ସଦର ବ୍ଲକ ଅନ୍ତର୍ଗତ ପର୍ଜନପୁର ପଞ୍ଚାୟତ କଲଣ୍ତା ଗ୍ରାମର ସନ୍ତୋଷ କୁମାର ମହାକୁଡ (୩୫) ଓ ଦୀପକ କୁମାର ମହାକୁଡ (୩୦) । ଉଭୟ ଝୁମ୍ପୁରା ବଜାରରୁ ପଳାସପଙ୍ଗା ଅଭିମୁଖେ ଯାଉଥିବାବେଳେ ବାଇକ୍ ନିୟନ୍ତ୍ରଣ ହରାଇ ଟ୍ରକ ପଛପଟେ ପିଟି ହୋଇଥିଲା । ଫଳରେ ଦୁହିଁଙ୍କ ମୃତ୍ୟୁ ଘଟିଛି । ପଳାସପଙ୍ଗା ଫାଣ୍ତି ପୁଲିସ ଦୁର୍ଘଟଣା ଗ୍ରସ୍ତ ବାଇକ୍ ଓ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିଲା । ମୃତଦେହ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଛେଦ ପରେ ମୃତଦେହ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି । ଏନେଇ କେସ ନଂ ୨୦୯/୨୫ ରେ ଏକ ମାମଲା ରୁଜୁ ହୋଇଛି । ଟ୍ରକ୍ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି ।