ସୁନ୍ଦରଗଡ଼, (୨୩/୦୬) : ଆପ୍ର. : ସୁନ୍ଦରଗଡ଼ ରାଜଗାଙ୍ଗପୁର କଂସବାହାଲ ଫାଣ୍ଡି ନିକଟସ୍ଥ ରାଜ୍ୟ ରାଜପଥ ୧୦ ବରପାଲି ଟୋଲ ଗେଟ ନିକଟରେ ସ୍କୁଟିକୁ ଧକ୍କା ଦେଲା ଟ୍ରକ l
ଜଣେ ମୃତ ଜଣେ ଗୁରୁତର ଆହତ । ଘଟଣାରୁ ପ୍ରକାଶ ଯେ ବରପଲ୍ଲୀ ନିବାସୀ ସୁକାନ୍ତ ଡୁଙ୍ଗ ଡୁଙ୍ଗ (35)ତାଙ୍କ ସାଙ୍ଗ ସହ ସ୍କୁଟି ନମ୍ବର ଓ ଡି ୧୬ ଡି ୯୧୨୫ ରେ କୌଣସି କାମ ନେଇ ରାଉରକେଲା ଯାଇଥିଲେ l ସେ ଫେରିବା ସମୟରେ ବରପଲ୍ଲୀ ନିକଟରେ ତାଙ୍କ ସ୍କୁଟି ପଛ ପଟୁ ଟ୍ରକ ନମ୍ବର ଓଡି ୧୪ ଏମ ୫୯୬୦ ଧକ୍କା ଦେଇ ଥିଲା l ଯାହାକି ସ୍କୁଟିସହ ଉଭୟଙ୍କୁ କିଛି ଦୂର ଫୋପାଡ଼ି ଦେଇଥିଲା l ଘଟଣା ସ୍ଥଳରେ ସୁକାନ୍ତର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି l ଘଟଣା ସ୍ଥଳରେ ସ୍ଥାନୀୟ ଗ୍ରାମବାସୀ ଟ୍ରକକୁ ଅଟକାଇ ଥିଲେ l
ସୁକାନ୍ତଙ୍କ ମରଶରୀରକୁ ରାସ୍ତା ଉପରେ ରଖି ପାଞ୍ଚ ଲକ୍ଷ ଟଙ୍କାର କ୍ଷତି ପୂରଣ ଦେବା ପାଇଁ ରାସ୍ତା ରୋକ କରିଛନ୍ତି ଗ୍ରାମବାସୀ l ରାସ୍ତାରୋକ ଯୋଗୁ ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ଗାଡିଗୁଡିକ ଅଟକି ରହିଛି l ଘଟଣା ସ୍ଥଳକୁ ଡ଼ିଏସପି ମନୋରଞ୍ଜନ ପ୍ରଧାନଙ୍କ ସହ ପୋଲିସ ପହଂଚି ଆନ୍ଦୋଳନକାରୀଙ୍କୁ ବୁଝାଇଥିଲେ l ଆନ୍ଦୋଳନ କାରୀଙ୍କୁ ପୋଲିସ ବୁଝାଇବା ସହ କ୍ଷତି ପୂରଣ ପ୍ରତିଶୃତି ଦେବା ପରେ ଶବ ବ୍ୟବେଛେଦ ପାଇଁ ରାଜଗାଙ୍ଗପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣା ଯାଇଥିବା ଜଣାଯାଇଛି l