ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୨୭/୦୫) : ଟ୍ରଲର କାର୍ ମୁହାଁମୁହିଁ ୪ ଗୁରୁତର । ଏହିଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ୫୩ନଂ ଜାତୀୟ ରାଜପଥର ଶିଆରିମାଳିଆ ଛକ ନିକଟରେ ।
ତେବେ ଗୁରୁତର ମାନେ ଅନୁଗୁଳ ହେମସରପଡା ଅଂଚଳର ହୋଇଥିବା ସୂଚନା ପୋଲିସ ପକ୍ଷରୁ ସୂଚନା ମିଳିଛି । ୪ ଜଣ କାର ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି । କାରରେ ଥିବା ୪ଜଣ ଯାତ୍ରୀ ଅନୁଗୁଳରୁ ଯାଜପୁର ଅଞ୍ଚଳକୁ ଯାଉଥିବା ବେଳେ ତାଳଚେରରୁ କାମାକ୍ଷାନଗର ଆଡକୁ ଆସୁଥିବା ଏକ ଟ୍ରଲର ଗାଡି ସହିତ ଧକ୍କା ହୋଇଥିଲେ।
ତେବେ ଏହି ଦୁର୍ଘଟଣାରେ ୪ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ଏ ନେଇ କିଛି ସମୟ ଧରି ଜାତୀୟ ରାଜପଥରେ ଗାଡି ଚାଳାଚଳ ବାଧାପ୍ରପ୍ତ ହୋଇଥିଲା । କିନ୍ତୁ ସ୍ଥାନୀୟ ପୋଲିସ ପ୍ରଶାସନ ପହଂଚିବା ପରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଛି ।