ରିପୋର୍ଟ : ପ୍ରଶାନ୍ତ ମାଝୀ //
ଝାରସୁଗୁଡା,(୧୬/୧୧) : ଝାରସୁଗୁଡା ଜ଼ିଲ୍ଲା ଲଖନପୁର ଥାନା ଭଆଁରଖୋଲ ଛକ ନିକଟରେ ଟେମ୍ପୋ ଗାଡି କୁ ଏକ ଟ୍ରଲର ଧକ୍କା ଦେଇଥିଲା | ଦୁର୍ଘଟଣା ରେ ଜଣେ ମୃତ, ତିନିରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି l
ଘଟଣା ସ୍ଥଳେ ପୋଲିସ ପହଞ୍ଚି ମୃତକଙ୍କ ଶବକୁ ଜବତ କରିଥିବା ବେଳେ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ଜ଼ିଲ୍ଲା ହସ୍ପିଟାଲ କୁ ପଠାଇଛି | ଛତିଶଗଡ଼ କୁ ଏକ କାର୍ଯ୍ୟଘର ପାଇଁ ଲହଣ୍ଡାବୁଡ଼ ଗ୍ରାମ ରୁ ଯାଉଥିବା ବେଳେ ଭଆଁରଖୋଲ ନିକଟରେ ଟେମ୍ପୋ ଗାଡି କୁ ଟ୍ରଲର ଧକ୍କା ଦେବା ଫଳରେ ଘଟିଛି ଦୂର୍ଘଟଣା l
ଘଟଣା ସ୍ଥଳରୁ ଟ୍ରଲର ଫେରାର ଥିବା ଜଣାପଡିଛି l ପୋଲିସ ର ତଦନ୍ତ ଆରମ୍ଭ ହୋଇଛି | ଗୁରୁତର ଦୁଇ ଜଣଙ୍କୁ ବୁର୍ଲା ସ୍ତାନାନ୍ତର କରାଯାଇଛି l ଜାତୀୟ ରାଜପଥ ୪୯ କୁ ଅବରୋଧ କଲେ ସ୍ଥାନୀୟ ଲୋକେ l