32.9 C
Balāngīr
Thursday, July 10, 2025

ଟ୍ରାକ୍ଟର ଓଲଟି ଡ୍ରାଇଭର୍‌ ମୃତ

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପଦ୍ମପୁର, (୧୩/୦୮) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମିଠାପାଲି ଗ୍ରାମ ପଞ୍ଚାୟତ ଲୁକୁପାଲିରେ ଟ୍ରାକ୍ଟର ଡ୍ରାଇଭର୍‌ କ୍ଷେତରେ କାମ କରୁଥିବା ବେଳେ ଗାଡି ଓଲଟି ମୃତ୍ୟୁ ବରଣ କରିଛି ।

ଟ୍ରାକ୍ଟର ଓଲଟି ଡ୍ରାଇଭର୍‌ ମୃତ । ମୃତକ ହେଲେ ଜୀବନ ଲାଲ ସିଦାର (୫୨) ପ୍ରକାଶ ଥାଉକି ଜୀବନ ଲାଲ ତାର ମାଲିକ ସୁଶୀଲ ଧରୁଆର କ୍ଷେତରେ କାଦୁଅ କାମ କରୁଥିବା ସମୟରେ ଟ୍ରାକ୍ଟରଟି ଓଲଟି ପଡିବାରୁ ସେ କାଦୁଅରେ ଚାପି ହୋଇଯାଇଥିଲା । ସୋମବାର ଦିନ ସନ୍ଧ୍ୟା ସମୟରେ ଫାୟାର କର୍ମଚାରୀ ନିରଞ୍ଜନ ବାରିକ, ରାଧାକାନ୍ତ ବାଗ, ସାଗର ରାଉତ, ବିକାଶ ସୋରେନ ଶିବଶଂଭୁ ବଗର୍ତି, ଉଦୟଭାନୁ ମହନ୍ତ ପ୍ରମୁଖ ଯାଇ ଜୀବନ ଲାଲ ସିଦାରକୁ କାଦୁଅ ମଧ୍ୟରୁ ଉଦ୍ଧାର କରିଥିଲେ ଓ ମୃତ୍ୟୁ ହୋଇଥିବା ଜଣାପଡିଥିଲା । ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପଦ୍ମପୁର ଶବ ବ୍ୟବଚ୍ଛେଦ ପାଇଁ ପଠା ଯାଇଛି ଏନେଇ ପାଇକମାଲ ପୋଲିସ କେସ ନମ୍ବର ୧୯୦ /୨୪ ଅନୁସାରେ ଘଟଣାର ତଦନ୍ତ କରୁଛି ।

- Advertisement -spot_img

More articles

- Advertisement -spot_img

Latest article

ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା ଯୋଗଦାନ

ବିଷମ କଟକ, (୧୦/୭) : ଆପ୍ର. : ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା...

ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ, ଗତ ୪ ତାରିଖରୁ ଥିଲେ ନିଖୋଜ

କନ୍ଧମାଳ, (୧୦/୭) : ଆପ୍ର. : ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ଫୁଲବାଣୀ ନିକଟସ୍ଥ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ବାଲୁକୁଟୀ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, କନ୍ଧମାଳ...

ରାଇକିଆ ଅଞ୍ଚଳରେ ହାତୀ ଉପଦ୍ରବ : ଘରଦ୍ୱାର ଭାଙ୍ଗିଲେ ହାତୀପଲ

ରାଇକିଆ, (୧୦/୦୭) :ଆପ୍ର. : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରଣବା ଅଞ୍ଚଳରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି । ମଙ୍ଗଳବାର ୧୦ରୁ ୧୫ ଟିକିଆ ହାତୀପଲ ରଣବା ପଞ୍ଚାୟତ...

ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ, ଫେଲ ହେଲେ ପୁଣି ସୁଯୋଗ

ଭୁବନେଶ୍ବର, (୧୦/୦୭) : ଆପ୍ର. : ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଂଶୋଧନ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ...

ହିନ୍ଦୁ ଠାରୁ ବୌଦ୍ଧ ସମସ୍ତେ ପାଳନ କରନ୍ତି ଗୁରୁ ପୂର୍ଣ୍ଣିମା

ଭୁବନେଶ୍ୱର, (୧୦/୦୭) : ଆପ୍ର. : ଆଜି ହେଉଛି ଗୁରୁ ପୂର୍ଣ୍ଣିମା । ଗୁରୁଙ୍କ ବିନା ଏ ସଂସାର ଅନ୍ଧକାର ମୟ । ପିତା ଓ ମାତା ଆମର ପ୍ରଥମ ଗୁରୁ ।...