32.9 C
Balāngīr
Wednesday, April 30, 2025

ଟ୍ରାକ୍ଟର ଶୋରୁମ ର ୨ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ , ବାଇକ ପୋଡି : ଥାନାରେ ୪ ଅଟକ

Must read

ଯୁବକଙ୍କୁ ହତ୍ୟା କରି ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ, ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ

ବ୍ରହ୍ମପୁର, (୨୯/୦୪) : ଆପ୍ର. : ତଣ୍ଟି କାଟି ଯୁବକଙ୍କୁ ହତ୍ୟା! । ହତ୍ୟା କରି ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ । ବ୍ରହ୍ମପୁର କ.ନୂଆଗାଁ ଥାନା ଚିକିଟି ବାଳକୁମାରୀ ରାସ୍ତାରୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର...
sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ରିପୋର୍ଟ : ଧୃବରାଜ ମିଶ୍ର

ସୁବର୍ଣ୍ଣପୁର , (୧୭/୦୭) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ତାଲମୁଣ୍ଡା ଗ୍ରାମରେ ସୋନପୁର ଶାନ୍ତି ଟ୍ରାକ୍ଟର ଶୋରୁମ ର ୨ ଜଣ ସେଲସ ମ୍ୟାନ ଙ୍କୁ ମରଣାନ୍ତକ ଆକ୍ରମଣ କରି ତାଙ୍କର ବାଇକ କୁ ସମ୍ପୂର୍ଣ୍ଣ ଭାବେ ପୋଡି ଦେଇଛନ୍ତି ।

ସୂଚନା ଅନୁସାରେ ସୋନପୁର ଥାନା ଡୁଙ୍ଗୁରିପାଲି ଗ୍ରାମର ମୁକେଶ ରଞ୍ଜନ ମିଶ୍ର ଏବଂ ବିନିକା ଥାନା ବାଉଁଶୁଣି ଗ୍ରାମର ଚନ୍ଦନ ଦେହେରି ଉଭୟ ସୋନପୁର ର ଶାନ୍ତି ଟ୍ରାକ୍ଟର ଶୋରୁମ ରେ କାମ କରୁଛନ୍ତି । ଉଭୟେ ଏକ ଗ୍ଲାମର ବାଇକ ଯାହାର ନଂ -(ଓଡି,୧୨ ବି, ୭୮୪୩) ଯୋଗେ ବିନିକା ଅଞ୍ଚଳ କୁ ଟ୍ରାକ୍ଟର ର ପ୍ରଚାର ପ୍ରସାର ଓ ଗ୍ରାହକ ଖୋଜିବାକୁ ଆସିଥିଲେ । ଗତ କାଲି ତାଲମୁଣ୍ଡା ଗ୍ରାମର ଶେଷ ମୁଣ୍ଡରେ ଥିବା ହନୁମାନ ମନ୍ଦିର ପାଖରେ ପିତାମ୍ବର ପଧାନ ସେମାନଙ୍କୁ ଅଟକାଇବାରୁ ସେମାନେ ଅଟକି ଗଲେ । ପରେ ପିତାମ୍ବର ତାଙ୍କର ବାଇକ ଚାବି ଓ ମୋବାଇଲ ଛଡାଇ ନେଇଥିଲେ ।

ପରେ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ତାଙ୍କ ଗ୍ରାମର ଦୁର୍ୟୋଧନ ପଧାନ, କୈଳାଶ ପଧାନ, ଏବଂ ସଞ୍ଜୟ ପଧାନ ଙ୍କୁ ଡାକିଥିଲେ । ସେମାନେ ଚାରିଜଣ ମିଶି ମୁକେଶ ଏବଂ ଚନ୍ଦନ କୁ ଲୁହାରଡ଼ ଏବଂ ପ୍ଲାଷ୍ଟିକ ପାଇପ ବାଡ଼ିରେ ମରଣାନ୍ତକ ଆକ୍ରମଣ କରି ମାଡ଼ ମାରିଥିଲେ । କୌଣସି କବଳ ରୁ ଚନ୍ଦନ ସେଠାରୁ ଫେରାର ମାରିଥିବା ବେଳେ ମୁକେଶ ଖସି ପାରି ନ ଥିଲେ । ତାଙ୍କୁ ପିତାମ୍ବରଙ୍କ ଘର ଭିତରକୁ ନେଇ ମାରିଦେବାକୁ ଚେଷ୍ଟା କରିଥିଲେ । କୌଣସି ସୂତ୍ରରୁ ବିନିକା ପୁଲିସ ଖବର ପାଇ ତୁରନ୍ତ ଘଟଣା ସ୍ଥଳକୁ ପହଂଚି ତାଙ୍କୁ ଉଦ୍ଧାର କରି ବିନିକା ଡାକ୍ତରଖାନା ରେ ଚିକିତ୍ସା କରାଇଥିଲେ । ଏନେଇ ମୁକେଶ ବିନିକା ଥାନାରେ ଲିଖିତ ଅଭିଯୋଗ କରିବାରୁ ପୁଲିସ ବିନିକା ଥାନାରେ ଏକ ମକଦ୍ଦମା ରୁଜୁ କରିବା ସହ ତାଲମୁଣ୍ଡା ଗ୍ରାମକୁ ଯାଇ ଉକ୍ତ ଚାରି ଜଣ ଯୁବକକୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରୁଛି ।

- Advertisement -spot_img

More articles

- Advertisement -spot_img

Latest article

ଯୁବକଙ୍କୁ ହତ୍ୟା କରି ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ, ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ

ବ୍ରହ୍ମପୁର, (୨୯/୦୪) : ଆପ୍ର. : ତଣ୍ଟି କାଟି ଯୁବକଙ୍କୁ ହତ୍ୟା! । ହତ୍ୟା କରି ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ । ବ୍ରହ୍ମପୁର କ.ନୂଆଗାଁ ଥାନା ଚିକିଟି ବାଳକୁମାରୀ ରାସ୍ତାରୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର...

ପାଣି ପାଇଁ ରାଜ ରାସ୍ତାରେ ମହିଳା

ଟିଟିଲାଗଡ଼, (୨୯/୦୪) : ଆପ୍ର. : ନିର୍ବାଚନ ମଣ୍ଡଳୀରେ ତାତି ଯେତିକି ବଢ଼ିବାରେ ଲାଗିଛି ସେତିକି ଜଳ କଷ୍ଟ ମଧ୍ୟ ଦେଖା ଦେଇଛି । ଗୁଡ଼ଭେଳା ବ୍ଲକ ଧରୁଆପଡା ଛକରେ ମହିଳାମାନେ ରାଜରାସ୍ତାକୁ ଓଲ୍ଲାଇ...

ପ୍ରେମ ପାଇଁ ଜୀବନ ହାରିଲେ ଯୁବକ

ଭୁବନେଶ୍ୱର, (୨୯/୦୪) : ଆପ୍ର. : ପ୍ରେମ ପାଇଁ ଜୀବନ ହାରିଲେ ଯୁବକ। ବରମୁଣ୍ଡା ଅଞ୍ଚଳ ସ୍ଥିତ ଦଳିତ ସାହିରୁ ଯୁବକଙ୍କ ମୃତ ଦେହ ଉଦ୍ଧାର । ମୃତ ଯୁବକ ଉକ୍ତ ଅଂଚଳର ରାହୁଲ...

ଦନ୍ତାହାତୀ ଆକ୍ରମଣରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ

ମୟୁରଭଞ୍ଜ, (୨୯/୦୪) : ଆପ୍ର. : ଦନ୍ତାହାତୀ ଆକ୍ରମଣରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ । ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ଅମରଦାର ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମରେ ଘଟିଛି ଏହି ଦୁଖଦ ଘଟଣା । ମୃତକ ହେଲେ...

ଅଶ୍ଳୀଳ ଭିଡିଓ ଦେଖିବା ପରେ ୪ ବର୍ଷୀୟା ଭାଣିଜୀକୁ ଦୁଷ୍କର୍ମ କରି ହତ୍ୟା, ମାମୁ ଗିରଫ

ଗଞ୍ଜାମ, (୨୯/୦୪) : ଆପ୍ର. : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅନ୍ତର୍ଗତ ଖଲିଙ୍ଗି ଅଞ୍ଚଳରେ ୪ ବର୍ଷୀୟା ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ। ଶିଶୁ କନ୍ୟାକୁ ନିଜ ମାମୁ...