ରେଙ୍ଗାଲି, (୦୫/୦୫) : ଆପ୍ର. : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଦେବାହଲ ରେଲୱେ ଲାଇନ ମଝିରୁ ରେଲୱେ ପୁଲିସ ଜଣେ ମହିଳାଙ୍କ ମୃତଦେହ ଜବତ କରିଛି ।
ମୃତ ମହିଳା ଜଣକ ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ଭଟିଗାଁର ସନୋଷିନୀ(୪୫) ବୋଲି ଜଣାପଡ଼ିଛି । ସ୍ବାମୀଙ୍କ ସହିତ ସନ୍ତୋଷିନୀଙ୍କର ଶନିବାର ସନ୍ଧ୍ୟାରେ କୌଣସି କାରଣରୁ ଝଗଡ଼ା କରି ଘରୁ ଚାଲିଆସିଥିଲେ । ଏହାକୁ କେନ୍ଦ୍ର କରି ସେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ଖବର ପାଇ ବରଗଡ଼ ରେଲୱେ ପୁଲିସର ଏସଆଇ ଦୁଃଖନାଶନ କୁମରା ଓ ସମ୍ବଲପୁର ରେଳୱେ ପୁଲିସର ଦୁଷ୍ମନ୍ତ ନାଏକ, କନଷ୍ଟେବଳ ସୋନୁଶ୍ରୀ ରାଉତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲେ । ଖବରପାଇ ମୃତ ମହିଳାଙ୍କ ପୁଅ ଅନନ୍ତ ଓ ମାମୁ ଅଚ୍ୟୁତ ମହାପାତ୍ର ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ । ଏହା ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା ।