କାଶୀନଗର, (୨୯/୦୩) : ଆ.ପ୍ର. : କାଶୀନଗର ରେଳ ଷ୍ଟେସନ ଧାରଣା ରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣା ପଡିଛି l
ଖବର ନେବାରେ ଜଣାପଡିଛି କି କାଶୀନଗର ଥାନା ଅନ୍ତର୍ଗତ ପୁରୀତିଗୁଡା ଗ୍ରାମ ର ମୋହନ ରାଓ ନାମକ ଜଣେ ଯୁବକ (୪୦) ଆଜି ବୋଡି ଭୋର ରୁ ପୁରୀ ଗୁଣୁପୁର ଟ୍ରେନ ଆସିବା ବେଳେ ରେଳ ଧାରଣା ରେ ପଡ଼ି ମୃତ୍ୟୁ ବରଣ କରିଥିବା ଜଣା ପଡିଛି l ସେ ପାରିବାରିକ ସମସ୍ୟା ରେ ପୀଡିତ ଥାଇ ଆତ୍ମହତ୍ୟା କରିଥିବା ଶୁଣିବାକୁ ମିଳିଛି l କାଶୀନଗର ଗ୍ରାମ ର ଜନୈକ ମୋଟର ଗେରେଜ ମିସ୍ତ୍ରୀ ଶିବା ଙ୍କ ଶଳା ହେବେ ମୋହନ, ରେଳବାଇ ପୋଲିସ ପହଂଚି ଶବ ଜବତ କରି ପୋଷ୍ଟ ମାର୍ଟମ ପାଇଁ ପାରଳାଖେମୁଣ୍ଡି ପଠାଇଥିବା ଜଣାପଡିଛି, ପୋଲିସ ଏକ ଅପମୃତ୍ୟୁ କେସ ରୁଜୁ ହୋଇଛି l