ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୧୦/୦୨) : ଟ୍ରେନ ପାଇଖାନା ଭିତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର । ସମ୍ବଲପୁର -ନାନ୍ଦେଡ଼ ଟ୍ରେନରୁ ଏହି ମୃତଦେହ ଉଦ୍ଧାର କରିଛି ଜିଆରପି ।
ତେବେ ମୃତ ଯୁବକଙ୍କ ପରିଚୟ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ତେଣୁ ମୃତଦେହକୁ ଉଦ୍ଧାର କରାଯିବା ସହ ଏନେଇ ସମ୍ବଲପୁର ଜିଆରପି ପକ୍ଷରୁ ଅଧିକ ତଦନ୍ତ ଆରମ୍ଭ କରାଯାଇଛି । ସୂଚନା ଅନୁସାରେ, ରବିବାର ବିଳମ୍ବିତ ରାତି ପ୍ରାୟ ୧୦ ଟାରେ ଟ୍ରେନଟି ୱାସିଂ ଲାଇନକୁ ଆସିଥିଲା । ଭୋର ପ୍ରାୟ ୪ଟା ସମୟରେ ଟ୍ରେନକୁ ସଫା କରୁଥିବା ବେଳେ ଟ୍ରେନର ସାଧାରଣ ଡବା ପାଇଖାନା ଭିତରେ ଏକ ମୃତଦେହ ପଡିଥିବା ଦେଖି କର୍ମଚାରୀ ମାନେ ଜିଆରପିକୁ ସୂଚନା ଦେଇଥିଲେ । ଖବରପାଇ ଜିଆରପି ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି ।