ବାଲିଗୁଡା, (୨୧/୪) : ଆପ୍ର. : ଜଣେ ଠିକାଦାର ଙ୍କୁ ଟାର୍ଗେଟ କରି ଡକାୟତି ପାଇଁ ଠିକାଦାର ଙ୍କ କାର କୁ ଦୀର୍ଘ ୩୬ କିଲୋମିଟର ରାସ୍ତା ପିଛା କରି ଶେଷରେ ପୋଲିସ ହାତରେ ବନ୍ଧା ହେଲେ ପାଞ୍ଚ ଜଣିଆ କୁଖ୍ୟାତ ଡକାୟତି ଗ୍ୟାଙ୍ଗ l
ଏହି ପାଞ୍ଚ ଜଣିଆ ଡକାୟତି ଗ୍ୟାଙ୍ଗକୁ ଫିଲ୍ମ ଷ୍ଟାଇଲ ରେ ଗୋଡ଼ାଇ ଗୋଡ଼ାଇ କାବୁ କରି ଗିରଫ କରିବା ରେ ସଫଳ ହୋଇଛି ତୁମୁଡିବନ୍ଧ ପୋଲିସ l ସୂଚନା ଅନୁଯାୟୀ ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ଅଂଚଳ ର ଠିକାଦାର ବିଜୟ କୁମାର ମିଶ୍ର ତାଙ୍କ ଡ୍ରାଇଭର ପ୍ରଦୀପ ବାଗ ଙ୍କ ସହ ନିଜ କାର ଯୋଗେ ବାଲିଗୁଡା ରୁ ଭବାନୀପାଟଣା ଅଭିମୁଖେ ଯାଉଥିବା ସମୟରେ ଟାର୍ଗେଟ କରିଥିଲେ ଏହି ପାଞ୍ଚ ଜଣିଆ ଡକାୟତି ଗ୍ୟାଙ୍ଗ l
ବାଲିଗୁଡା ରୁ ନିଜ କାର ରେ ଠିକାଦାର ଜଣକ ବାହାରିବା ସମୟରୁ ହିଁ ଏହି ଗ୍ୟାଙ୍ଗ ତୁମୁଡିବନ୍ଧ ଥାନା ଜାଲେସପଟ୍ଟା ଯାଇଁ ଦୀର୍ଘ 36 କିଲୋମିଟର ରାସ୍ତା ପିଛା କରି ଅଟକାଇଥିଲେ l ମାସ୍କ ପିନ୍ଧି ଏହି ପାଞ୍ଚ ଜଣିଆ ଗ୍ୟାଙ୍ଗ ଠିକାଦାର ବିଜୟ ଙ୍କ ମୁଣ୍ଡ ରେ ବନ୍ଧୁକ ରଖି ତାଙ୍କ କ୍ରେଟା କାର, ଆଇ ଫୋନ ଓ ଏକ ଲକ୍ଷ ଟଙ୍କା ଲୁଟ କରିଥିଲେ l ତେବେ ତୁମୁଡିବନ୍ଧ ପୋଲିସ ସେହି ସମୟରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଘଟଣା ସମ୍ପର୍କ ରେ ଜାଣିବା ପରେ ତତକ୍ଷଣାତ ଫିଲ୍ମ ଷ୍ଟାଇଲ ରେ ଗୋଡ଼ାଇ ଗୋଡ଼ାଇ ଏହି ପାଞ୍ଚ ଜଣିଆ ଗ୍ୟାଙ୍ଗ କୁ ଗିରଫ କରିଛି l
ଏହି ଗ୍ୟାଙ୍ଗ ଠାରୁ ଗୋଟିଏ ରାଇଫଲ, ଏୟାର ପିସ୍ତୋଲ, ଦୁଇ ଟି କାତି ସମେତ ଲୁଟ ହୋଇଥିବା କାର,ଏକ ଲକ୍ଷ ଟଙ୍କା ଓ ଆଇ ଫୋନ ମୋବାଇଲ ଜବତ କରିଛି ପୋଲିସ l ଗିରଫ ହୋଇଥିବା ପାଞ୍ଚ ଡକାୟତ ହେଲେ ସାରଙ୍ଗଗଡ଼ ଥାନା ଗାନ୍ଧରୀ ଗାଁ’ର ରଞ୍ଜନ ପ୍ରଧାନ (୨୫) ବାଲିଗୁଡା ଥାନା ନୁଆସାହିର ସଂଗ୍ରାମ ପାତ୍ର (୨୧) ସୁଧାଂଶୁ ବାଗ (୨୩) ପ୍ରତୀକ ହଂସ (୨୨) ଏବଂ ବାରଖମା ତଗାକିଆ ର ଗୌର ଗୌଡ଼ ବୋଲି ସୂଚନା ଦେଇଛନ୍ତି ବାଲିଗୁଡା ଏସଡ଼ିପିଓ ରମେନ୍ଦ୍ର ପ୍ରସାଦ l ଏଥିସହ ଏହି ଡକାୟତି ଗ୍ୟାଙ୍ଗ ପଛରେ ଆଉ କାହାର ସମ୍ପୃକ୍ତି ରହିଛି ସେ ନେଇ ଅଧିକ ତଦନ୍ତ ଜାରୀ ରହିଥିବା ବାଲିଗୁଡା ଏସଡ଼ିପିଓ କହିଛନ୍ତି l ତୁମୁଡିବନ୍ଧ ଥାନା ଅଧିକାରୀ ଆଶୁତୋଷ ଜେନା ସମେତ ପୋଲିସ କର୍ମଚାରୀ ଏହି ଡକାୟତ ଗ୍ୟାଙ୍ଗ କୁ ଧରିବାରେ ସଫଳତା ପାଇଛି l