32.9 C
Balāngīr
Sunday, April 20, 2025

ଡକାୟତି ଘଟଣାରେ : ୫ ଗିରଫ

Must read

ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ ପାଳିତ

ଗଞ୍ଜାମ, (୧୯/୦୪) : ଆପ୍ର. : ଗଞ୍ଜାମ ସହରସ୍ଥିତ ଆଖଡ଼ାବନ୍ଧ ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଆଖଡ଼ାବନ୍ଧ ସାହି, ପଣ୍ଡା ସାହି, ଗୌଡ଼ ସାହି ଓ ମଧ୍ୟଖଣ୍ଡ...

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୩୦/୦୧) : ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ମେଣ୍ଡା ଫାଣ୍ଡି ଅଧିନସ୍ଥ ଦେଉଳପଦର ରାସ୍ତା ରେ ଡକାୟତି ଡକାୟତି ଘଟଣାରେ ୫ଜଣ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ତରଭା ପୁଲିସ ପକ୍ଷରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୋନପୁର ଏସଡିପିଓ ପ୍ରତାପ ଚନ୍ଦ୍ର ତ୍ରୀପାଠୀ ସୂଚନା ଦେଇଛନ୍ତି ।

ତାଙ୍କ ସୂଚନା ଅନୁଯାୟୀ ଗତ ୨୭ ତାରିଖ ଦିନ ମେଣ୍ଡା ଗ୍ରାମରେ ଥିବା ମଦ ଭାଟି ନିକଟ ରାସ୍ତାରେ ପୃଥ୍ୱୀରାଜ ବାଗ ଏବଂ ଜଣେ ବ୍ୟକ୍ତି ଆସୁଥିବା ବେଳେ ୫ ଜଣ ଦୁର୍ବୃତ୍ତ ଅତର୍କିତ ଭାବରେ ଆକ୍ରମଣ କରିବା ସହ ଛୁରୀ ଦେଖାଇ ତାଙ୍କ ଠାରୁ ୧୧ହଜାର ଟଙ୍କା, ରୁପା ବ୍ରାସଲେଟ୍, ମୋବାଇଲ୍ ଛଡାଇ ନେଇଥିଲେ । ଘଟଣା ସମ୍ପର୍କରେ ପୃଥ୍ୱୀରାଜ ବାଗ ମେଣ୍ଡା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ କୁ ଭିତ୍ତିକରି ତରଭା ଥାନା ଆଇ ଆଇ ସି ଅନିତା କିଡୋ ଙ୍କ ନିର୍ଦ୍ଧେଶ କ୍ରମେ ଏସ ଆଇ ରବୀନ୍ଦ୍ର ସାହୁ ଓ ପୁଲିସ ଟିମ୍ ଉକ୍ତ ଅଞ୍ଚଳ ରେ ଚଢ଼ାଉ ଜାରି ରଖିଥିଲେ ।

ଡକାୟତି ଅଭିଯୋଗରେ ତରଭା ଥାନା ଅନ୍ତର୍ଗତ ମେଣ୍ଡା ଗ୍ରାମ ର କରଣ ହାତୀ (୧୯) , ମହେନ୍ଦ୍ର ସୁନା (୨୫),ରକି ହାତୀ (୧୯), ରାହୁଲ ନନ୍ଦ (୨୨)ଙ୍କ ସହ ବିନିକା ବ୍ଲକ କଉଡିଆମୁଣ୍ଡାର ଜଣେ ନାବାଳକ କୁ ଗିରଫ କରିବା ସହ ମୋବାଇଲ, ରୁପା ବ୍ରାସଲେଟ, ନଗଦ ୬୫୦୦ ଟଙ୍କା, ଓ ଛୁରୀ ଜବତ କରିଛି l ଜଣେ ନାବାଳକ ଓ ଅନ୍ୟ ୪ଜଣ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ସୋନପୁର ଏସଡିପିଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ l ଏ ସମ୍ପର୍କ ରେ ତରଭା ଥାନା ରେ କେଶ ନମ୍ବର ୨୧/ତା ୨୮.୦୧.୨୫ ରେ ଏକ ମାମଲା ରୁଜୁ ହୋଇଛି I ଏହି ସାମ୍ବାଦିକ ସମ୍ମିଳନୀ ରେ ଆଇ ଆଇ.ସି ଅନିତା କିଡୋ, ଏସ ଆଇ ରବୀନ୍ଦ୍ର ସାହୁ ଙ୍କ ସହ ତରଭା ପୁଲିସ ର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ ପାଳିତ

ଗଞ୍ଜାମ, (୧୯/୦୪) : ଆପ୍ର. : ଗଞ୍ଜାମ ସହରସ୍ଥିତ ଆଖଡ଼ାବନ୍ଧ ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଆଖଡ଼ାବନ୍ଧ ସାହି, ପଣ୍ଡା ସାହି, ଗୌଡ଼ ସାହି ଓ ମଧ୍ୟଖଣ୍ଡ...

ଜଗନ୍ନାଥ ଡିଗ୍ରୀ କଲେଜରେ +୩ ତୃତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ବଲାଙ୍ଗିର, (୧୯/୦୪) : ଆପ୍ର. : ଆଜି ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ସାହାଜବାହାଲ ଗ୍ରାମର ଜଗନ୍ନାଥ ଡିଗ୍ରୀ କଲେଜରେ, +୩ ତୃତୀୟ ବର୍ଷର ଓଡ଼ିଆ ବିଭାଗର ବିଦାୟ ସମାରୋହ ପାଳନ ହୋଇଯାଇଛି । ଏଇ...

ଖୁବଶୀଘ୍ର ଆସିବ ନୂଆ ରାସନ କାର୍ଡ ଓ ନୂଆ ତାଲିକା

ଭୁବନେଶ୍ୱର, (୧୯/୦୪) : ଆପ୍ର. : ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଆସିଲା ବଡ଼ ଖବର । ରାଜ୍ୟରେ ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ମିଳିବ । ଏନେଇ ଆଜି ରାଜ୍ୟ...

ବୈତରଣୀ କେଶରି କୁଣ୍ଡରେ ଗାଧୋଇବା ବେଳେ ବୁଡ଼ିଗଲେ ୨ ଦଶମ ଶ୍ରେଣୀ ଛାତ୍ର

କେନ୍ଦୁଝର, (୧୯/୦୪) : ଆପ୍ର. : ଗାଧୋଇବା ବେଳେ ବୁଡ଼ିଗଲେ ୨ ଜଣ ଦଶମ ଛାତ୍ର। ଚମ୍ପୁଆ ସରେଇ ଗାଁଆ ବୈତରଣୀ ନଦୀ କେଶରୀ କୁଣ୍ଡରେ ଗାଧୋଇବା ବେଳେ ଦୁଇ ଛାତ୍ର ବୁଡି...

ରେଳ ଧାରଣରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି, (୧୯/୦୪) : ଆପ୍ର. : ହରିଶଙ୍କର ରୋଡ଼ -ତୁରେକେଲା ରୋଡ଼ ରେଳ ଷ୍ଟେସନ ନିକଟରେ ଅଭାବନୀୟ ଘଟଣା । ରେଳ ଧାରଣାରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ବତ୍ତର୍ମାନ୍...