32.9 C
Balāngīr
Wednesday, April 23, 2025

ଡକାୟତି ମାମଲା ନେଇ ଘଟଣା ୫ ଅଭିଯୁକ୍ତକୁ ଗିରଫ ସହ କୋର୍ଟ ଚାଲାଣ ନେଇ ପୋଲିସ ପ୍ରଶାସନ ପକ୍ଷରୁ ପ୍ରେସ ମିଟ ଅନୁଷ୍ଠିତ

Must read

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୧୨/୦୩) : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ଥାନା ଅନ୍ତର୍ଗତ ଘୁନସର ଗ୍ରାମ କଲେଜ ଛକରେ ଗତ ୮ ତାରିଖ ସନ୍ଧ୍ୟା ସମୟ ରେ ବନ୍ଧୁକ ଦେଖାଇ ୯ ଭରି ସୁନା ଗହଣା ଲୁଟ ହୋଇଥିବା ସଇଁତଳା ଥାନାରେ ଅଭିଯୋଗ ହୋଇଥିଲା ।WhatsApp Image 2025 03 12 at 11.35.11 ଡକାୟତି ମାମଲା ନେଇ ଘଟଣା ୫ ଅଭିଯୁକ୍ତକୁ ଗିରଫ ସହ କୋର୍ଟ ଚାଲାଣ ନେଇ ପୋଲିସ ପ୍ରଶାସନ ପକ୍ଷରୁ ପ୍ରେସ ମିଟ ଅନୁଷ୍ଠିତ

ଡକାୟତି ମାମଲା ନେଇ ଘଟଣା ୫ ଅଭିଯୁକ୍ତକୁ ଗିରଫ ସହ କୋର୍ଟ ଚାଲାଣ ନେଇ ପୋଲିସ ପ୍ରଶାସନ ପକ୍ଷରୁ ପ୍ରେସ ମିଟ ଅନୁଷ୍ଠିତ । ସୂଚନାନୁସାରେ, ସଇଁତଳା ଥାନା ଅନ୍ତର୍ଗତ ଡୁମେରମୁଣ୍ଡା ଗ୍ରାମର ପାଣ୍ଡବ ପଧାନ ଓ ତାଙ୍କ ପତ୍ନୀ ଲୋଇସିଂହା ଥାନା ବନ୍ଦନାକଟା ଗାଁ’ରେ ଏକ ବିବାହ ଉତ୍ସବରେ ଯୋଗଦେଇ ଫେରୁଥିଲେ। ସେହି ସମୟରେ ଘୁନସର କଲେଜ ଛକ ପାଖରେ ଏକ ବାଇକରେ ୩ଜଣ ଯୁବକ ଆସି କାରକୁ ଓଭରଟେକ କରି ଅଟକାଇଥିଲେ। ପରେ ବନ୍ଧୁକ ଦେଖାଇ ଶ୍ରୀ ପଧାନ ଓ ପତ୍ନୀ ପିନ୍ଧିଥିବା ସୁନା ଅଳଙ୍କାର ବନ୍ଦୁକ୍ ମୁନରେ ଲୁଟ କରି ଫେରାର ହୋଇଯାଇଥିଲେ । ପରେ ବଲାଙ୍ଗିର ଜିଲ୍ଲା ଏସ୍‌ପି ଘଟଣା କୁ ଗମ୍ଭିରତା ସହ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରି ତକାୟତମାନଙ୍କୁ ଠାବ କରିବା ନିର୍ଦ୍ଦେଶ ଦେଇ ଥିଲେ ।

ଏହି ଘଟଣାରେ ପାଣ୍ତବ ପ୍ରଧାନ ଙ୍କ ଡ୍ରାଇଭରକୁ ସନ୍ଦେହ କରି ପଚରା ଉଚରା କରିବା ସହିତ ତାର ମୋବାଇଲ ଯାଞ୍ଚ କରିବାରୁ ସତ କଥା ଜଣାପଡ଼ିଥିଲା। ଏବଂ ଘଟଣାରେ ଡ୍ରାଇଭର ସହିତ ଅନ୍ୟ ୪ ଜଣ ଯୁବକ ଙ୍କୁ ପୋଲିସ ଗିରଫ କରି ମାମଲା ସଂଖ୍ୟା କେସ ସଂଖ୍ୟା ୯୨ ଅନୁଯାୟୀ ଆର୍ମସ୍ ଆକ୍ଟ ଅନୁଯାୟୀ କୋର୍ଟ ଚାଲାଣ କରାଯାଇଛି । (92U/S – 309(6) 3(5)B.N.S R/W Sec 25/27 Arm Act ଏବଂ 310 (2)/ 61 (2) Arm Act) ନେଇ କୋର୍ଟ ଚାଲାଣ କରାଯାଇଛି ବୋଲି ବଲାଙ୍ଗିର ଜିଲ୍ଲା ଏସ୍‌ପି ସଇଁତଳା ଥାନାରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି।

ଗିରଫ ଅଭିଯୁକ୍ତମାନେ ହେଲେ ପିଣ୍ଟୁ ସାହୁ (୧୯), ବିଦ୍ୟାଶଙ୍କର ସାହୁ (୨୪), ଚିନ୍ତାମଣି ସାହୁ (୨୪) ପ୍ରବୀଣ ସାହୁ (୨୧) ନାମକ ୪ ଜଣ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଯାଇଥିବା ବେଳେ ଅନ୍ୟ ଜଣେ ନାବାଳକ ଥିବାରୁ ତାଙ୍କୁ ଜିଲ୍ଲା ଅପରାଧ ବାଲ ସୁଧାର କେନ୍ଦ୍ର କୁ ପଠାଯାଇଥିବା ସୂଚନା ଦିଆ ଯାଇଛି ।

- Advertisement -spot_img

More articles

- Advertisement -spot_img

Latest article

ପୁଅର ପ୍ରେମ ପାଇଁ ବାପାକୁ ହତ୍ୟା, ପୋଲିସର ତଦନ୍ତ ଜାରି

ଗଞ୍ଜାମ, (୨୨/୦୪) : ଆପ୍ର. : ପୁଅର ପ୍ରେମ ପାଇଁ ବାପାକୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କୁମୁଣ୍ଡା ଗାଁରେ ଘଟିଛି...

କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ

କାଶୀନଗର, (୨୨/୪) : ଆପ୍ର. : କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଛି । ଗତ କାଲି ଅଲଡା ପଂଚାୟତ ରେ ବିଭିନ୍ନ ମହିଳା ସଂଘଠନ ଗୁଡିକ ତରଫରୁ ଅଲଡା...

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି, ଶେଷ ହେବ ସାହିଯାତ

ପୁରୀ, (୨୨/୦୪) : ଆପ୍ର. : ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି । ଏହାସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ ମଧ୍ୟ ଶେଷ ହେବ । ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ...

ରାଜଧାନୀରେ ବ୍ୟାପୁଛି ଝାଡ଼ାବାନ୍ତି, ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ୬ଜଣ ଆକ୍ରାନ୍ତ

ଭୁବନେଶ୍ୱର, (୨୨/୦୪) : ଆପ୍ର. : ଭୁବନେଶ୍ୱରରେ ଝାଡ଼ାବାନ୍ତି ଆତଙ୍କ। ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ବ୍ୟାପୁଛି ଝାଡ଼ାବାନ୍ତି। ଗାନ୍ଧି ଯୁକ୍ତ ୨ ବିଦ୍ୟାପୀଠରେ ଝାଡ଼ାବାନ୍ତିରେ ୬ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ...

ପାଣିରେ ବୁଡି ଚାଲିଗଲା ନାବାଳକର ଜୀବନ

ବଲାଙ୍ଗିର, (୨୨/୦୪) : ଆପ୍ର. : ପାଣିରେ ବୁଡି ନାବାଳକ ପୁଅ ର ଚାଲିଗଲା ଜୀବନ । ଗାଧୋଇବା ପାଇଁ ଚାରି ଜଣ ସାଙ୍ଗ ଯାଇ ଥିବା ବେଳେ ଜଣେ ସାଙ୍ଗ ପାଣିରେ...