32.9 C
Balāngīr
Tuesday, July 15, 2025

ଡବଲ ଇଞ୍ଜିନ୍‌ର ଦୋହରା ମାଡ଼ : ଗାଁ’ରେ ଖାଉଟିଙ୍କ ଅଣ୍ଟା ବଙ୍କା

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୬/୦୧) : ଡବଲ ଇଞ୍ଜିନ୍‌, ଡ଼ବଲ ଖୁସି । ନିର୍ବାଚନ ପୂର୍ବରୁ ବିଜେପି ଏପରି ସ୍ଲୋଗାନ ଦେଇ ଓଡ଼ିଶାରେ ସରକାର ଗଢ଼ିଥିଲା ।

ମାତ୍ର ଛଅଟା ମାସ ଯାଇ ନାହିଁ, ମହଙ୍ଗା ମାଡ଼ରେ ରାଜ୍ୟର ଖାଉଟିଙ୍କ ଅବସ୍ଥା ସାଂଘାତିକ ହେଲାଣି । ଅଟା, ଚାଉଳ, ଡ଼ାଲି, ତେଲ ମୂଲ୍ୟ ୨୦%ରୁ ୨୫% ବୃଦ୍ଧି ପାଇଥିବାବେଳେ ଆଳୁ ଓ ପିଆଜ ମୂଲ୍ୟ ଦୁଇଗୁଣରେ ପହଞ୍ଚିଛି । ସବୁଠାରୁ ଉଦ୍‌ବେଗର ବିଷୟ ହେଉଛି ସାରା ଦେଶର ଗ୍ରାମୀଣ ବଜାର ମଧ୍ୟରେ ଓଡ଼ିଶାର ଗ୍ରାମୀଣ ବଜାର ସବୁଠାରୁ ମହଙ୍ଗା ସାବ୍ୟସ୍ତ ହୋଇଛି । ଡିସେମ୍ୱର ମାସରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ୪ ମାସ ମଧ୍ୟରେ ୫.୨୨%କୁ ହ୍ରାସ ପାଇଛି। ତେବେ ଏହି ରିପୋଟ ପ୍ରକାଶ ପାଇବାର ଦିନକ ପରେ ଖାଉଟିଙ୍କୁ ଲାଗିଛି ଜବରଦସ୍ତ ଝଟ୍‌କା । ଖୁଚୁରା ମୁଦ୍ରାସ୍ପୀତି କମିଥିବାବେଳେ ଡ଼ିସେମ୍ବରରେ ପାଇକାରୀ ମୁଦ୍ରାସ୍ଫୀତି ନଭେମ୍ବର ମାସଠାରୁ ଢେ଼ର ଅଧିକ ରହିଛି

ଆଳୁ, ପିଆଜ, ଫଳ ଏବଂ ମାଂସ ମୂଲ୍ୟରେ ବୃଦ୍ଧି ଯୋଗୁ ଡିସେମ୍ୱରରେ ପାଇକାରୀ ମୁଦ୍ରାସ୍ଫୀତି ବୃଦ୍ଧି ପାଇଥିବା କୁହାଯାଉଛି । ଉଚ୍ଚ ମୂଲ୍ୟବୃଦ୍ଧି କ୍ଷେତ୍ରରେ ଦେଶର ଶୀର୍ଷ ୩ଟି ରାଜ୍ୟ ମଧ୍ୟରେ ଓଡ଼ିଶା ସ୍ଥାନ ପାଇଛି। ବିଡ଼ମ୍ବନା ହେଉଛି ଜାତୀୟ ମୁଦ୍ରାସ୍ଫୀତି ହାର ୫.୨% ଥିବାବେଳେ ଓଡ଼ିଶାରେ ଏହା ୭%ରେ ପହଞ୍ଚିଛି । ପରିଣତି ସ୍ୱରୂପ ଗ୍ରାମାଞ୍ଚଳରେ ଦରବୃଦ୍ଧି କ୍ଷେତ୍ରରେ ସାରା ଦେଶରେ ଓଡ଼ିିଶା ଏକ ନମ୍ୱର ରାଜ୍ୟ ପାଲଟିଛି । ଆଗାମୀ ଦିନରେ ଜଟିଳ ଆନ୍ତର୍ଜାତୀୟ ସ୍ଥିତି ଭାରତୀୟ ଅର୍ଥନୀତିକୁ ଗଭୀର ଭାବରେ ପ୍ରଭାବିତ କରିବାର ସମ୍ଭାବନା ଥିବାରୁ ଓଡ଼ିଶାର ମହଙ୍ଗା ବଜାର ଆଗାମୀ ଦିନରେ ଆହୁରି ମହଙ୍ଗା ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

- Advertisement -spot_img

More articles

- Advertisement -spot_img

Latest article

ତେଜୁଛି ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ

ଭୁବନେଶ୍ୱର, (୧୫/୦୭) : ଆପ୍ର. : ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ । କଂଗ୍ରେସ, ବାମଦଳ ସମେତ ୭ ରାଜନୈତିକ ଦଳର ଓଡ଼ିଶା...

ପରକୀୟା ପ୍ରୀତି କୁ ସ୍ତ୍ରୀ ବିରୋଧ କରିବାରୁ ସ୍ୱାମୀ ଙ୍କ ଆତ୍ମହତ୍ୟା

ବାଲିଗୁଡା, (୧୫/୭) : ଆପ୍ର. : ସ୍ୱାମୀ ର ଅନ୍ୟ ଏକ ଯୁବତୀ ଙ୍କ ସହ ପ୍ରେମ ବ୍ୟାପାର କୁ ନେଇ ପ୍ରଥମ ସ୍ତ୍ରୀ ର ବିରୋଧ ପରେ ସ୍ୱାମୀ ଓ ତାଙ୍କ...

ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍

ବାଲିଗୁଡା, (୧୫/୭) : ଆପ୍ର. : ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍ l ବାଲିଗୁଡା ବନ ଖଣ୍ଡ ରେ ବନ ମହୋତ୍ସବ ସପ୍ତାହ ପାଳନ ପରେ ଆଜି ବାଲିଗୁଡ଼ା...

ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ

ମୁରିବାହାଲ, (୧୫/୭) : ଆପ୍ର. : ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ...

ଉଚ୍ଚଶିକ୍ଷା ବିଭାଗକୁ ବଡ଼ ନିର୍ଦ୍ଦେଶ ଦେଲେ ସରକାର: ୨୪ ଘଣ୍ଟା ମଧ୍ୟରେ

ବାଲେଶ୍ୱର, (୧୫/୦୭) : ଆପ୍ର. : ବାଲେଶ୍ୱର ସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ଘଟଣାରେ ବରୋଧୀ ବିଜେଡି ଏବଂ କଂଗ୍ରେସ...